5 ସଃଡେବଃଳ୍ ପାର ରଃଜାର୍ ଜିସି ଗଃଦାଉଁକେ ସେ ଗାଡେ ଆୟ୍ଲି, ତାର୍ ଦଃଙ୍ଗ୍ଳିମଃନ୍ ଗାଡ୍କଃଣ୍ଡାୟ୍ ବୁଲ୍ତି ରିଲାୟ୍, ସଃଡେବଃଳ୍ ସେ ସଃର୍ଣ୍ତି ବଃନେ ଗଟେକ୍ ହେଳି ଦଃକି ସେରି ଆଣୁକେ ତାର୍ ଦଃଙ୍ଗ୍ଳିମଃନ୍କେ ହଃଟାୟ୍ଲି। 6 ତାର୍ ହଃଚେ ସେ ହେଳି ଉଗାଳି ସେ ହିଲାକ୍ ଦଃକ୍ଲି, ଆର୍ ସେ ହିଲା କାନ୍ଦ୍ତି ରିଲା; ସେ ଦୁକ୍କଃରି କୟ୍ଲି, "ଇରି ଗଟେକ୍ ଏବ୍ରିୟ ହିଲା।"
7 ସଃଡେବଃଳ୍ ସେ ହିଲାର୍ ବଃଡ୍ ବେଣ୍ସି ପାରର୍ ଜିସିକେ କୟ୍ଲି, "ମୁୟ୍ ଜାୟ୍କଃରି ତର୍ହାୟ୍ଁ ଇ ହିଲାକେ ଦୁଦ୍ କାଳାଉତା ହାୟ୍ଁ ଏବ୍ରିୟା ମାୟ୍ଜିମଃନାର୍ ବିତ୍ରେ ଗଟେକ୍ ଆୟାକେ କୁଦି ଆଣିନ୍ଦ୍ କି?" 8 ତଃବେ ପାରର୍ ଜିସି କୟ୍ଲି, "ଜାଆ" ତଃବେ ସେ ଟକି ଜାୟ୍ ସେ ହିଲାର୍ ଆୟ୍ସିକେ କୁଦିକଃରି ଆଣ୍ଲି। 9 ତଃବେ ପାରର୍ ଜିସି ତାକେ କୟ୍ଲି, "ତୁୟ୍ ଇ ହିଲାକେ ନଃୟ୍ ମର୍ ଗିନେ ଦୁଦ୍ କାଳାୟ୍ ବାଡାଉ; ମୁୟ୍ ତଃକେ ବଃର୍ତାନ୍ ଦଃୟ୍ନ୍ଦ୍," ସେତାକ୍ ସେ ମାୟ୍ଜି ସେ ହିଲାକେ ନଃୟ୍ ଦୁଦ୍ କାଳାୟ୍ ବାଡାୟ୍ଲି।