1 ଇସ୍ୱରନ୍ ଆପୁଡ଼ାରା ଡଅଙ୍ଲୋଙ୍ଞେନ୍ ଇୟ୍ତାୟ୍ ଡକୋନେ ।
ଇନିଆସନ୍ଗାମେଣ୍ତେନ୍ ଲବଡ୍ଡିମରଞ୍ଜି ଆମଙ୍ବା ମନଙ୍ବରନ୍ ଅନପୁଙନ୍ ଆସନ୍
ପ୍ରବୁନ୍ ଞେନ୍ଆଡଙ୍ ଅବିସେକଲିୟ୍,
ଆନିନ୍ ଆପଲାଙ୍ ଆଉଗର୍ ମନ୍ରାଞ୍ଜି ଆପାରାନ୍ ଜିବାତ୍ତେ,
ବଣ୍ତିମରଞ୍ଜି ଆନୁର୍ ଆସନ୍ ଡ ବଣ୍ତିସିଙ୍ଲୋଙ୍ ଆଡର୍କୋତଞ୍ଜି ଆମନ୍ରାଜି ଆନୁର୍ ଆସନ୍ ମନଙ୍ବରନ୍ ବର୍ରନେନ୍ ଡେତେ;
2 ଇସ୍ୱରନ୍ ଅନୁଗ୍ରହନ ବର୍ରସେଙ୍ ଡ ଇସ୍ୱରଲେନ୍ ଡୁଲ୍ନେଡିନ୍ନାଇଙନ୍ ବର୍ରନେ;
ୟେଡାନେମର୍ରଞ୍ଜି ଆବନୁୟୋବ୍ତେ ;
3 ସିୟନନ୍ ଆୟେଡାମର୍ରଞ୍ଜି ଆସନ୍ ଗବ୍ରିଏନ୍, ଆଗ୍ରାମ୍ଗାମ୍, କୋମାବନ୍ ଆପାଲ୍ତେଙ୍ ରନୁରୁ,
ଡୁକ୍କନ୍ ଆପାଲ୍ତେଙ୍ ସୁକ୍କାନ୍ ଆମିଞଲ୍, ଆଞରିତେନ୍ ମଡ଼ିର୍ ପୁଡ଼ାରାନ୍ ଆପାଲ୍ତେଙ୍ ସନେସେଙନ୍ ଆସିନ୍ରି ଆଜନିଜି ଞେନ୍ତିୟ୍ଲିୟ୍;
ତି ଆସନ୍ ଇସ୍ୱରନ୍ ଏଙ୍ଗାଲେ ଆସନେନ୍ସେନ୍ ଞାଙ୍ତେ, ତି ଆସନ୍ ଆକୋତ୍ତାନ୍ ଅନ୍ତମ୍ ମନଙ୍ ଗିୟ୍ତବେନ୍ କେନ୍ ବାତ୍ତେ ଅଡ଼୍କୋରେଙନ୍ ଜନାତଜି ।
4 ଅଡ଼େ ଆନିଞ୍ଜି ପୁର୍ବାନ୍ ଆପନାଡ଼ୁ ଆଜାଗାରେଙ୍ ଅଡ଼୍କୋନ୍ ତୁବ୍ତଜି, ପୁର୍ବାନ୍ ଆପାନାଡ଼ୁ ଜାଗାଲୋଙ୍ ଅବ୍ଡୋତଜି ଆରି ଆନିଞ୍ଜି ଗୁରୁଡେଞ୍ଜି ଡ ଆନିଞ୍ଜି ଆମ୍ମୁଙ୍ ସିଲଡ୍ ଆଗରୁଡେନ୍ ଆଗଡ଼ାଜି ଆନିନ୍ ରଙ୍ ଅମ୍ମେତେ ।
5 ଆମ୍ବେନ୍ ଏର୍ରନମ୍ମଡ୍ମରଞ୍ଜି ମେଣ୍ତବେନ୍ ତନୁରନ୍ ଆସନ୍ ତନଙ୍ତଜି କି ଆନାଡେସାବାଜି ସରବାବେନ୍ ଡ ଦ୍ରାକ୍ୟାକୋତ୍ତାଲୋଙନ୍ ଡ ଜନ୍ରୋମ୍ରେଙ୍ବେନ୍ ଅର୍ରମର୍ ଡେତେ ।
6 ବନ୍ଡ ଆମ୍ବେନ୍ ଇସ୍ୱରନ୍ ଆ ରାଓଡ଼ାଜି ଗାମ୍ଲେ ଓଡେତବେଞ୍ଜି; ଆମ୍ବେଞ୍ଜି ଇସ୍ୱରନ୍ ଆକୁତମ୍ମାଗାମର ଗାମ୍ଲେ ମନ୍ରାଞ୍ଜି ଓଡ୍ଡେବେନ୍ତଜି; ଆମ୍ବେନ୍ ଆନ୍ନାଡେସାମରଞ୍ଜି ଆନର୍ଜେଜି ଏଜୋମ୍ତେ କି ଆମ୍ବେଞ୍ଜି ସେଙ୍କେରାନ୍ ଞାଙ୍ଲେ ଏବ୍ସୋଡ଼ାଡମ୍ତନେ ।
7 ଆମ୍ବେଞ୍ଜି ଗନବ୍ରଜନ୍ ଆପାଲ୍ତେଙ୍ ବାବ୍ଗୁନ ସନେନ୍ସେନ୍ ଏଞାଙ୍ତେ; ନିଣ୍ତୟନ୍ ଆପାଲ୍ତେଙ୍ ରମ୍ମଙ୍ ରମ୍ମଙ୍ ଆଡନେଞ୍ଜି ଞାଙ୍ଲେ ସର୍ରଡାତଜି; କେନ୍ ଆସନ୍ଲନ୍ ଡେସାଲୋଙ୍ଲେନ୍ ବାବ୍ ବନ୍ତା ଏଞାଙ୍ତେ, ଆନିଞ୍ଜି ଆଏଡ଼ର୍ ସର୍ରଡାନ୍ ଞାଙ୍ତଜି ।
8 ଇନିଆସନ୍ଗାମେଣ୍ତେନ୍ ଞେନ୍ ଇସ୍ୱରନ୍ ଆଜାଡ଼ି ପନ୍ସୁଆତିନ୍ ଲଡୟ୍ତିଁୟ୍, ଞେନ୍ ଏର୍ଡର୍ରମ୍ମଲନୁମନ୍ ଅଃନିସୁମିଁୟ୍, ଆଜାଡ଼ି କାବ୍ବାଡ଼ାନ୍ ଆତନିୟ୍ତିୟ୍ ଞେନ୍ ତିୟ୍ତାୟ୍ କି ଆନିଞ୍ଜି ସରିନ୍ ଅଃନ୍ନଞିଡିନ୍ନାନ୍ଜାୟ୍ ଅବୟ୍ ଅନସଜନ୍ ତିୟ୍ତାୟ୍ ।
9 ଆକେଜ୍ଜାଞ୍ଜି ଆନ୍ନା ଡେସାମର୍ରଞ୍ଜିଲୋଙ୍ ଡ ଆ ଅନଞ୍ଜି କେଜ୍ଜାରେଙନିୟ୍ ସୋଡ଼ାମର୍ ଡେତଜି; ଅଡ଼୍କୋମନ୍ରାନ୍ ଆଗନିୟ୍ଗିୟ୍ଲୋଙ୍ କେନ୍ ଆନିଞ୍ଜି ଇସ୍ୱରନ୍ ଆସିର୍ବାଦ କେଜ୍ଜାଗାମ୍ଲେ ମାନ୍ନେତବେଞ୍ଜି ।
10 ଞେନ୍ ଇସ୍ୱରନ୍ଆମନଙ୍ ଗୋଗୋୟ୍ ସର୍ଡାତନାୟ୍, ପରାନ୍ନା ଞେନ୍ ଇସ୍ୱରନ୍ ଆମଙ୍ ଗୋଗୋୟ୍ ସର୍ଡାତିଂ;
ଇନିଆସନ୍ଗାମେଣ୍ତେନ୍ ବିବାନେମରନ୍ ଏଙ୍ଗାଲେ ରନୁରୁନ୍ ବାତ୍ତେ ଆନିନ୍ଡମ୍ ରୁରୁତନ୍ ଡ ବିବାନେବଜନ୍ ଆନିନ୍ଡମ୍ ସୁନ୍ନାନ୍ ତଲ୍ତେ,
ଏତେଲେମା ଆନିନ୍ ଅନୁର୍ ପୁରାଡ଼ାରନ୍ ଆସିନ୍ରିୟ୍ ବାତ୍ତେ ଅଃବ୍ଜିଜିଲିୟ୍ କି ଡରମ୍ମସିନ୍ରିନ୍ ବାତ୍ତେ ଞେନ୍ ଅବ୍ଗୋସାୟ୍ଲିୟ୍ଞ୍ଜି ।
11 ଇନିଆସନ୍ଗାମେଣ୍ତେନ୍ ଲବଲୋଙନ୍ ଏଙ୍ଗାଲେ ଜମ୍ମଲନ୍ ପଡାବ୍ତାୟ୍ ଡ କୋତ୍ତାଲୋଙନ୍ ଏଙ୍ଗାଲେ ଆନିନ୍ଡମ୍ ଆବ୍ରିତ୍ତେନ୍ ଆଜନବ୍ଜି ପଡାବ୍ତାୟ୍ ଏତ୍ତେଲେ ପ୍ରବୁ ଇସ୍ୱରନ୍ ଅଡ଼୍କୋନ୍ ଆଡେସାମର୍ଜି ଆମଙ୍ବା ଡରମ୍ମ ଡ ସନେନ୍ସେନ୍ ପଡାବ୍ତାୟ୍ ।