1 ଇସ୍ରାଏଲନ୍ ଆଞୁମଲୋଙ୍ ଜାକୁବନ୍ ଆକେଜ୍ଜା ଡ ଜିଉଦା ଆକେଜ୍ଜା ଆମନ୍ରାଜି ଅମ୍ଡଙ୍ବା । ଆମ୍ବେନ୍ ଇସ୍ୱରନ୍ ଆଞୁମଲୋଙନ୍ ଏପାର୍ମାଡ଼ାତନ ଡ ଇସ୍ରାଏଲ ଇସ୍ୱରନ୍ ଆମଙ୍ କନନ୍ନାବା, ବନ୍ଡ କେନ୍ ଆତେ ଅଡ଼୍କୋନ୍ ଆଜାଡ଼ି ଡରମ୍ମତଡ୍ । 2 ଇନିଆସଗାମେଣ୍ତେନ୍ ଆନିଞ୍ଜି ରର୍ମଙ୍ ମଡ଼ିର୍ ମରଞ୍ଜି ଆଗଡ଼ା ଗାମ୍ଲେ ଜନାତଜି କି ଇସ୍ରାଏଲଞ୍ଜି ଆ ଇସ୍ୱର ତୁମ୍ ଆସାଲନ୍ ଡକୋତଞ୍ଜି; ଇସ୍ୱରନ୍ ଆଞୁମନ୍ ।
3 ଆମ୍ମୁଙ୍ ଆଗଟେନ୍ ଆବିସୟଜି ଞେନ୍ ପୁର୍ବାମା ବର୍ରବେନ୍, ଓଓ କେନ୍ ଆ ବର୍ନେ ମୁକାଲୋଙ୍ବେନ୍ମା ଅଡ଼୍କୋନ୍ ଅବ୍ଜନାଲବେନ୍ କି ଅବ୍ତାଡ଼ନ୍ କେନ୍ ଆତେ ଗଟେନ୍ । 4 ଇନିଆସଗାମେଣ୍ତେନ୍ ଞେନ୍ ଜନାଲିଁୟ୍ ଆମ୍ବେଞ୍ଜି ଞେନ୍ ତୁମ୍ ଏଗାମ୍ତେ ସଙ୍କାବେନ୍ ଲଆଙନ୍ ଅନ୍ତମ୍ ରଡୋ ଡ ଇଡାଡ଼ାବେନ୍ ପିତ୍ତଡ଼ନ୍ ଅନ୍ତମ୍ ଗାମ୍ଲେ ଏଜନାଲାୟ୍ । 5 କେନ୍ ଆସନ୍ ଅଡ଼୍କୋନ୍ ଆବିସୟଜି ଆମ୍ମୁଙ୍ମା ଅବ୍ଜନାଲବେନ୍, ଅଣ୍ଡ୍ରଙ୍ ଗଟେନ୍ ଆମ୍ମୁଙ୍ ବର୍ରବେନ୍ ଇଜ୍ଜାଡେନ୍ ଆମ୍ବେଞ୍ଜି ବର୍ରନ୍ ଅଃରପ୍ତିଏ, ସନୁମ୍ଲେନ୍ କେନ୍ ଆବର୍ନେ ବର୍ରନେ, ଞେନ୍ ଚଞ୍ଚଲୋଙନ୍ ଆତ୍ରୁମ୍ଲାୟନ୍ ଆକୋଙଣ୍ତାୟ୍ କେନ୍ ଆତେ ବାୟ୍ଲାୟ୍ ।
6 ଆମ୍ବେନ୍ କେନ୍ ଅଡ଼୍କୋନ୍ ଏଅମ୍ଡଙେନ୍, କେନ୍ ଅଡ଼୍କୋନ୍ ଏଗିୟ୍ତେ ଡ ଡେଲଜାକିୟ୍ଡେନ୍ ଆମ୍ବେନ୍ ଏବର୍ରଡଙ୍ନେ ? କେନ୍ ଆଡିନ୍ନା ସିଲଡ୍ ଞେନ୍ ଆମ୍ବେଞ୍ଜି ରଙ୍ ବିସୟଜି ଅଡ଼୍କୋନ୍ ଅବ୍ଜନାଲବେନ୍ । 7 କେନ୍ ଅଡ଼୍କୋନ୍ ଆମ୍ମୁଙ୍ ଅଃଡ୍ଡକୋଲନ୍ ବନ୍ଡ ନମି ଡୁଙ୍ଲନାୟ୍ ଲଙେ ଆଡିନ୍ନା ସିଲଡ୍ ଆମ୍ମୁଙ୍ କେନ୍ ଆତେ ଏଃନମ୍ଡଙ୍ଲୋ; ଇଜ୍ଜାନ୍ଡେନ୍ ଏଗିୟ୍ତେ ଞେନ୍ କେନ୍ ଅଡ଼୍କୋନ୍ ଜନାଲାୟ୍ ଗାମ୍ଲେ ଆମ୍ବେନ୍ ଏର୍ରତନ୍ । 8 ଆମ୍ବେଞ୍ଜି ଏଃନମ୍ଡଙ୍ଲୋ କି ଆମ୍ବେଞ୍ଜି ଏଃଜନାଲୋ, ଆମ୍ମୁଙ୍ମା ସିଲଡ୍ ଅଲୁଡ୍ବେନ୍ ଆତୁଡବ୍ ଡକୋଏନ୍, ଇନିଆସନ୍ଗାମେଣ୍ଡେନ୍ ଆମ୍ବେଞ୍ଜି ଗୋଗୋୟ୍ ଏବାୟ୍ସିଲନ୍, କିମ୍ପୋଙ୍ଲୋଙନ୍ମା ସିଲଡ୍ ଏର୍ଡରମ୍ମମର୍ଜି ଗାମ୍ଲେ ଜନାଏଞ୍ଜି କେନ୍ ଆତେ ଞେନ୍ ଜନାଲିଁୟ ।
9 ଞେନ୍ ଏଙ୍ଗାଲେ ଆମ୍ବେଞ୍ଜି ଅଃନାନ୍ନାବେନ୍, କେନ୍ ଆସନ୍ ଅଞୁମ୍ଲୋଙ୍ଞେନ୍ ଆମ୍ବେଞ୍ଜି ବନ୍ଡ୍ରାବନ୍ ବାତ୍ତେ ମେରନ୍ ଅଃନବ୍ଗୁରୁଡେବେନ୍ କି ସନେନ୍ସେନ୍ଞେନ୍ ଆସନ୍ ଆମ୍ବେଞ୍ଜି ଅମଙ୍ଗାବେନ୍ । 10 ଗିୟ୍ବା ଞେନ୍ ଆମ୍ବେଞ୍ଜିଆଡଙ୍ ମବ୍ଡ଼ିର୍ ଲବେନ୍, ବନ୍ଡ ରୁପାନ୍ ଅନ୍ତମ୍ ତଡ୍; ଞେନ୍ ଆମ୍ବେଞ୍ଜିଆଡଙ୍ ଡନଣ୍ଡାୟ୍ ତଗୋଲୋଙନ୍ ସେଡାଲବେନ୍ । 11 ଞେନ୍ ଆସନ୍, ଞେନ୍ ଆସନ୍ ତୁମ୍ ଲୁମ୍ତାୟ୍; ଇନିଆସନ୍ଗାମେଣ୍ଡେନ୍ ଅଞୁମ୍ଲୋଙ୍ଞେନ୍ ଇନିଆସନ୍ ଏର୍ରମଡ଼ିର୍ ଡେତେ ? ଆରି ଞେନ୍ ଆସନ୍ ସନେନ୍ସେନ୍ ଆନାମର୍ର ତନିୟନ୍ ଅଡ଼େ ।
12 ଏ ଜାକୁବ, ଇସ୍ରାଏଲନ୍ ଆନୋଡ୍ଡେମର୍ ବର୍ରନେଞେନ୍ ଅମ୍ଡଙା; ଞେନ୍ ତି ଆତେ, ଞେନ୍ ଆମ୍ମୁଙ୍, ଞେନ୍ ମା ତିକ୍କି । 13 ଆରି ଅସିଞେନ୍ବାତ୍ତେ ପୁର୍ତିନ୍ ଆଜିମିତାଲ୍ ତୁବ୍ଲାୟ୍ ଡ ଅର୍ଜଡ଼ୋମ୍ସିଗଡ୍ ଉର୍ରାଲାୟ୍ ଡେନ୍ ରୁଆଙ୍ନ୍ ଜାବ୍ତେ ଞେନ୍ ଆନିଞ୍ଜି ଓଡେଲାଜିଡେନ୍ ମାୟ୍ଲନ୍ ତନଙ୍ତଜି ।
14 ଆମ୍ବେନ୍ ଅଡ଼୍କୋନ୍ ରୁକୁଲନ୍ ଅମ୍ଡଙ୍ବା; ଆନିଞ୍ଜିଲୋଙ୍ କେନ୍ ଆବର୍ନେ ଆନା ବର୍ରବେନ୍ ? ଇସ୍ୱରନ୍ ଆନିନ୍ ଆଡୁଙ୍ୟମ୍, ବାବିଲନ୍ ଆଉପ୍ରେଙ୍ ଆନିୟ୍ୟମ ସବ୍ତଙ୍ତେ ଡ ଇସ୍ୱରନ୍ କଲଦିଅମର୍ରଞ୍ଜି ଆମଙ୍ ବନ୍ଡ୍ରାବନ୍ ଡକୋତେ । 15 ଞେନ୍, ଞେନ୍ ମା ବର୍ନେନ୍ ବର୍ତନାୟ, ଓଓ, ଞେନ୍ ଆନିନ୍ଆଡଙ୍ ଓଡ୍ଡେଲାୟ୍, ଞେନ୍ ଆନିନ୍ଆଡଙ୍ ଓରୋଙ୍ଲାୟ୍, ଆରି ଆକାବାଡ଼ାଲୋଙନ୍ ଆନିନ୍ ଜିନୟ୍ତେ ।
16 ଆମ୍ବେଞ୍ଜି ଅମଙ୍ଞେନ୍ ଇୟ୍ଲେ କେନ୍ ଆବର୍ନେ ଅମ୍ଡଙ୍ବା; ଞେନ୍ ଆପର୍ତମ୍ମୁ ମା ଅଜନା ଅବର୍ରବେନ୍; ଆଗଟେନ୍ ଆଡିଡ୍ ମା ଞେନ୍ ତେତ୍ତେ ଡକୋ ଆରି ଇସ୍ୱରନ୍ ଆପୁଡ଼ାରା ଅମଙ୍ଞେନ୍ ପଟାୟ୍ଲାୟ୍ ।
17 ଅନୁର୍ମର୍ରନ ଇସ୍ରାଏଲନ୍ ଆ ଡରମ୍ମ ଅନ୍ତମ୍ ଇସ୍ୱରନ୍ କେନ୍ ଆବର୍ନେ ବର୍ତନ୍, ଞେନ୍ ଇସ୍ୱର, ଞେନ୍ ଇସ୍ୱରବେନ୍ ଅଙ୍ଗାଆତେ ଆମ୍ବେଞ୍ଜି ଆସନ୍ ମନଙ୍ଞନଙ୍ତିୟ୍ତେ, ତଞିନେବେନ୍ ଆତଙର୍ ଆମ୍ବେଞ୍ଜି ଓରୋଙ୍ତବେନ ।
18 ଆମ୍ବେନ୍ ବର୍ରନେଞେନ୍ ଅଡ଼୍କୋନ୍ ଏଅମ୍ଡଞେନ୍ ଡେନ୍ ସନୟୁବେଞ୍ଜି ଅଲଡାନ୍ ଅନ୍ତମ୍ ପେଲେ ଜିର୍ତାୟ୍ ଆରି ଡରମ୍ମବେନ୍ ସମେଁୟ୍ଣ୍ଡ୍ରାନ୍ ଇଡ୍ଡୋୟ୍ଡାନ୍ ଅନ୍ତମ୍ ଡେତେ ବନ୍ । 19 କେଜ୍ଜାବେଞ୍ଜି ସମେଁୟ୍ଣ୍ଡ୍ରାନ୍ ଆଲକିୟ୍ ଅନ୍ତମ୍ ପସିୟ୍ବେଞ୍ଜି ଡିଡିଲେ ଅର୍ରପ୍ତିବୋଜିବନ୍; ମୁକାଲୋଙ୍ଞେନ୍ ସିଲଡ୍ ଆଙ୍ଗିୟ୍ଜା ଆନ୍ନାଲେ ଅଡ଼େ ଅବ୍ଗୁରୁଡ୍ଡେନ୍ ଅଃଡେଆୟ୍ବନ୍ ।
20 ଆମ୍ବେଞ୍ଜି ବାବିଲନ୍ ସିଲଡ୍ ଡୁଙ୍ଲନ୍ ଜିର୍ବା, କଲଦିଅଞ୍ଜିଲୋଙ୍ ଜିର୍ରବା ଆମ୍ବେଞ୍ଜି କନନ୍କନ୍ଲେ ସୋଡ଼ା ସର୍ରଙନ୍ ବାତ୍ତେ ମନଙ୍ବରନ୍ ଅବ୍ଜନାବାଜି କି ପୁର୍ତିନ୍ ଆନେଙ୍ ଡେସାନ୍ଜାୟ୍ କେନ୍ ଆବର୍ରନ୍ ଅମ୍ତୁଙ୍ବା; ଆମ୍ବେଞ୍ଜି ବର୍ନାବା ଆ କମ୍ୱାରି ଜାକୁବନ୍ ଅନୁରନ୍ ତିୟେନ୍ । 21 ଆନିନ୍ ଅଙ୍ଗାଆଡିଡ୍ ଆରିଙ୍ରିଙ୍ଲଗଡ୍ ଓରୋଙ୍ଲବେନ୍ ଆନିଞ୍ଜି ଅଃନିର୍ଗାଲଜି, ଆନିଞ୍ଜି ଆସନ୍ ଅରେଙ୍ଲୋଙନ୍ ସିଲଡ୍ ଡାଆନ୍ ଅମ୍ଡୁଙ୍ଲାୟ୍ ଆରି ଅରେଙନ୍ ଆତରିଡେନ୍ ଡାଆନ୍ ଡୁଙ୍ଲନାୟ୍ ।
22 ଇସ୍ୱରନ୍ ବର୍ତନେ, ପେଲ୍ଲାମରଞ୍ଜି ଇନ୍ନିଙ୍ ସନୟୁନ ଅବୟ୍ତଡ୍ ।