ସିନୟ୍ ହଃର୍ବାତେ ମସା
12 ଇତାର୍ ହଃଚେ ମାପୁର୍ ମସାକେ କୟ୍ଲା, "ତୁୟ୍ ହର୍ବାତ୍ ଚଃଗିକଃରି ମର୍ ହାକ୍ ଆସି ଇ ଜଃଗାୟ୍ ରେଏ; ତଃବେ ମୁଁୟ୍ ଲକ୍ମଃନାର୍ ସିକ୍ତା ହାଁୟ୍ ଜାୟ୍ରି ଲେକିଆଚି, ସେରି, ବଃଲେକ୍ ବିଦି ଆର୍ ଆଦେସ୍ ଲେକ୍ଲାର୍ ଦୁୟ୍ କଃଣ୍ଡ୍ ଟେଳାର୍ ହାଟା ତକେ ଦଃୟ୍ନ୍ଦ୍।"