ଜିରୁସାଲମନ୍ ଆସନ୍ ପୁର୍ବାଃତେବରନ୍
1 ଗର୍ଡନ୍ ଆ ତନାଲ୍ମଡ୍ ଆସନ୍ ପୁର୍ବାଃତେବରନ୍ । ନମିଞେନ୍ ଆମ୍ୱେନ୍ଆତେ ଇନି ଡେତେ ଡ, ଅଡ଼୍କୋନ୍ବେନ୍ ତୋଣ୍ତୁ ମେଡ଼ସିଙନ୍ ଏଜିରେନ୍ ? 2 ଏ ସର୍ଡାନ୍ ସନଡ୍ଡ ଆବରିୟ୍ ଗଡ଼ାନ୍ୟୋଙ୍ୟାଙ୍ ଆଗଡ଼ା, ତଙ୍ସେନ୍ ଡନୁଙ୍ୟମ୍ ଗଡ଼ା; ରନବୁମର୍ବେଞ୍ଜି କଡ଼ିବନ୍ ବାତ୍ତେ ରନବୁନ୍ ଅଃଡ୍ଡେଲଜି, ଅଡ଼େ ଆନିଞ୍ଜି ଜୁଜ୍ଜେଲୋଙନ୍ ଅଃରବୁଲଜି । 3 ଅଡ଼୍କୋନ୍ ରାଜ୍ୟପାଡ଼ବେଞ୍ଜି ମାୟ୍ଲନ୍ ଆ ବରୁକୁନ୍ ଜିରେଞ୍ଜି, ଆନିଞ୍ଜି ଞଙାନ୍ ଆଞଣ୍ତ୍ରମତଞ୍ଜି ଆମନରାଜି ବାତ୍ତେ ଆଜନିବାଡ୍ ଡେଏଞ୍ଜି; ଆମ୍ୱେଞ୍ଜି ସରିନ୍ ଏଡ୍ରକୋତନ୍ ଆମନ୍ରାଜି ସଙାୟ୍ ଜିରେଞ୍ଜି ଜନଙ୍ଡେନ୍, ଆନିଞ୍ଜି ଆବରୁକୁନ୍ ଞମ୍ଲେ ଆଜନିବାଡ୍ ଡେତଜି । 4 ତିଆସନ୍ ଞେନ୍ ବର୍ରନାୟ୍, "ଞେନ୍ଆଡଙ୍ ଉମ୍ରେଙ୍ଲେ ଆନ୍ନାଗଡ୍ ଆଙାଙ୍ନା, ଞେନ୍ ଜବ୍ର ୟେତାୟ୍; କେଜ୍ଜାଞେନ୍ ଆଡାଙ୍ଗଡ଼ି ଆନସେଡ୍ ଆବର୍ନେଲୋଙ୍ ଞେନ୍ଆଡଙ୍ ବନବ୍ୟୋନ୍ ଆସନ୍ ଏର୍ଡଙ୍ଗୋୟ୍ଡଙ୍ । 5 ଇନିଆସନ୍ଗାମେଣ୍ତେନ୍ ପ୍ରବୁ ପ୍ରବୁନ୍ ସିଲଡ୍ ତନଲ୍ମଡ୍ ଗର୍ଡଲୋଙନ୍ ଅନାରେନ୍, ଞନାଡାନ୍, ପନବ୍ରଡ୍ ଡିନ୍ନାନ୍, କିନ୍ତାଲଞ୍ଜି ଆ ରିଡ଼ାଙ୍ ଡ ବରୁଞ୍ଜି ଆ ୟେୟେଡା ଆସନଡ୍ଡା ଆଡ୍ରେତେନ୍ ଆଡିନ୍ନା କେନ୍ । 6 ଆରି ଏଲମ୍ ଡେସାନ୍ ସିଲଡ୍ ରତ୍ତାଲୋଙନ୍ ଡାୟ୍ଲେ ସିପ୍ପାୟଞ୍ଜି ସରିନ୍ ଅଆମନ୍ ଡ ଞଙାନ୍ ଞମେନ୍ ଆରି ବୋର୍ସାମରନ୍ ଆଡରଙ୍ନେ ସବାଙାଜେନ୍ । 7 ଆରି ଜବ୍ର ମନଙ୍ ଗର୍ଡଞ୍ଜି ଅଡ଼୍କୋନ୍ ରତ୍ତାନ୍ ଆବରିୟ୍ ଡକୋଏନ୍ ଆରି କୁର୍ତ୍ତାଲୋଙନ୍ ଆଡାୟ୍ଡାଜନ୍ ଆମନ୍ରାଜି ଗଡ଼ାନ୍ ଆ ଡୁଆରାରେଙ୍ ଅତିଆରନ୍ ଞମ୍ଲେ ଅବ୍ଜାଡାଲନ୍ ଡକୋଲଞ୍ଜି ।" 8 ଆରି ପ୍ରବନ୍ ଜିଉଦାନ୍ ଆ ଆଡରଙ୍ନେ ତବ୍ତଜି ଆରି ତି ଆଡିନ୍ନା ଆମ୍ୱେନ୍ କିନ୍ରେଙ୍ ଡରକୋନେସିଙ୍ଲୋଙନ୍ ଅଲ୍ଜୁଜ୍ଜେ ଅତିଆରନ୍ ଏଆସାଲନେ । 9 ଆରି ଦାଉଦ ଗଡ଼ାନ୍ ଆରୁଡ଼ାଙ୍ ଡରକୋନେନ୍ ଗୋଗୋୟ୍ଡମ୍ ଗାମ୍ଲେ ଆମ୍ୱେଞ୍ଜି ଏଗିଜେନ୍ ଆରି ଜାୟ୍ତା ଆ ବଣ୍ତାଲୋଙନ୍ ଡାଆନ୍ ଅଡ଼୍କୋନ୍ ଏରୁକ୍କୁଏନ୍ । 10 ଆରି ଆମ୍ୱେଞ୍ଜି ଜିରୁସାଲମନ୍ ଆସିଙ୍ ଅଡ଼୍କୋନ୍ ଏଡିଡିଏନ୍ ଆରି କିନ୍ତାଲନ୍ ଆ ରନବ୍ଡୋ ଆସନ୍ ଅସିଙନ୍ ଅଡ଼୍କୋନ୍ ଏରୁବ୍ଡ଼ାଙେନ୍ । 11 ଆମ୍ୱେଞ୍ଜି ପାପୁର୍ ବଣ୍ତାନ୍ ଆ ଡାଆ ଆପନାଙ୍ ଆସନ୍ ବାଗୁ କିନ୍ତାଲନ୍ ଆମଡ୍ଡି ଅବୟ୍ ବଣ୍ତାନ୍ ଏତୁବେନ୍; ବନ୍ଡ ଅଙ୍ଗା ଆମନ୍ରା କେନ୍ ଆତେ ଲୁମେନ୍, ଅଡ଼େ ଅଙ୍ଗା ଆମନ୍ରା ଆମ୍ମୁଙ୍ ମା ସିଲଡ୍ କେନ୍ ଆତେ ଇଃୟମେନ୍, ଆନିନ୍ ଆସନ୍ ଆମ୍ୱେନ୍ ଏଡୁଙ୍ୟମ୍ଲୋ । 12 ଅଡ଼୍କୋନ୍ ସିଲଡ୍ ବୋର୍ସାଡମନ୍ ଆ ପ୍ରବୁ ଆମ୍ବେଞ୍ଜିଆଡଙ୍ ୟେୟେଡାନ୍ ଡ ୟନେନ୍ ଆସନ୍, ଗଡୁନ୍ ଡ ଅକାକାବନ୍ ଜିଜିନେନ୍ ଆସନ୍ ଓଡ୍ଡେଲବେନ୍ । 13 ବନ୍ଡ ଗିୟ୍ବା, କିୟ୍ଲେକଲେ ଏସର୍ଡାନେବା, ଆରି ଜନ୍ତୁନ୍ ଡ ମେଣ୍ତାନ୍ ଆରନବୁ, ଜେଲୁଜୋମନ୍ ଡ ଦ୍ରାକ୍ୟାଡାନ୍ ଆଗନା ଡେତେ; ଜିରାୟ୍ବା, ଇନ୍ଲେଞ୍ଜି ଏଜୋମ୍ବା ଏଗାବା, ଇନିଆସନ୍ଗାମେଣ୍ତେନ୍ ବିଅଡ଼େଃ ଇନ୍ଲେଞ୍ଜି ରବୁଲଙ୍ତନ୍ । 14 ଆରି, ପ୍ରବୁନ୍ ଅମଙ୍ଲୋଙ୍ବେନ୍ କେନ୍ ଆବର୍ନେ ଅବ୍ଜନାଲେ ବର୍ରନେ, ଆଜାଡ଼ିଡମ୍ ରନବୁବେନ୍ ଜାୟ୍ କେନ୍ ଇର୍ସେବେନ୍ କେମାବେନ୍ ତନିୟନ୍ ଅଃଡ୍ଡେଏ, ପ୍ରବୁ ପ୍ରବୁନ୍ କେନ୍ ଆବର୍ନେ ବର୍ତନେ । 15 ପ୍ରବୁ ପ୍ରବୁନ୍ କେନ୍ ଆବର୍ନେ ବର୍ତନେ, ଆମ୍ୱେନ୍ କେନ୍ ଡକ୍କୋଡାବ୍ମରନ୍ ଆମଙ୍ବା, ଆଗରାମ୍ଗାମ୍, ରାଜାସିଙନ୍ ଆସୋଡ଼ାମର୍ ସିବନନ୍ ଆମଙ୍ବାନ୍ ଇୟ୍ଲେ ଇୟ୍ବର୍ବା, 16 ଆମନ୍ କେନ୍ତେନ୍ନେ ଇନି ଏଙ୍ଗାତନେ ? ଆରି କେନ୍ତେନ୍ନେ ମନ୍ରାନମ୍ ଆନା ଡକୋ ଡ, ଆମନ୍ଡମ୍ ଆସନ୍ ଅବୟ୍ ମସାନ୍ନିନ୍ ଗାୟେନ୍ ? ଆନିନ୍ ଡେଣ୍ଡା ଡରକୋନେଲୋଙ୍ ଆ ମସାନ୍ନି ଗାୟେନ୍ ଆରି ଅରେଙ୍ଲୋଙନ୍ ଆମନ୍ଡମ୍ ଆସନ୍ ଡରକୋନେନ୍ ସେଜେନ୍ ! 17 ଗିୟ୍ବା, ବୋର୍ସାମରଞ୍ଜି ପ୍ରବୁନ୍ ଆମନ୍ଆଡଙ୍ ପାପାଉଡ୍ଲେ ସେଡ୍ତମ୍, ଓଓ, ଆନିନ୍ ଗଙ୍ଲେ ଆମନ୍ଆଡଙ୍ ଞମ୍ତମ୍ । 18 ଆଜାଡ଼ିନ୍ ଆନିନ୍ ଆମନ୍ଆଡଙ୍ ବଲନ୍ ଅନ୍ତମ୍ ସାଇଡ୍ଲେ ଆରି ପପ୍ୟର୍ରେ ସୋଡ଼ା ଡେସାଲୋଙନ୍ ଆମନ୍ଆଡଙ୍ ସେଡ୍ତମ୍; ତେତ୍ତେ ଆମନ୍ ରବୁତମ୍ ଆରି ଗନୁଗୁ ପନେମେଙନ୍ ରତ୍ତାନ୍ ତେତ୍ତେ ଅଡ଼୍କୋନ୍ ଡକୋତନ୍, ଆମନ୍ ପ୍ରବୁନମ୍ ଆସିଙ୍ଲୋଙ୍ ଏରଡୁଙ୍ୟମନ୍ ଅନ୍ତମ୍ ଡେତମ୍ । 19 ଆରି ଞେନ୍ ଆମନ୍ଆଡଙ୍ ତଙ୍କୁମ୍ଲୋଙ୍ନମ୍ ସିଲଡ୍ ଗଙ୍ତିଡ୍ତମ୍ ଡ ଆନିନ୍ ଆମନ୍ଆଡଙ୍ ଡରକୋନେନମ୍ ସିଲଡ୍ ଡିଙ୍ଲେ ଜାୟ୍ତାନ୍ ସେଡ୍ତମ୍ । 20 ଆରି ତି ଆଡିନ୍ନା କମ୍ୱାରିଞେନ୍ ଆଡଙ୍, ଇଲ୍କିଅରନ୍ ଆ ଡାଙ୍ଗାଡ଼ାଅନ୍ ଇଲିଆକିମ୍ଆଡଙ୍ ଓଡ୍ଡେତାୟ୍; 21 ଆରି, ଞେନ୍ ଆନିନ୍ଆଡସଙ୍ ସିନ୍ରିନମ୍ ଅବ୍ଜିଜିତାୟ୍ ଆରି ରନେଡୁବ୍ନବ୍ ବାତ୍ତେ ଆନିନ୍ଆଡଙ୍ ଅଃବୋର୍ସାତାୟ୍ ଡ ରାଜାଗଡ୍ନମ୍ ଆସିଲୋଙନ୍ ସୋରୋପ୍ପାୟ୍ତାୟ୍ । ଆନିନ୍ ଜିରୁସାଲମ୍ବାଜି ଡ ଜିଉଦା କେଜ୍ଜାନ୍ ଆପ୍ପେୟ୍ ଡେତେ । 22 ଆରି ଞେନ୍ ଦାଉଦନ୍ ଆକେଜ୍ଜା ଆକଡ୍ଡା ଆତାରଙ୍ଲୋଙନ୍ ଡକ୍କୋତାୟ୍, ଆନିନ୍ ରୋଏଣ୍ଡେନ୍, ଆନ୍ନିଙ୍ ଇଙଡ୍ଲେ ଅଃରପ୍ତିଏ ଆରି ଆନିନ୍ ଇଙଡେଣ୍ଡେନ୍, ଆନ୍ନିଙ୍ ରୋଲେ ଅଃରପ୍ତିଏ । 23 ଆରି ଞେନ୍ ମେକନ୍ ଅନ୍ତମ୍ ଅବୟ୍ ରଡୋ ଡରକୋନେଲୋଙ୍ ଆନିନ୍ଆଡଙ୍ ତାଙ୍ତାୟ୍ ଡ ଆନିନ୍ ଆପ୍ପେୟନ୍ ଆକେଜ୍ଜା ଆ ଗନୁଗୁ ପନେମେଙ୍ ଆକୁର୍ସି ଅନ୍ତମ୍ ଡେତେ । 24 ଆରି, ମନ୍ରାଞ୍ଜି ଆପ୍ପେୟ୍ ଆକେଜ୍ଜା ଅଡ଼୍କୋନ୍ ଆ ଗନୁଗୁ ପନେମେଙ୍, ଅଅନଞ୍ଜି ଡ ଗରାଡାନେସିମନ୍ ସିଲଡ୍ କଡ଼ସିନ୍ ଜାୟ୍ ସନ୍ନାରାନ୍ ଆସିମ୍ମା ଆ ଡଅଙ୍ଲୋଙନ୍ ୟୁଡ୍ତଜି । 25 ପ୍ରବୁନ୍ ବର୍ତନେ, "ଅଙ୍ଗା ଆମେକ ରଡୋ ଡରକୋନେଲୋଙ୍ ଆତାଙ୍ତାଙ୍ ଡକୋଏନ୍, ତିଆତେ ତି ଆଡିନ୍ନା ମାୟାତେ ଆରି ତିଆତେ ଗାୟ୍ଲନ୍ ଜାୟ୍ତାନ୍ ଅସେଡ୍ତେ, ଆରି ତେତ୍ତେ ଡକୋନ୍ ଆବୁଡ଼ାର୍ ରସମ୍ତେ, ଇନିଆସନ୍ଗାମେଣ୍ତେନ୍ ପ୍ରବୁନ୍ କେନ୍ ଆତେ ବର୍ରନେ ।"