9 ମାପୁର୍ ମସାକେ ଆରେକ୍ କୟ୍ଲା, "ମୁୟ୍ ଇ ଲକ୍ମଃନ୍କେ ଦଃକି ଆଚି; ଦଃକ୍, ସେମଃନ୍ ବଃଡେ ଅଃମାନ୍ୟା କାରି ଲଃକ୍ମଃନ୍।" 10 ଇତାକ୍ ତୁୟ୍ ଅଃବେ ମକ୍ ଚାଡିଦେଏ, ମର୍ ରିସା ସେମଃନାର୍ ବିରୁଦେ ଜୟ୍ ଲାଗ୍ଲା ହର୍ ଅଃଉଅ, ସେତାକ୍ ମୁଁୟ୍ ସେମଃନ୍କେ ବଃସମ୍ କଃରିନ୍ଦ୍; ମଃତର୍ ମୁଁୟ୍ ବଃଡ୍ ଗସ୍ଟି କଃରିନ୍ଦ୍।