1 ତିଆଡିନ୍ନା ସାତଟା ଆଇବଜନ୍ ଅବୟ୍ ଓବ୍ବାମରନ୍ଆଡଙ୍ ଞମ୍ଲେ ବର୍ତଞ୍ଜି, "ଇନ୍ଲେଞ୍ଜିଡମ୍ ଜନୋମନ୍ ଏଜୋମ୍ତାୟ୍ ଆରି ସିନ୍ରିଡମ୍ଲେ ଏଜିଜିତନାୟ୍; ଅଞୁମ୍ଲୋଙ୍ନମ୍ ତୁମ୍ ଇନ୍ଲେଞ୍ଜି ଅନୋଡ୍ଡେନ୍ ଡେଏତୋ; ଗନବ୍ରୟ୍ଲେଞ୍ଜି ଆମନ୍ ସବ୍ଙାଜା ।"
2 ତିଆଡିନ୍ନା ପ୍ରବୁନ୍ ଆକେଣ୍ତାର୍ ମନଙ୍ ଡ ଗନୁଗୁ ପନେମେଙ୍ଡମ୍ ଡେତେ ଡ ଡେସାନ୍ ଆ ମନଙ୍ ଜଅ ଆସନ୍ ଇସ୍ରାଏଲଲୋଙନ୍ ଆମେଙ୍ ଡକୋନ୍ ଆମନ୍ରାଜି ସର୍ଡାତଞ୍ଜି । 3 ଆନାଜି ଜିରୁସାଲମ୍ଲୋଙ୍ ଅମେଙ୍ଲେ ଡକୋନେନ୍ ଆସନ୍ ଅନିଡନ୍ ଡେତେ, ଆଗ୍ରାମ୍ଗାମ୍, ସିଓନ ଡ ଜିରୁସାଲମନ୍ ଆମେଙ୍ମରଞ୍ଜି, ଆନିଞ୍ଜି ମଡ଼ିର୍ ଗାମ୍ଲେ ଜନନ୍ନାନ୍ ଡେତଜି । 4 ତିଆଡିଡ୍ ପ୍ରବୁନ୍ ଆ ପନ୍ସୁଆତି ପୁରାଡ଼ା ଡ ଆଡୁଡୁ ପୁରାଡ଼ାନ୍ ବାତ୍ତେ ସିଓନନ୍ ଆଡାଙ୍ଗଡ଼ିଜି ଆଡିଲ୍, ଆରି ଜିରୁସାଲମଲୋଙ୍ ଆଗନଲୋ ମିଞାମନ୍ ଗିୟ୍ଲେ ମବ୍ଡ଼ିର୍ତେ । 5 ସିଲତ୍ତେ ସିଓନ ବରୁଲୋଙନ୍ ଡକୋନ୍ ଅଡ଼୍କୋନ୍ ଆମନ୍ରାଜି ଆମଙ୍, ପ୍ରବୁନ୍ ତମ୍ୱାନ୍ ଆଡିଡ୍ ମେଗନ୍ ଡ ଓମୋଡନ୍ ଆରି ତଗଲନ୍ ଆଡୁଡୁତୋଡନ୍ ଆଉଙ୍ରୁଡ୍ ଗବ୍ଡେଲ୍ତେ । ଇସ୍ୱରନ୍ ଆ ଗନୁଗୁ ପନେମେଙନ୍ ଅଡ଼୍କୋନ୍ ଆଗଡ଼ା ଡୋବ୍ତେ । 6 ଆରି ତମ୍ୱାନ୍ ଆଡିଡ୍ ଆଡାଗା ସିଲଡ୍ ଲୁମ୍ମୁନ୍ ଆଞନାଙ୍ ଆସନ୍ ଆରି ରିଙ୍ଗେନ୍ ଡ ତରୁବ୍ଡାଇଙନ୍ ଲରଡ୍ନେନ୍ ଆରି ଡରଙ୍ନେନ୍ ଆସନ୍ ଅବୟ୍ ଡରକୋନେନ୍ ଡେତେ ।