17 ମଃତର୍ ମସାର୍ ସଃତ୍ରାସି ତାକ୍ କଃୟ୍ଲା, "ତର୍ ଇ ରଃକମ୍ କାମ୍ କଃର୍ତାର୍ ଟିକ୍ ନାୟ୍। 18 ଇ ସଃବୁ କାମ୍ ତର୍ ହାଁୟ୍ ଏକ୍ଲା କଃର୍ତାର୍ ବେସି କଃସ୍ଟ; ତୁୟ୍ ଏକ୍ଲା ଇ ସଃବୁ କାମ୍ କଃରୁ ନଃହାର୍ସି; ଇରି ତକେ ଦୁର୍ବଳ୍ କଃରି ଦଃୟ୍ଦ୍ ଆର୍ ଇରି ଲକ୍ମଃନ୍କେ ତାକାୟ୍ଦ୍। 19 ଇତାର୍ ଗିନେ ମର୍ କଃତା ସୁଣ୍, ମୁୟ୍ ତକ୍ ଉପ୍ଦେସ୍ ଦଃୟ୍ନ୍ଦ୍, ଆରେକ୍, ମାପୁର୍ ତର୍ ସଃଙ୍ଗ୍ ରେଅ; ମାପୁରାର୍ ଚଃମେ ତୁୟ୍ ଲକମଃନାର୍ ବାଟ୍ୟା ଅୟି ସେମଃନାର୍ କଃତା ମାପୁରାର୍ ହାକ୍ ହଚାଉ।" 20 ତୁୟ୍ ସେମଃନ୍କେ ବିଦି ଆର୍ ନିୟମାର୍ ଉପ୍ଦେସ୍ ଦେସ୍ ଆର୍ ସେମଃନାର୍ ଚାଲ୍ତାବାଟ୍ ଦଃକାଉ ଆର୍ କଃର୍ତା କାମ୍ ସିକାଉ। 21 ଆରେକ୍ ତୁୟ୍ ଇ ଲକ୍ମଃନାର୍ ବିତ୍ରେହୁଣି କାମିକା ଲକ୍ ବଃଲେକ୍ ଜେ ମାପୁର୍କେ ଡିରେଦ୍, ସଃତେ ରଃୟ୍ଦ୍ ଆର୍ ନ୍ୟାୟେ ରିଲା ଲକ୍କେ ବାଚ୍; ଆରେକ୍ ସେମଃନ୍କେ ଲକ୍ମଃନାର୍ ଉହ୍ରେ ହଃଜାର୍ପତି, ସଏପତି, ପଚାସ୍ପତି ଆର୍ ଦଃସ୍ପତି କଃରି ନେତା କଃର୍। 22 ସେମଃନ୍ ସଃବୁବଃଳ୍ ଲକ୍ମଃନାର୍ ବିଚାର୍ କଃରତ୍, କାୟି ବଃଡ୍ କଃତା ଅୟିଲେକ୍ ତର୍ ହାକ୍ ଆସତ୍, ମଃତର୍ ସାନ୍ କଃତା ସଃବୁ ସେମଃନ୍ ଆପେ ବିଚାର୍ କଃରତ୍, ତଃବେ ତର୍ କାମ୍ ଉସାସ୍ ଅୟ୍ଦ୍, ଆରେକ୍ ସେମଃନ୍ ତର୍ ସଃଙ୍ଗ୍ ବଜ୍ ବଃଉତି। 23 ତୁୟ୍ ଜଦି ଇରଃକମ୍ କଃର୍ସି, ଆରେକ୍ ମାପୁର୍ ଇରଃକମ୍ କଃରୁକେ ବଃଲ୍ ଦଃୟ୍ଦ୍, ତଃବେ ତୁୟ୍ କଃସ୍ଟ ସଃମ୍ବାଳୁ ହାର୍ସି। ଆର୍ ଇ ସଃବୁ ଲଃକ୍ମଃନ୍ ସାନ୍ତିଏ ନିଜ୍ ନିଜ୍ ଜଃଗାୟ୍ ଜଃଉଁ ହାର୍ତି।