1 ଆମୋସନ୍ ଆ ଡାଙ୍ଗାଡ଼ାଅନ୍ ଜିସାୟନ୍, ଜିଉଦା ଡ ଜିରୁସାଲମନ୍ ଆବର୍ନେଲୋଙ୍ ଅଙ୍ଗା ତନାଲ୍ମଡ୍ ଞାଙେନ୍, ତିଅଡ଼୍କୋନ୍ ଆବର୍ନେ । 2 ବଡିନ୍ନା ଅଡ଼ୋତାୟ୍ କେନ୍ଅନ୍ତମ୍ ଗଟେତେ, ପ୍ରବୁନ୍ ଆସିଙ୍ ଆ ବରୁ, ବରୁଞ୍ଜି ଆଗନେଡ଼େଙ୍ ଆତୋଣ୍ତୁ ତନୁବନ୍ ଡେତେ ଆରି ତଡ଼କୁବଞ୍ଜି ସିଲଡ୍ ଡେଙ୍ଗାଡମ୍ ଡେତେ; ଆରି, ଅଡ଼୍କୋନ୍ ଆକେଜ୍ଜା ପେପେଡାନ୍ ଅନ୍ତମ୍ ତିତ୍ତେ ସିଲଡ୍ ପେତାୟ୍ । 3 ଆରି, ଜବ୍ର କେଜ୍ଜାନ୍ ଜିରା ଜିରା ବର୍ତଞ୍ଜି, "ଆମ୍ୱେଞ୍ଜି ଜିରାୟ୍ବା, ଇନ୍ଲେଞ୍ଜି ପ୍ରବୁନ୍ ଆବରୁ, ଜାକୁବନ୍ ଆ ଇସ୍ୱର ଆସିଙ୍ ଏଜିର୍ବା; ସିଲତ୍ତେ ଆନିନ୍ ଆ ତଙରନ୍ ଆବର୍ନେ ଇନ୍ଲେଞ୍ଜିଆଡଙ୍ ଞନଙନ୍ ତିୟ୍ତେ ଆରି ଇନ୍ଲେଞ୍ଜି ଆତଙର୍ଗଡନ୍ ଏତଙିୟ୍ନେବା ।" ଇନିଆସନ୍ଗାମେଣ୍ତେନ୍ ସିଓନନ୍ ସିଲଡ୍ ବନାଁୟ୍ବରନ୍ ଡ ଜିରୁସାଲମନ୍ ସିଲଡ୍ ପ୍ରବୁନ୍ ଆବର୍ନେ ଡୁଙ୍ତନାୟ୍ । 4 ଆରି, ଆନିନ୍ ଡେସାବାୟଞ୍ଜି ଆମଙ୍ଲୋଙ୍ ପନ୍ସୁଆତିତେ ଆରି ଜବ୍ର କେଜ୍ଜାନ୍ ଆବର୍ନେଲୋଙ୍ ଗବ୍ରିତେ; ତିସିଲଡ୍ ଆନିଞ୍ଜି ତର୍ଡମ୍ ଆ କଡ଼ିବ୍ ଲବ୍ଗଡ୍ଲେ ମୁଣ୍ତାଲାଙନ୍ ତୁବ୍ତଜି ଡ ତର୍ଡମ୍ ତର୍ଡମ୍ ଆସେଲ୍ଲା ଲବ୍ଗଡ୍ଲେ କଡ଼ତିନ୍ ତୁବ୍ତଜି; ଅବୟ୍ ଡେସାନ୍ ଆମନ୍ରା ବଡେସା ଆମନ୍ରା ଆ ବିରୁଦଲୋଙ୍ କଡ଼ିବନ୍ ଅଃନବ୍ଡୋଏଜି, ଅଡ଼େ ଆନିଞ୍ଜି ଆରି ଅଲ୍ଜୁଜ୍ଜେନ୍ ଅଃଞଙ୍ନେଜି । 5 ଏ ଜାକୁବନ୍ କେଜ୍ଜା, ଜିରାୟ୍, ପ୍ରବୁନ୍ ଇନ୍ଲେଞ୍ଜିଆଡଙ୍ ଆତ୍ରିୟ୍ତିୟ୍ଲଙ୍ଲନ୍ ଆସନାଆର୍ଲୋଙ୍ ଏତଙିୟ୍ନେବା ।
6 ଇନିଆସନ୍ଗାମେଣ୍ତେନ୍ ଆମ୍ୱେନ୍ ମନ୍ରାବେନ୍ ଜାକୁବନ୍ ଆକେଜ୍ଜାଆଡଙ୍ ଏଉମ୍ରେଙେନ୍, ଇନିଆସନ୍ଗାମେଣ୍ତେନ୍ ଆନିଞ୍ଜି ଡରୁଙ୍ୟୁଙ୍ଡେସା ଆମନ୍ରାଜି ଆଞନର୍ରମ୍ ଅନ୍ତମ୍ ଞଣ୍ଡ୍ରମ୍ତଞ୍ଜି ଆରି ପଲେସ୍ଟିଅଞ୍ଜି ଅନ୍ତମ୍ ଆଜାଡ଼ି ପାଞ୍ଜିଗିୟ୍ମର୍ ଡେଏଞ୍ଜି, ଆରି, ଆନିଞ୍ଜି ବଡେସା ଆଅଞ୍ଜି ଆଞନର୍ରମ୍ ଅନ୍ତମ୍ ଞର୍ରମ୍ଲଞ୍ଜି । 7 ଆଡେସାଞ୍ଜି ଜାୟ୍ ରୁପାନ୍ ଡ ସୁନ୍ନାଲୋଙନ୍ ଆବରିୟ୍; ଆନର୍ଜେଞ୍ଜି ଅଃନଞିଡେ; ଆରି, ଆଡେସାଞ୍ଜି କୁର୍ତ୍ତାଲୋଙନ୍ ଆବରିୟ୍ ଆରି ଆରତାଞ୍ଜି ଡିଡିଲେ ଅଃର୍ରପ୍ତିବୋ । 8 ଆଡେସାଞ୍ଜି ଜାୟ୍ କୋଙ୍ଡାଜନ୍ ଆବରିୟ୍; ଆନିଞ୍ଜି ଆସିଡମଞ୍ଜି ବାତ୍ତେ ଆତରୁବେଞ୍ଜି ଆ ଜିନିସଜି ଲୋମ୍ତଜି । 9 ମନ୍ରାଞ୍ଜି ଗରୟ୍ତଜି ଆରି ବରୁମ୍ତଜି । ତିଆସନ୍ ଏ ପ୍ରବୁ, ଆନିଞ୍ଜିଆଡଙ୍ କେମାଡଙ୍ଜି । 10 ଆମ୍ୱେନ୍ ପ୍ରବୁନ୍ ଆବନ୍ର୍ରାବ୍ ଡ ଗନୁଗୁ ସନାଆରନ୍ ସିଲଡ୍ ଲୋଙର୍ଲୋଙନ୍ ଗନ୍ଲେ ଆରଡ଼ିଲଲୋଙନ୍ ଆମ୍ବେନ୍ଡମ୍ ଇୟ୍ସନା । 11 ବଡିନ୍ନା ଜିର୍ତାୟ୍ ଅଙ୍ଗାଆଡିଡ୍ ମନ୍ରାନ୍ ଆ ବାବନ୍ରାବ୍ ଆନାଙାଙ୍ ଅନବ୍ସନ୍ନାନ୍ ଡେତେ ଆରି ମନ୍ରାନ୍ ଆକଙ୍କ୍ରି ଅସେଡ୍ତେ ଆରି ଆଡିନ୍ନାରେଙ୍ ପ୍ରବୁନ୍ତୁମ୍ ମରଙ୍ତେ । 12 ଇନିଆସନ୍ଗାମେଣ୍ତେନ୍ କଙ୍କ୍ରିନ୍, ଗର୍ବନ୍ ଡ ଅବ୍ସୋଡ଼ାନେନ୍ ଅଡ଼୍କୋ ମନ୍ରାନ୍ ଆ ବିରୁଦଲୋଙ୍ ପ୍ରବୁନ୍ ବଡିନ୍ନା ଜିର୍ତାୟ୍, ସିଲତ୍ତେ ତିଅଡ଼୍କୋନ୍ ଅନବ୍ସନ୍ନାନ୍ ଡେତେ; 13 ଆଗ୍ରାମ୍ଗାମ୍, ତି ଆଡିନ୍ନା ଲିବାନୁନନ୍ ଆଡନେଙ୍ଗା ଡ ଆମନରଙ୍ ଅଡ଼୍କୋନ୍ ଏରସ ଅରାନୁବନ୍ ଆବିରୁଦ ଡ ବାସନନ୍ ଅଡ଼୍କୋନ୍ ଅଲୋନ ଅରାନୁବନ୍ ଆବିରୁଦ; 14 ଆରି, ଅଡ଼୍କୋ ଡେଙ୍ଗା ବରୁରନ୍ ଆବିରୁଦ ଡ ଅଡ଼୍କୋ ମନରଙ୍ ତଡ଼୍କୁବ୍ ବରୁନ୍ ଆବିରୁଦ; 15 ଆରି, ଡିଲେ ଡେଙ୍ଗା ମରେଲ୍ସିଙନ୍ ଆବିରୁଦ ଡ ଡିଲେ ରଡୋ କିନ୍ତାଲନ୍ ଆବିରୁଦ; 16 ତର୍ସିସନ୍ ଅଡ଼୍କୋନ୍ ଆଜାଜ୍ଜ ଆ ବିରୁଦଲୋଙ୍ ଆରି ମରଅଁୟ୍ଡାନ୍ ଅଡ଼୍କୋନ୍ ଆ ତନ୍ଡ୍ରୁବ୍ମରନ୍ ଆକାବାଡ଼ା ଆବିରୁଦ । 17 ଆରି, ମନ୍ରାନ୍ ଆନବସୋଡ଼ାନେନ୍ ଅନବ୍ସୋଜନ୍ ଡେତେ, ଆରି ମନ୍ରାଞ୍ଜି ଆକଙ୍କ୍ରି ଅନବ୍ସେଡନ୍ ଡେତେ । ଆରି ତି ଆଡିନ୍ନାଇଙ୍ ପ୍ରବୁନ୍ ତୁମ୍ ଅନବ୍ସୋଡ଼ାନେନ୍ ଡେତେ । 18 ଆରି, କୋଙ୍ଡାଜନ୍ ଅଡ଼୍କୋନ୍ ମେଡ୍ରନ୍ ମାୟାତେ । 19 ଆରି, ଅଙ୍ଗା ଆଡିଡ୍ ପ୍ରବୁନ୍ ପୁର୍ତିନ୍ ଜବ୍ର ଅବ୍ୟୁର୍ନେତେ, ତିଆଡିଡ୍ ପ୍ରବୁନ୍ ଆବନ୍ର୍ରାବ୍ ବୋର୍ସାନ୍ ଡ ଗନୁଗୁ ପନେମେଙ୍ ସିଲଡ୍ ମନ୍ରାଞ୍ଜି ଲୋଙର୍ଲୋଙନ୍ ଡ ପୁର୍ତିନ୍ ଆଡଲ୍ଲିଲୋଙ୍ ଗନ୍ତଜି । 20 ଅଙ୍ଗାଆଡିଡ୍ ଆବନେଡ଼ା ଜିର୍ତାୟ୍, ଆନିଞ୍ଜି ଅମଙ୍ବାଞେନ୍ ଡକୋନ୍ ଆସୁନ୍ନା ଡ ରୁପା କୁଣ୍ଡାୟଞ୍ଜି ସେଡ୍ତଜି, ଆରି କୁମ୍ବୁଲନ୍ ଡ କିନ୍ତୋରଞ୍ଜି ଆମଙ୍ବା ଅମ୍ରେଲେ ସେଡ୍ତଜି । 21 ଅଙ୍ଗାଆଡିଡ୍ ପ୍ରବୁନ୍ ପୁର୍ତିନ୍ ଜବ୍ର ଅନବ୍ୟୁର୍ନେନ୍ ଆସନ୍ ଜିର୍ତାୟ୍, ମନ୍ରାଞ୍ଜି ଆବନ୍ର୍ରାବନ୍ ସିଲଡ୍ ଡନୋବନ୍ ଆଞନାଙ୍ ଆସନ୍ ଆରି ବୋର୍ସାନ୍ ଡ ଗନୁଗୁ ପନେମେଙନ୍ ସିଲଡ୍ ଅବ୍ସସନେନ୍ ଆସନ୍ ଅରେଙନ୍ ବରୁଲୋଙନ୍ ଡକୋନ୍ ଆଲୋଙର୍ ଡ ଆଡଲ୍ଲିରେଙ୍ ସଲନ୍ ଆଡକୋନେ ଆସନ୍ ଏର୍ତଜିଗୋୟ୍ତଜି । 22 ଆମ୍ୱେଞ୍ଜି ମନ୍ରାନ୍ ଆମଙ୍ ଏଡଡ୍ଡଙ୍ନେ, ଆନିନ୍ ଅଙ୍ଗାଲୋଙ୍ ଡନିଡିନ୍ ଡେତେ ? ଆମୁଗଡ୍ ଅସୋୟ୍ ଡିନ୍ନା ଆସନ୍ ଆତନଙ୍ୟମନ୍ ଡକୋ ।