1 ଆବନେଡ଼ା ଇଜକିଅ ରାଜାନ୍ ମାଡ ଅସୁଏନ୍ । ପୁର୍ବାଃତେ ବର୍ନେମର୍ ଜିସାୟନ୍ ଆଡାଙ୍ଗାଡ଼ାଅନ୍ ଆମୋସନ୍ ଆମଙନ୍ ଇୟେନ୍ କି ଆନିନ୍ଆଡଙ୍ ବରେ, "ପ୍ରବୁନ୍ ଆମନ୍ଆଡଙ୍ ବର୍ତମ୍ ଆମନ୍ ଅସିଙ୍ନମ୍ ଅଡ଼୍କୋନ୍ ସଜାୟା ଇନିଆସନ୍ଗାମେଣ୍ଡେନ୍ ଆମନ୍ ଆମ୍ମନଙମ୍ । ଆମନ୍ ରବୁତମ୍ ।"
2 ତିସିଲଡ୍ ଇଜକିଅନ୍ କିନ୍ତାଲ୍ଗଡ୍ ମୁକାଡାଲେ ପ୍ରବୁନ୍ ଆମଙ୍ ପାର୍ତନାଲ୍, 3 "ଏ ପ୍ରବୁ, ଞେନ୍ କାକୁର୍ତିତନାୟ୍ ଞେନ୍ ଏଙ୍ଗାଲେ ଡର୍ନେନ୍ବାତେ ଡ ଉଗ୍ଗରନ୍ ବାତ୍ତେ ଗଙ୍କିଲ୍ଲମ୍, ଆରି ଆମନ୍ ଇନି ସନାୟ୍ସାୟ୍ ତିଆଲନୁମ୍ ଆସନ୍ ଞେନ୍ ଅଡ଼୍କୋ ଡିନ୍ନାନ୍ ଲୁମ୍ଲାୟ୍ ।" ଆରି ଆନିନ୍ ୟନେନ୍ ସୁସୁଏନ୍ ।
4 ତିସିଲଡ୍ ପ୍ରବୁନ୍ ଜିସାୟନ୍ଆଡଙ୍ ବରେନ୍ 5 ଆମନ୍ ଜିସାୟନ୍ଆଡଙ୍ ଇୟ୍ବରା, "ଞେନ୍, ପ୍ରବୁ, ଜୋଜୋବେଞ୍ଜି ଡ ଡାଉଦନ୍ ଆ ଇସ୍ୱର ପ୍ରାର୍ତନାନମ୍ ଅମ୍ଡଙ୍ଲାୟ୍ ଆରି ଆମଡ୍ଡାନମ୍ ଗିୟ୍ଲାୟ୍; ଞେନ୍ ଆମନ୍ଆଡଙ୍ ଆରି ପନ୍ଦର ବର୍ସେଙ୍ ଅଃମ୍ମେଙ୍ତମ୍ । 6 ଆରି ଞେନ୍ ଆମନ୍ଆଡଙ୍ ଆରି କେନ୍ ଜିରୁସାଲମ ଗଡ଼ାନ୍ ଆଡନେଗଡ୍ ଡେତାୟ୍ ଆରି ଅସୁରିଅ ରାଜାନ୍ ଆସିଲୋଙ୍ ସିଲଡ୍ ଡୋବ୍ତାୟ୍ ।"
7 ଜିସାୟନ୍ ଜାଲଙେନ୍, "ପ୍ରନୁନ୍ ଆବର୍ନେ ଅନ୍ତମ୍ ଏଙ୍ଗାଲେ ଡେମ୍ତେ ତିଆସନ୍ ଇସ୍ୱରନ୍ ଆମନ୍ ଆସନ୍ ଅବୟ୍ ଅରମ୍ମଡନ୍ ଡେତେ । 8 ଗିୟ୍ବା ଆଆସ ରାଜାନ୍ ଆତ୍ରୁବେନ୍ ଆପାଉସଲୋଙ୍ ଓୟୋଙନ୍ ଆଉମ୍ମୁଲ୍ ଜିରେନ୍ ବନ୍ଡ ପ୍ରବୁନ୍ ଦସ୍ଟା ତାଲ୍ଜଙନ୍ ଓୟୋଙନ୍ ଆଉମ୍ମୁଲ୍ ଅପ୍ପଡ୍ଲେ ଜାୟ୍ତାନ୍ ଆବ୍ଡ୍ଡିଲାୟ୍ ।" ତିଲୋଙ୍ ଓୟୋଙନ୍ ଅଙ୍ଗା ଦସ ତାଲଜଙ୍ ଆମ୍ମୁଙ୍ ଜିର୍ରେନ୍ ତି ଆକୋଣ୍ତିଙ୍ଗଡ୍ ୟର୍ରନାୟ୍ ।
9 ଜିଉଦାନ୍ ଆରାଜା ଇଜକିଅ ବମେନ୍ ଆରି ବମ୍ବମ୍ନେନ୍ ସିଲଡ୍ ଆନିନ୍ ଆମ୍ରନଙେନ୍ କେନ୍ଆତେ ଗିଜେନ୍,
10 ଞେନ୍ ଇଃୟମ୍ଲାୟ୍ ଡ ଅନମେଙ୍ଞେନ୍ ଆପର୍ତମ୍ମୁନ୍
ମା ପାତାଡ଼ନ୍ କେନ୍ ପୁର୍ତିନ୍ ଆରନବୁବାନ୍ ଜିର୍ତେ,
ଅନମେଙ୍ଞେନ୍ ଆବର୍ରସେଙ୍ ଆରି ଆଙ୍ଗିୟ୍ ଅଃନମେଙିୟ୍ବନ୍ ।
11 ଞେନ୍ ଇଃୟମ୍ଲାୟ୍ ଡ କେନ୍ ଆନମେଙ୍ ପୁର୍ତିଲୋଙନ୍
ଞେନ୍ ଆରି ଆଙ୍ଗିୟ୍ ଇସ୍ୱରନ୍ଆଡଙ୍ ଅଃଗିଜାୟ୍
ଆରି ଅନ୍ନିଙ୍ ମନମେଙ୍ମରନ୍ ନିୟ୍ ଆରି ଅଃଗିଜାୟ୍ବନ୍ ।
12 ତୁରମେମେନ୍ମରନ୍ ଆତମ୍ବୁ ଆମଙନ୍ ସିଲଡ୍ ଆସରବ୍ଙାଜେନ୍ ଅନ୍ତମ୍ ଅନମେଙ୍ ବର୍ସେଙ୍ଞେନ୍ ଅମଙ୍ଞେନ୍ ସିଲଡ୍ ସନବ୍ଙାଜନ୍ ଡେଏନ୍, ଅନମେଙ୍ଞେନ୍, ସିନ୍ରିତୁବ୍ ମରନ୍ ଅନ୍ତମ୍ ଅନମେଙ୍ଞେନ୍ଆଡଙ୍ ୟୁମେଞ୍ଜି । ଆନିନ୍ ସିନ୍ରିତୁବ୍ ମରନ୍ ଅନ୍ତମ୍ ଞେନ୍ଆଡଙ୍ ଗଡ୍ଲିଁୟ୍, ତମ୍ପତଗଲ୍ଲୋଙ୍ ଆନିନ୍ ଞେନ୍ଆଡଙ୍ ଅଡ଼େତେ ଅଡ଼େନେଏମ୍ମେତିଁୟ୍ ।
13 ଡୁକ୍କନ୍ ବାତ୍ତେ ଞେନ୍ ତମ୍ପଗଲ୍ ୟେୟେଡାଲନାୟ୍, ଏଙ୍ଗାଲେ ସିଅକିଡନ୍ ଲବ୍ଗଡାଜେନ୍ । ବତମ୍ବା ବତଗଲ୍ଲୋଙ୍ ଆମନ୍ ଅନମେଙ୍ଞେନ୍ ପାଙ୍ତେ ।
14 ରିଆଙ୍ତିଡନ୍ ଅନ୍ତମ୍ ସର୍ରଙ୍ଞେନ୍ ସରୁଡମ୍ଡେଏନ୍ ଆରି ଇଜ୍ଜାଡମ୍ ଡେଲିଁୟ୍,
ଆରି ଞେନ୍ କୁକ୍କୁରନ୍ ଅନ୍ତମ୍ ଇଃୟମ୍ଲାୟ୍ ।
ରୁଆଙନ୍ ଆଙାଙ୍ଆଙାଙ୍ଲେ ଅମଡ୍ଞେନ୍ ଲୋଙଡାଜେନ୍ ।
ପ୍ରବୁନନ୍, ଅଡ଼୍କୋନ୍ ଆ ଡଣ୍ଡଜି ସିଲଡ୍ ଞେନ୍ଆଡଙ୍ ଡୋବ୍ଲିଁୟ୍ ।
15 ଞେନ୍ ଇନି ଗାମାୟ୍ ?
ଇସ୍ୱରନ୍ କେନ୍ଆତେ ଲୁମେନ୍ ।
ଉଗର୍ଞେନ୍ ଆଡୁକ୍କା ଆସନ୍ ଅଡ଼୍କୋନ୍ ଆବର୍ସେଙ୍ ଅଲିଡାନ୍ ଜିର୍ରତେ ।
16 ଏ ଇସ୍ୱରନ୍, ଞେନ୍ ଆସନ୍, ଆମନ୍ତୁମ୍ ଆସନ୍ ଅମେଙ୍ତିୟ୍;
ଞେନ୍ଆଡଙ୍ ମବ୍ନଙିୟ୍ ଆରି ଅନମେଙନ୍ ଆସନ୍ ତିୟିଁୟ୍ ।
17 ଏତ୍ତେଲ୍ଡେନ୍ ଅନସାଙ୍ଞେନ୍ ସୟୁ ଡେତ ।
ଅଡ଼୍କୋନ୍ ଆଡଣ୍ଡ ସିଲଡ୍ ଅନମେଙ୍ଞେନ୍ ଡୋବିଁୟ୍;
ଆରି ଇର୍ସେଞେଞ୍ଜି ଅଡ଼୍କୋନ୍ କେମ୍ମାଇଁୟ୍ ।
18 ଇନିଆସନ୍ଗାମେଣ୍ଡେନ୍ ମସାନ୍ନିନ୍ ଅନ୍ନିଙ୍ ଆରବୁମର୍ ଆମନ୍ଆଡଙ୍ ସେଙ୍କେଲେ ଅଃରପ୍ତିଅମ୍;
ଆରବୁମରଞ୍ଜି ଡର୍ନେଲୋଙ୍ନମ୍ ଆସନ୍ ଡକୋଲନ୍ ଅଃରପ୍ତିଏଜି ।
19 ଆମେଙ୍ ମରଞ୍ଜି ତୁମ୍ ଆମନ୍ଆଡଙ୍ ସେଙ୍କେତମ୍ଜି,
ଞେନ୍ ନମି ଆମନ୍ଆଡଙ୍ ସେଙ୍କେତାୟ୍ ।
ଆମନ୍ ଡିଅଙ୍ଗା ଡର୍ନେଡମ୍ ଆପ୍ପେୟନ୍ ଡ ଅୟୋଙଞ୍ଜି ଆ ଅନଞ୍ଜିଆଡଙ୍ ବର୍ତଜି ।
20 ଏ ଇସ୍ୱର, ଆମନ୍ ଞେନ୍ଆଡଙ୍ ମବ୍ନଙ୍ଲିୟ୍ ।
ଞେନ୍ ଗଡେରାୟ୍ଲେ ଆମନ୍ଆଡଙ୍ ଏସେଙ୍କେତମ୍,
ଆମେଙ୍ମତ୍ତାଲେନ୍ଜାୟ୍ ସରେବାସିଂଲୋଙ୍ନମ୍ ଆମନ୍ଆଡଙ୍ ଏସେଙ୍କେତମ୍ ।
21 ଜିସାୟନ୍ ଇଜକିଅ ରାଜାନ୍ଆଡଙ୍ ବରେନ୍ ଲୁଆନୁବନ୍ ଆକୋର୍ରାଙ୍ ବାତ୍ତେ ବେଣ୍ଡାଡାଲେ ଜିନା ଆରି ବରମ୍ତେନ୍ ଆସୁ ମନଙ୍ତେ । 22 ତିସିଲଡ୍ ରାଜାନ୍ ଇଜକିଅନ୍ଆଡଙ୍ ବରେନ୍ ଞେନ୍ ସେରେବାସିଙନ୍ ଇୟ୍ଲେ ରପ୍ତିତାୟ୍ ଗାମ୍ଲେ ଅରମ୍ମଡନ୍ ଇନି ?