1 ଆନା ଡେସାବାଜି ଏଙ୍ଗାଲେ ତେମଡ୍ନମ୍ ବରୁଞ୍ଜି ବତଙ୍ତଜି ତିଆସନ୍ ଆମନ୍ ରୁଆଙନ୍ ସିଲଡ୍ ପଡ୍ଲନ୍ ଜିରାୟ୍, 2 ତଗୋନ୍ ଅଙଲନ୍ ଆଜ୍ରୋମ୍ତେନ୍ ଅନ୍ତମ୍, ତଗୋନ୍ ଡାଆନ୍ ଆରବ୍ଗୋଗ୍ଗୋତେନ୍ ଅନ୍ତମ୍ ଆମ୍ବେନ୍ ବନେରାନମ୍ଜିଆଡଙ୍ ଅଞୁମ୍ନମ୍ ଆନବ୍ଜନା ଆସନ୍ ପଡ୍ଲନ୍ ଜରିର୍ରାଞୟ୍ ଆରି ଜାତିମରଞ୍ଜି ତେମଡ୍ନମ୍ ବତଙ୍ତଜି ବନ, 3 ଞେନ୍ ଅଙ୍ଗାତେ ଏନ୍ନାସାଲନାୟ୍ ତିଆଡିଡ୍ ଆମନ୍ ପଡ୍ଲନ୍ ଜିର୍ରାୟ୍ ଆରି ଆମନ୍ ସାନ୍ନି କାବ୍ବାଡ଼ାନ୍ ଲୁମେନ୍ ତିଆସନ୍ ବରୁଞ୍ଜି ତେମଡ୍ନମ୍ ବତଙେଞ୍ଜି । 4 ଇନିଆସନ୍ଗାମେଣ୍ଡେନ୍ ଆନା ଆନିନ୍ ଜନଗ୍ଗେମରନ୍ ଆସନ୍ ଆକାବ୍ବାଡ଼ାନ୍ ଲୁମ୍ତେ ଗବ୍ଡେଲ୍ତଜି, ଆମନ୍ ଅମ୍ରେଙ୍ଲେ ଆନ୍ନା ଇସ୍ୱରନ୍ ଆସନ୍ ଆମ୍ମୁଙ୍ ମା ସିଲଡ୍ ମନ୍ରାନ୍ ଅଲୁଡନ୍ ବାତ୍ତେ ଅନ୍ରଙ୍ ଅମ୍ଡଙେ ଆରି ଅମଡନ୍ ବାତ୍ତେ ଅନ୍ରଙ୍ ଅମ୍ଡେ । 5 ଅଙ୍ଗା ଆମନ୍ରା ସର୍ଡାନ୍ ବାତ୍ତେ ଡରମ୍ମ କାବ୍ବାଡ଼ାନ୍ ଲୁମ୍ତେ, ଅଙ୍ଗା ମନ୍ରାଜି ତଙର୍ଗଡ୍ନମ୍ ଆମନ୍ଆଡଙ୍ ମନ୍ନେତମ୍ଜି, ଆନିଞ୍ଜି ସରିନ୍ ଆମନ୍ ଏଲ୍ରବାଙ୍ତେ; ଗିୟ୍ବା, ଆମନ୍ ବରାବ୍ଲମ୍, ଇନିଆସନ୍ଗାମେଣ୍ଡେନ୍ ଞେନ୍ ଇର୍ସେନ୍ ଏଲୁମ୍ଲାୟ୍ ଆରି ଇର୍ସେକାବ୍ବାଡ଼ାନ୍ ଲୁମ୍ ଗୋଗୋୟ୍ ଡିନ୍ନାଜାୟ୍ ଏଡକୋଲନାୟ୍, ଇନ୍ଲେଞ୍ଜି ଏଙ୍ଗାଲେ ଅନୁରନ୍ ଏଞାଙାୟ୍ ? 6 ଇନିଆସନ୍ଗାମେଣ୍ଡେନ୍ ଞେନ୍ ଅଡ଼୍କୋନ୍ଲେନ୍ ଏର୍ମଡ଼ିର୍ମରନ୍ ଅନ୍ତମ୍ ଡେଲଲେନ୍ ଆରି କାବ୍ବାଡ଼େଲେଞ୍ଜି ଅଡ଼୍କୋନ୍ ଏର୍ମଡ଼ିର୍ ସିନ୍ରିନ୍ ଅନ୍ତମ୍ ଡେଏନ୍ ଆରି ଞେନ୍ ଅଡ଼୍କୋନ୍ଲେନ୍ ଆସରଲନ୍ ଅନ୍ତମ୍ ଡେଲଲେନ୍ ଆରି ଇର୍ସେଲେଞ୍ଜି ଅଡ଼୍କୋନ୍ ରିଙ୍ଙ୍ଗେନ୍ ଅନ୍ତମ୍ ଇନ୍ଲେଞ୍ଜିଆଡଙ୍ ପାଙ୍ରିଙ୍ତଲେନ୍ । 7 ଆନା ପାର୍ତନା ଡାଲନ୍ ଆନ୍ନିଙ୍ ଅମଙ୍ବାନମ୍ ଅଃୟର୍ନାଜି, ଆନ୍ନିଙ୍ ସନାୟ୍ସିନ୍ ଆସନ୍ ଅମଙ୍ବାନମ୍ ଅଃନିୟେଜି । ତିଆସନ୍ ଆମନ୍ ଅମଙ୍ବାଲେନ୍ ସିଲଡ୍ ମୁକାନମ୍ ଅବ୍ସସଏନ୍ ଆରି ଇର୍ସେଲେନ୍ ଆସନ୍ ଆମନ୍ ଲନ୍ଲେନ୍ଆଡଙ୍ ଅମ୍ରେଙ୍ଲଲେନ୍ ।
8 ବନ୍ଡ ଏ ପ୍ରବୁ, ନମି ଆମନ୍ ଆପ୍ପେୟ୍ଲେନ୍ ଡେଲମ୍; ଇନ୍ଲେଞ୍ଜି ଲବନ୍, ଆମନ୍ କୁମ୍ବିୟ୍ମର୍ଲେନ୍, ଆରି ଞେନ୍ ଅଡ଼୍କୋନ୍ଲେନ୍ ଅସିନମ୍ ବାତ୍ତେ ଆ ତୁନ୍ଡ୍ରୁବ୍ମର୍ଜି । 9 ଏ ପ୍ରବୁ, ଗୋଗୋୟ୍ ଡିନ୍ନାଜାୟ୍ ଇନ୍ଲେଞ୍ଜିଆଡଙ୍ ବାବ୍ରାବ୍ଡଙ୍ଲେନ୍, ଅଡ଼େ ଆଏଡ଼ର୍ ଆସନ୍ ଇର୍ସେଲେନ୍ ମନ୍ନଲୋଙ୍ନମ୍ ଡକ୍କୋଡଙ୍; ଞେନ୍ ଏକାକୁର୍ତିତନାୟ୍, କାନକାରମ୍ ଗାମ୍ଲେନ୍, ଇନିଆସନ୍ଗାମେଣ୍ଡେନ୍ ଞେନ୍ ଅଡ଼୍କୋନ୍ଲେନ୍ ମନ୍ରାନମ୍ଜି । 10 ମଡ଼ିର୍ ଗଡ଼ାନମ୍ଜି ଅଡ଼୍କୋନ୍ ଆରି ସିଓନ ଗଡ଼ାନ୍ ନିୟ୍ ଆରିଙ୍ରିଙ୍ ଡେଏନ୍, ଆରି ଜିରୁସାଲମନ୍ ରିଡ଼ାଙାଜେନ୍ କି ଲବଲୋଙନ୍ ମାୟ୍ଲନ୍ । 11 ପୁର୍ବାନ୍ ଜୋଜୋଲେଞ୍ଜି ଅଙ୍ଗାଲୋଙ୍ ଆମନ୍ଆଡଙ୍ ସେଙ୍କେଲମ୍ଜି, ତି ମଡ଼ିର୍ ଡ ମନଙ୍ଡମନ୍ ଅସିଙ୍ଲେନ୍ ତଗୋଙ୍ ବାତ୍ତେ ଜୋମ୍ତୋଡେନ୍ ଆରି ଅଡ଼୍କୋନ୍ ମରଙୟ୍ଡାନ୍ ଆଡ୍ରକୋନେଲେଞ୍ଜି ଅଡ଼୍କୋନ୍ ଗୁରୁଡେଆୟ୍ତେ । 12 ଏ ପ୍ରବୁ, କେନ୍ ଅଡ଼୍କୋନ୍ ଡେଏନ୍ ଜନଙ୍ଡେନ୍ ଆମନ୍ ଇନି ଡଙ୍ଡଙ୍ଡମ୍ଲନ୍ ଡକୋତନ୍ ପଙ୍ ? ଆମନ୍ ରିଙ୍ ଗାମ୍ଲେ ଡକୋଡାଲନ୍ ଇନ୍ଲେଞ୍ଜିଆଡଙ୍ ଡଣ୍ଡାୟ୍ତଲେନ୍ ?