4 ତଃବେ ମାପୁର୍ ମସାକେ କୟ୍ଲା, "ଦଃକ୍ ମୁୟ୍ ତୁମିମଃନାର୍ ହାୟ୍ଁ ସଃର୍ଗେହୁଣି କାତା କାଦି ଗଃସ୍ରାୟ୍ନ୍ଦ୍; ଆରେକ୍, ଲଃକ୍ମଃନ୍ ସଃବୁଦିନ୍ ହଃଦାୟି ଜାୟ୍ ସେମଃନାର୍ ଦଃର୍କାର୍ ଅଃତେକ୍ କାଦି ରୁଣ୍ତାୟ୍ ଆଣ୍ତି; ଇତି ଜାଣାହଃଳେଦ୍ ଜେ, ସେମଃନ୍ ମର୍ ବିଦି ହଃର୍କାରେ ଚାଲୁଲାୟ୍ କି ନାୟ୍। 5 ଚଅ ଦିନ୍ ସେମଃନ୍ ଜଃତେକ୍ ଆଣ୍ତି, ସେରି ରାନ୍ଦ୍ଲେକ୍ ବାକିସଃବୁ ଦିନ୍ ଜଃତେକ୍ ରୁଣ୍ତାଉତି ତାର୍ତଃୟ୍ହୁଣି ଦୁୟ୍ଗୁଣ୍ ଅୟ୍ଦ୍।"