1 ଏ ଜାକୁବ ଆମନ୍ ଆନା ଗଡ଼େଲମ ଏ ଇସ୍ରାଏଲ ଆମନ୍ ଆନା ଗଡ଼େଲମ୍, ତି ଆ ଇସ୍ୱର ନମି କେନ୍ ଆବର୍ନେ ବର୍ତନ୍; ବତଙ୍ଡଙମ୍ତଡ୍, ଇନିଆସନ୍ଗାମେଣ୍ଡେନ୍ ଞେନ୍ ଆମ୍ବେନ୍ ଉର୍ରବେନ୍; ଞେନ୍ ଅଞୁମ୍ବେନ୍ ଞମ୍ଲେ ଓଡେତବେନ୍, ଆମ୍ବେଞ୍ଜି ଞେନ୍ । 2 ଆମ୍ବେଞ୍ଜି ଡାଆଗଡ୍ ଏଜିର୍ରତେନ୍ ଆଡିଡ୍ ଞେନ୍ ସାଙ୍ଗତବେନ୍ ଆମ୍ବେନ୍ ଅଲ୍ନ ଗଡ୍ ଏଜିର୍ରତେ ଆଡିଡ୍ନା ଅଃତବ୍ବୁବ୍ବେନ୍, ଆମ୍ବେନ୍ ତଗୋଗଡ୍ ଏଜିର୍ରତେନ୍ ଆଡିନ୍ନା ଅଃଜୋମ୍ତୋବେନ୍ ଆଡ଼େ ଆଓଲାଙ୍ତୋଡନ୍ ଡଅଙ୍ବେନ୍ ଆସୁଙେ । 3 ଇନିଆସନ୍ଗାମେଣ୍ତେନ୍ ଞେନ୍ ଇସ୍ରାଏଲନ୍ ଇସ୍ଵର ମଡ଼ିର୍ ଅନୁରମର୍ ଞେନ୍ ଆମ୍ବେନ୍ ଆଡଙ୍ ଆମୁଲ୍ ତିୟ୍ଲେ ଉର୍ରବେନ୍ ମିସରନ୍ ଅମ୍ରେଙ୍ଲେ କୁସ ଡ ସବା ଡେସା ତିୟ୍ଲବେନ୍ । 4 ଆମ୍ବେନ୍ ଗନିୟ୍ଗିୟ୍ଲୋଙ୍ଞେନ୍ ଗୋଗୋୟ୍ ମଡ୍ଗା ଡ ସୋଡ଼ା ଡେତବେନ୍ ଞେନ୍ ଆମ୍ବେନ୍ ଆଡଙ୍ ଡୁଙ୍ୟମ୍ତବେନ୍ ତି ଆସନ୍ ଆମ୍ବେଞ୍ଜି ଅମ୍ରେଙ୍ଲେ ମନ୍ରାଞ୍ଜି ଡ ପ୍ରାନ୍ନାବେନ୍ କେଜ୍ଜାବେଞ୍ଜି ତିୟ୍ତବେନ୍ । 5 ବତଙ୍ଡଙ୍ବେନ୍ ତଡ୍ ଇନିଆସନ୍ଗାମେଣ୍ଡେନ୍ ଆମ୍ବେଞ୍ଜି ଆଡଙ୍ ସାଙ୍ଗତବେନ୍, ଆମ୍ବେନ୍ ଆଡ୍ରୁୟୋଙ୍ନେଗଡ୍ କେଜ୍ଜାବେଞ୍ଜି ଓରୋଙ୍ତାୟ୍ ଡ ବରୁବ୍ୟୋଙ୍ଗଡ୍ ଆମ୍ବେଞ୍ଜି ରୁକୁତବେନ୍; 6 ଞେନ୍ ଅର୍କାବଡ଼ିଗଡ୍ ବର୍ରତବେନ୍ ଅମ୍ରେଙ୍ବା ଡ ଅର୍ଜଡୋମ୍ଗଡ୍ ବର୍ରତବେନ୍ ଡଙ୍ଲେ ଏଡକୋଡଙ୍ଜି; ଞେନ୍ ଡାଙ୍ଗଡ଼ାଅନ୍ଞେଞ୍ଜି ସଙା ଡ ଡାଙ୍ଗଡ଼ିଅଞେନ୍ଜି ପୁର୍ତିନ୍ ଆସ୍ନ୍ନେସ ସିଲଡ୍ ଓରୋଙାବା; 7 ଅଞୁମ୍ଲୋଙ୍ଞେନ୍ ସୋଡ଼ା ଡ ଆନାସନ୍ ଆମ୍ବେଞ୍ଜି ସନେନ୍ସେନନ୍ ତିୟ୍ଲେ ଓଓ ଞେନ୍ ଗଡ଼େଲାୟ୍ କେନ୍ ଅନ୍ତମ୍ ଅଡ଼୍କୋ ମନ୍ରାନ୍ ଓରୋଙ୍ୟାବା; ଞେନ୍ ଆନିଞ୍ଜି ଗଡ଼େଲାୟ୍ କି ଆନିଞ୍ଜି ଆଡଙ୍ ତୁବ୍ଲାୟ୍ ।
8 ଅମଡମ୍ ଡକୋନ୍ ଡକୋନ୍ କାଡ଼ୁ ଡ ଅଲୁଡନ୍ ଡକୋନ୍ ଡକୋନ୍ ଆକାଲା କେନ ଆମନ୍ରାଞ୍ଜି ଅମ୍ଡୁଙ୍ଲେ ଓରୋଙ୍ଆୟ୍ବା । 9 ଅଡ଼୍କୋଡେସାମରଞ୍ଜି ରୁକୁନେତଜି ଡ ଅଡ଼୍କୋ କେଜ୍ଜାଞ୍ଜି ଅବୟ୍ ଅମ୍ମେଲେ ମାୟ୍ମାୟ୍ଲନ୍ ଡକୋନେତଜି; ଆମଙ୍ବାଞ୍ଜି ଆନା ବର୍ରରନ୍ରପ୍ତିତେ ଆମ୍ମୁଙ୍ ଆବିସୟ୍ଜି ଆନା ଅବ୍ତୁୟ୍ଲେ ରପ୍ତିତେ ? ଆନିଞ୍ଜି ଡୋସା ତଡ୍ ଗାମ୍ଲେ ରମ୍ମଙ୍ ରମ୍ମଙ୍ ସାକିନ୍ମର୍ରନ୍ ଓରୋଙାତଜି; କେନ୍ ଆତେ ଅମ୍ଡଙ୍ଲେ ଆଜାଡ଼ିନ୍ ଗାମ୍ଲେ ବର୍ରନେତଜି । 10 ଇସ୍ୱରନ୍ ବର୍ରତନେ ଆମ୍ବେଞ୍ଜି ଏଙ୍ଗାଲେ ଜନାଲେ ଅମଙ୍ଲେନ୍ ଏଡର୍ରତନେ ଡ ଞେନମା ଗାମ୍ଲେ ଜନାତବେନ୍, ତି ଆସନ୍ ଆମ୍ବେଞ୍ଜି ସାକିମର୍ଞେନ୍ ଡ ସେଡାମର୍ରଞେନ୍ ଆବନାସେ ଆ କମ୍ୱାରି, ଆମ୍ମୁଙ୍ମା ସିଲଡ୍ ଅନ୍ନିଙ୍ ଇସ୍ୱରନ୍ ଅଡ୍ଡକୋଲୋ ଅଡ଼େ ଞେନ୍ ଆତିକି ଆନ୍ନିଙ୍ ଅବୟ୍ତଡ୍ । 11 ଞେନ୍, ଞେନ୍ ମା ଇସ୍ୱରନ୍ ଡ ଞେନ୍ ଅମ୍ରେଙ୍ଲେ ଆନ୍ନିଙ୍ ଅନୁର୍ମରତଡ୍ । 12 ଞେନ୍ ଏବର୍ରତନାୟ୍ କି ଆମ୍ବେଞ୍ଜି ଡୋବ୍ତବେନ୍ ଆରି ଆମ୍ବେଞ୍ଜିଲୋଙ୍ ଆନାଡେସା ଆସନୁମ୍ ଅଡ୍ଡକୋଲୋ ତିଆସନ୍ ଇସ୍ୱରନ୍ ବର୍ରତନେ ଆମ୍ବେଞ୍ଜି ସାକିମର୍ରଞେନ୍ଞ୍ଜି ଞେନ୍ ଇସ୍ୱରନ୍ ବେନ୍ । 13 ଓଓ ଡିନ୍ନାନ୍ ଅଣ୍ଡ୍ରଙ୍ ଜିରାଞନ୍ ଆମ୍ମୁଙ୍ମା ଡକୋଲିଁୟ୍ ଡ ଅସିଲୋଙ୍ଞେନ୍ ସିଲଡ୍ ଆନ୍ନିଙ୍ ଡୋବ୍ଲେ ଅର୍ରପ୍ତିବେନ୍, ଞେନ୍ କାବ୍ବାଡ଼ାତନାୟ୍, ଆରି ଆନିଙ୍ ଇନ୍ନିଙ୍ ଗାମ୍ଲେ ଅର୍ରପ୍ତିଞ୍ଜି ?
14 ଆମ୍ବେନ୍ ଡରମ୍ମ ଅନର୍ମର୍ ଡ ଇସ୍ରାଏଲନ୍ ଆ ଇସ୍ୱର କେନ୍ ଆବର୍ନେ ବର୍ତନ୍ ଞେନ୍ ଆମ୍ବେନ୍ ଆସନ୍ ବାବିଲନ୍ ଆମନ୍ରାଜି ପତାୟ୍ଲାଜି ଡ ଞେନ୍ ତି ଅଡ଼୍କୋନ୍ ବଣ୍ତିସିଙ୍ଲୋଙ୍ ସିଲଡ୍ ଓରୋଙ୍ତାୟ୍; କଲଦିଅଞ୍ଜି ଆପେଲ୍ଲା ଆସନ୍ ଅବ୍ୟେଡାଲେ ଓରୋଙ୍ତାୟ୍ବୋ । 15 ଞେନ୍ ଇସ୍ରାଏଲ ଆ ଇସ୍ୱର ଡରମ୍ମମର୍ ଡ ଗନଡ଼େମର୍ ଞେନ୍ ରାଜାବେନ୍ । 16 ସମେଁୟ୍ଣ୍ଡ୍ରାନ୍ ଡ ବର୍ରନ୍ତଙନ୍ ଆଡାଆରେଙ୍ ଆନିନ୍ ତଙରନ୍ ତୁବ୍ତେ; 17 ଆନିନ୍ ରତ୍ତାନ୍ ଡ କୁର୍ତାନ୍ ସିପାଇନ୍ ବୋର୍ସାମର୍ରଞ୍ଜି ଆନିଞ୍ଜି ଅମ୍ଡୁଙ୍ଲେ ଓରୋଙ୍ତାଜି; ଆନିଞ୍ଜି ରୁକୁଲେ ଜାୟ୍ତାନ୍ ଲୁଡ୍ଲେ ଅଃଡୋନେଜି, ଆନିଞ୍ଜି ଅଲଙନ୍ ଅନ୍ତମ୍ ମାୟାତଜି ତି ଆବର୍ନେ ଇସ୍ୱରନ୍ ବର୍ତନ୍; 18 ଆମ୍ବେଞ୍ଜି ଆମ୍ମୁଙ୍ ଆବିସୟଜି ଏସିନ୍ତଡଙ୍ନେ ଅଡ଼େ ପୁର୍ବାନ୍ ଆବିସୟଜି ଏପସୁଆତିଡଙ୍ନେ । 19 ଗିୟ୍ବା ଞେନ୍ ଅବୟ୍ ରଙ୍ ବନାଁୟ୍ବରନ୍ କାବ୍ବାଡ଼ାନ୍ ଏଲୁମ୍ବା; ତିଆତେ ନମି ପଡ଼ାବ୍ତାୟ୍; ଆମ୍ୱେଞ୍ଜି ତି ଆତେ ଏଜନାଏ ପଙ୍ ? ରିଜାଲରେଙନ୍ ତଙରନ୍ ତୁବ୍ତାୟ୍ ଆରି ଆରିଙ୍ରିଙ୍ଲଅ ଲୋଙନ୍ ସିଲଡ୍ ଡାଆନ୍ ଅମ୍ଡୁଙ୍ତାଙ୍ । 20 ବସେଙନ୍ ଡ କିନ୍ରେଙନ୍ ଆଜନ୍ତୁଜି, ବୋଡ଼ାନ୍ ଡ ଅନ୍ତିଡଞ୍ଜି ଞେନ୍ ସେନ୍ତିୟ୍ଞ୍ଜି; ଇନିଆସନ୍ଗାମେଣ୍ଡେନ୍ ସନେଡାମର୍ଞେନ୍ଞ୍ଜି ଆସନ୍ ବସେଙନ୍ ସିଲଡ୍ ଡାଆନ୍ ତିୟ୍ଲାଜି ଡ ଆରିଙ୍ରିଙ୍ଲଅଲୋଙନ୍ ଅଲନ୍ ତିୟ୍ଲାଜି; 21 ତି ଆମନ୍ରାଜି ସେଙ୍କେରାନ୍ଞେନ୍ ଆସନ୍ ଗଡ଼େଲାଜି ।
22 ଏଲେଜନଙ୍ଡେନ୍ ଏ ଜାକୁବ ଅମଙ୍ଞେନ୍ ଆପ୍ରାର୍ତନାଲନ୍; ଏ ଇସ୍ରାଏଲ୍ ଆମ୍ବେନ୍ କେନ୍ ଆବିସୟଜି ଆସନ୍ ମଙ୍ଗାଲମ । 23 ଆମ୍ବେନ୍ ଞେନ୍ ଆସନ୍ ମେଣ୍ଡା ଲସନ୍ ଆତନୋମୋଡ୍ ଆସନ୍ ଏପାଙ୍ଲାୟ୍; ଅନମଙ୍ ବାତ୍ତେ ଏମ୍ମାନେଲିୟ୍ । ଞେନ୍ ସରୁରୁପାୟ୍ଞେନ୍ ଆସନ୍ କମ୍ୱାରିକାବାଡ଼ା ଅଲୁମ୍ଲବେନ୍ ଅଡ଼େ ତରୁମ୍ମୋଡନ୍ ଆସନ୍ ଆମ୍ବେଞ୍ଜି ଅନବ୍ ମଙ୍ଗାଲବେନ୍ । 24 ଆମ୍ବେଞ୍ଜି ରୁପାଡାବନ୍ ତିୟ୍ଲେ ଞେନ୍ ଆସନ୍ ବାସ୍ନାକାଡିନ୍ ଏଞିଲୋ ଅଡ଼େ ଅନମଙ୍ବେନ୍ ଆକ୍ରିମେଡନ୍ ତିୟ୍ଲେ ଞେନ୍ ଏନବ୍ସର୍ରଡାଲିୟ୍ ବନ୍ଡ ଆମ୍ୱେନ୍ ଇର୍ସେବେନ୍ ବାତ୍ତେ କମ୍ୱାରିକାବାଡ଼ାନ ଏଲୁମ୍ଲୁମ୍ଲିୟ୍ ଆମ୍ବେନ୍ ଏର୍ଜାଡ଼ିକାନ୍ ଆଇର୍ସେ ବାତ୍ତେ ଏଃମଙ୍ଗାଲିଁୟ୍ । 25 ଞେନ୍ ଆମ୍ବେଞ୍ଜି ଆସନ୍ ଇର୍ସେବେନ୍ଞ୍ଜି ଅଡ଼୍କୋନ୍ କେମାଲବେନ୍ କି ଇର୍ସେବେନ୍ ଏଃମନେଆୟ୍ । 26 ଞେନ୍ ଅମ୍ମନେଇୟ୍ବା ଆମ୍ବେଞ୍ଜି ଏଙ୍ଗାଲେକି ପନ୍ସୁଆତୁଲୋଙନ୍ ଇନିଙ୍ଡୋସାତଡ୍ ଗାମ୍ଲେ ଏବର୍ରନାୟ୍ । 27 ଆପ୍ରତମ୍ମୁନ୍ ଆପେୟ୍ବେଞ୍ଜି ଇର୍ସେନ୍ ଲୁମେଞ୍ଜି ଡ ଆମ୍ମୁଙ୍ଗଡ୍ମର୍ରଞ୍ଜି ବିରୁଡଲୋଙ୍ଞେନ୍ ଏର୍ରଡରମ୍ମ ଲୁମେଞ୍ଜି । 28 କେନ୍ ଆସନ୍ ଆମ୍ବେଞ୍ଜି ମଡ଼ିର୍ ଜାଗାଲୋଙନ୍ ସୋଡ଼ାମର୍ରଞ୍ଜି ଏର୍ରମଡ଼ିର୍ ଅମ୍ମେତବୋ, ଞେନ୍ ଜାକୁବନ୍ ସୟ୍ପତାୟ୍ ଡ ଇସ୍ରାଏଲଞ୍ଜି ନିଣ୍ତୟଲାୟ୍ ।