1 ଏ ମଡ୍ଡି ସମେଁୟ୍ଣ୍ଡ୍ରାନ୍ ଡେପାନ୍ ଡକୋନ୍ ଆମନ୍ରାଜି ବର୍ନେଞେନ୍ ଅମ୍ଡଙ୍ବା, ଏ ସଙାୟ୍ ଏଡ୍ରକୋତନ୍ ଆକେଜ୍ଜାମର୍ଜି ଅଡ଼୍କୋନ୍ ଡାଲୁଡ୍ବା, ଞେନ୍ ଅଣ୍ଡ୍ରଙ୍ କୋଡିଏଞ୍ଜି ଆମ୍ମୁଙ୍ ଇସ୍ୱରନ୍ ଞେନ୍ଆଡଙ୍ ସେଡାଲିଁୟ୍ ଆରି ଞେନ୍ ଅୟୋଙ୍ଞେନ୍ ଆ କିମ୍ପୋଙ୍ଲୋଙ୍ ମା ଆଡିଡ୍ ଆନିନ୍ ଅଞୁମ୍ଞେନ୍ ଇଡେନ୍ । 2 ଆରି ଆନିନ୍ ମୁକ୍କାଞେନ୍ ଅସୁବ୍ କଡ଼ିବନ୍ ଅନ୍ତମ୍ ଏତୁବେନ, ଆଉମ୍ମୁଲ୍ଞେନ୍ ଆସିନ୍ ବାତ୍ତେ ଞେନ୍ଆଡଙ୍ ଅବ୍ସସଲିୟ୍ ଆରି ଆନିନ୍ ଞେନ୍ଆଡଙ୍ ଅସୁବ୍ଡମନ୍ ଆ ଅଆମନ୍ ଅସିଙନ୍ ଅନ୍ତମ୍ ଏମ୍ମେଲେ ଅଆମନ୍ ଆଡ୍ରକୋଲୋଙ୍ ୟୁମ୍ଲେ ଡକ୍କୋଲିଁୟ୍ । 3 ଆରି ଞେନ୍ଆଡଙ୍ ଆନିନ୍ ବର୍ରିୟ୍, ଆମନ୍ ଇସ୍ରାଏଲନ୍, "ଆମନ୍ କମ୍ବାରିଞେନ୍; ଆମନ୍ ବାତ୍ତେ ଞେନ୍ ଗନୁଗୁ ପନେମେଙନ୍ ଞାଙ୍ତାୟ୍ ।"
4 ବନ୍ଡ ଞେନ୍ ବର୍ରନାୟ, ଞେନ୍ କାଜ୍ଜାନ୍ କାବ୍ବାଡ଼ାଲନାୟ,ଞେନ୍ ଇନ୍ନିଙ୍ ତଡ୍ ଆରି ଞନ୍ଡ୍ରମନେଞେନ୍ କାଜ୍ଜାନ୍ ଅମ୍ମୋସାଲାୟ୍, ଡେଲୋଜନଙ୍ଡେନ୍ ପନ୍ସୁଆତିଞେନ୍ ପ୍ରବୁନ୍ ଆସିଲୋଙ୍ ଆରି କାବ୍ବାଡ଼ାଞେନ୍ ଆଜ ଇସ୍ୱରନ୍ ଆସିଲୋଙ୍ ଡକୋ । 5 ଆରି ଞେନ୍ ଆକମ୍ବାରିନ୍ ଆଡେନେ ଆସନ୍ ଆରି ଜକୁବନ୍ ଆମଙ୍ବାନ୍ ଆନୋରୋଙ୍ ଆସନ୍ ଆରି ଇସ୍ରାଏଲଞ୍ଜି ଆମଙ୍ବାନ୍ ରୁକୁଲନ୍ ଆୟର୍ନେନ୍ ଆସନ୍ କମ୍ପୋଙ୍ଲୋଙନ୍ ମା ସିଲଡ୍ ସେଡାଲିଁୟ୍ । ତି ଆ ପ୍ରବୁ ନମି ବର୍ତନେ, ଇନିଆସନ୍ଗାମେଣ୍ଡେନ୍ ଞେନ୍ ପ୍ରବୁନ୍ ଆଗନିୟ୍ଗିୟ୍ଲୋଙ୍ ମାନ୍ନାନେମର୍ ଡେଲିଁୟ୍ ଆରି ଇସ୍ୱରଞେନ୍ ବୋର୍ସାଞେନ୍ ଅନ୍ତମ୍ ଡେଲିଁୟ୍ । 6 ଆରି ପ୍ରବୁନ୍ ଞେନ୍ଆଡଙ୍ ବର୍ରିୟ୍, "ଆମନ୍ ଜାକୁବନ୍ ଆକେଜ୍ଜାଡଙ୍ ଆନବ୍ୟର୍ନେନ୍ ଆସନ୍ ଆରି ଇସ୍ରାଏଲନ୍ କମ୍ବାରି କାବ୍ବାଡ଼ାନ୍ ସିଲଡ୍ ଆନାବ୍ଡିଡ୍ ଆସନ୍ କମ୍ବାରିଞେନ୍ ଡେତମ୍ । କେନ୍ଆତେ ସନ୍ନାଡମ୍ ଆବର୍ନେ; ଆମନ୍ ପୁର୍ତିନ୍ ଆସଣ୍ଡିଜାୟ୍ ଏଙ୍ଗାଲେ ଅଡ଼୍କୋନ୍ ଆନୁର୍ମର୍ଞେନ୍ ଡେତେ, ତିଆସନ୍ ଆମନ୍ଆଡଙ୍ ଆନ୍ନା ଡେସାବାଜି ଆସ୍ନାଆର୍ ଅନ୍ତମ୍ ଡେତାୟ୍ ।
7 ଆନା ଆସ୍ରାସନତେନ୍ ଆମନ୍ରାଜି ଆକମ୍ବାରି, ଆନାଜି ମନ୍ରାନ୍ ଆଲ୍ଲେତେ ଆନାଜି ଡେସାନ୍ ଆମନ୍ରାଜି ଏଡ଼ୁର୍ମଡ୍ତଜି, ଆନିନ୍ ଇସ୍ରାଏଲନ୍ ଆ ତନାଣ୍ଡେମର୍ ଆରି ଆ ଇସ୍ୱରନ୍ ପ୍ରବୁନ୍ କେନ୍ ଆବର୍ନେ ବର୍ତନେ, ଡର୍ନେଡମନ୍ ଡ ଇସ୍ରାଏଲନ୍ ଆ ଇସ୍ୱର ଅଙ୍ଗା ଆପ୍ରବୁ ଆମନ୍ଆଡଙ୍ ସେଡାଲମ୍, ଆଲତେଙ୍ଲୋଙନ୍ ରାଜାଞ୍ଜି ଗିୟ୍ଲେ ଡୋତଞ୍ଜି; ସୋଡ଼ାମରଞ୍ଜି ଲୋମ୍ତବେଞ୍ଜି ।"
8 ପ୍ରବୁନ୍ କେନ୍ ଆବର୍ନେ ବର୍ତନେ, ଞେନ୍ ଆଜ୍ରାଲମନ୍ ଆଡିଡ୍ ଆମନ୍ ଏଜାଲଙ୍ଲମ୍ କି ଅନୁରନ୍ ଡିନ୍ନାନ୍ଇଙନ୍ ସାୟ୍ସିଲମ୍; ଆରି ଞେନ୍ ଆମନ୍ଆଡଙ୍ ଡୋବ୍ତନ୍ ଆରି ଡେସାନ୍ ଆରସେଡେନ୍ ଆରି ଆମନ୍ ଅଡ଼୍କୋ ମନ୍ରାଞ୍ଜି ସରିନ୍ ଅବୟ୍ ସିବ୍ଡେୟ୍ବର୍ତନାୟ । ଆରସେଡେନ୍ ଆଡେସା ଆସନ୍ ଆରି ବତର ଞେନ୍ ଆମନ୍ଆଡଙ୍ ଡେସାଲୋଙ୍ନମ୍ ତବ୍ନଙ୍ତମ୍ । 9 ବଣ୍ଡିମର୍ରଞ୍ଜି ଡୁଙ୍ଲନ୍ ଜିର୍ରବା, ଲୋଙଡ୍ଲୋଙନ୍ ଆଡ୍ରକୋତଞ୍ଜି ଆମନ୍ରାଜି ଞେନ୍ ସାନ୍ନାଆରନ୍ ଅବ୍ତୁୟ୍ବା ତଙର୍ରେଙନ୍ ତୁର୍ତଞ୍ଜି କି ଆରିକାନ୍ ଆବୁରୁରେଙ୍ ଇନ୍ନିଙ୍ ଅନେଙ୍ଗାନେ । 10 ଆନିଞ୍ଜି ଅଃଡୋଲଜେଜି କି ଅଃନିର୍ଗାଲେଜି । ଅଡ଼େ ଡାଗାନ୍ଇଙନ୍ ଓୟୋଙନ୍ ଆଉନ୍ରୁଡ୍ ଇନ୍ନିଙ୍ ଅଃଡେଏଜି, ଇନିଆସନ୍ଗାମେଣ୍ଡେନ୍ ଆନା ଆନିଞ୍ଜିଆଡଙ୍ କାନକାରମ୍ ଗାମ୍ତଜି ଆନିନ୍ ଆନିଞ୍ଜିଆଡଙ୍ ତୁର୍ତଜି, ଡାଆନ୍ ଡକୋରେଙ୍ ଆନିନ୍ ଆନିଞ୍ଜିଆଡଙ୍ ତୁର୍ତେ ।
11 ଆରି "ଞେନ୍ ବରୁରେଙନ୍ ତଙରନ୍ ତୁବ୍ତାୟ୍ ଆରି ତଙରନ୍ ଅବୟ୍ ଏମ୍ମେବା ଲାଆଙ୍ତଙରରେଙନ୍ ଅବ୍ଲାଆଙ୍ତାୟ୍ । 12 ଆରି କେନ୍ଆନିଞ୍ଜି ସଙାୟ୍ ସିଲଡ୍ ଜିର୍ତାଜି; ଆରି ଗିୟ୍ବା, କେନ୍ଆନିଞ୍ଜି ଅର୍କଡାଡ଼ିଗଡ୍ ଡ ଡରୁଙ୍ୟୋଙ୍ଗଡ୍ ସିଲଡ୍ ଜିର୍ତାଜି, ଆରି ଆନିଞ୍ଜି ସିନିମ୍ ଡେସାନ୍ ସିଲଡ୍ ଜିର୍ତାଜି ।" 13 ରୁଆଙନ୍ କନନ୍ନେତୋ, ପୁର୍ତିନ୍ ସର୍ଡାନେତୋ, ବରୁଞ୍ଜି ସୋଡ଼ା ସର୍ରଙନ୍ ବାତ୍ତେ କନନ୍ନେତଜି, ଇନିଆସନ୍ଗାମେଣ୍ଡେନ୍ ଆମନ୍ରାଞ୍ଜିଆଡଙ୍ ସବ୍ୟୁତଜି ଆରି ଡୁକ୍କାଲୋଙନ୍ ଡକୋନ୍ ଆମନ୍ରାଞ୍ଜିଆଡଙ୍ ସାୟୁମ୍ତଜି । 14 ବନ୍ଡ ସିଓନନ୍ ଗାମେନ୍, "ପ୍ରବୁନ୍ ଞେନ୍ ଅମ୍ରେଙ୍ଲିୟଞ୍ଜି ପ୍ରବୁନ୍ ଞେନ୍ କରୋଡାଲିଞ୍ଜି ।"
15 "ଆଇବଜନ୍ ଆନିନ୍ ଆକରୋତ୍ତେନ୍ ଆ ଡାଙ୍ଗାଡ଼ାଅନ୍ ଏର୍ଡୁଙ୍ୟମ୍ଲେ ଆନିନ୍ ଆରେସାସିୟ୍ ମେ ମେଅନନ୍ ଆପସିୟ୍ କରୋଡାତେ ? ଓଓ, କେନ୍ଆନିଞ୍ଜି କରୋଡାତଜି, ବନ୍ଡ ଞେନ୍ ଆମ୍ବେଞ୍ଜି ଅଃକରୋଡାବେନ୍ । 16 ଗିୟ୍ବା, ଞେନ୍ ବାର୍ସିଲୋଙ୍ ଅଞୁମ୍ନମ୍ ଇଡ୍ଲେ ଡକଡକୋଲାୟ୍; କିନ୍ତାଲ୍ନମ୍ ଅଡ଼୍କୋ ଡିନ୍ନାନ୍ ମୁକାବାଞେନ୍ ଡକୋ । 17 ପସିୟ୍ବେଞ୍ଜି ଲଜିର୍ତାଜି, ଅନବ୍ସେଡ୍ମର୍ନମ୍ଜି ଆରି ଆନାଜି ଆମନ୍ଆଡଙ୍ ଗବ୍ରୟ୍ଲମ୍ଜି ଆନିଞ୍ଜି ଅମଙ୍ବାନମ୍ ସିଲଡ୍ ଡୁଙ୍ଲନ୍ ଜିର୍ତଜି । 18 ଆମ୍ବେନ୍ ଅଡ଼୍କୋରେଙନ୍ ଗିୟ୍ବା; କେନ୍ ଅଡ଼୍କୋନ୍ ଆବରୁକ୍କୁନ୍ ଅମଙ୍ନମ୍ ଜିର୍ତାଜି । ପ୍ରବୁନ୍ ବର୍ତନେ, ଞେନ୍ ଆମେଙ୍ ମତ୍ତାନ୍ ଜାୟ୍ ଆମ୍ବେନ୍ ଅଡ଼୍କୋନ୍ ଜରିଜିନେନ୍ ଏଜିଜିତନେ, ଆରି କନିଆନ୍ ଆରନେଡୁବ୍ ଅନ୍ତମ୍ ଆନିଞ୍ଜିଆଡଙ୍ ଏବ୍ଞମ୍ରତଜି ।"
19 ଇନିଆସନ୍ଗାମେଣ୍ଡେନ୍ ନମି "ଡେସାନମ୍ ଅସେଡେନ୍ ଆରି ଆରିକାରେଙନ୍ ଡେସାନମ୍ ଗୁରୁଡ୍ଡେତେ, ଆଡ୍ରକୋତଞ୍ଜି ଆମନ୍ରା ଆସନ୍ ସରୁ ଡେତେ ଆରି ଅନବ୍ଗୁରୁଡେମର୍ରଞ୍ଜି ସବ୍ଙାୟ୍ଲେ ଡକୋତାୟ୍ । 20 ଅମଙ୍ବେନ୍ ସିଲଡ୍ ଆପରାଞେନ୍ ଆ ଅଞ୍ଜି , ବର୍ରନେବେନ୍ ଅମ୍ଡଙ୍ତଜି, କେନ୍ ଆଲବ ସନ୍ନାଡମ୍, ଡରକୋଞେନ୍ ଆସନ୍ ଲବନ୍ ତିୟିଁୟ୍, ଞେନ୍ ଡକୋତନାୟ୍ । 21 ତିଆଡିଡ୍ ଆମ୍ବେନ୍ ମନ୍ନଲୋଙ୍ବେନ୍ ଏଇୟ୍ୟମ୍ତେ, ଅମଙ୍ବେନ୍ ସିଲଡ୍ ଆପରାଞେନ୍ ଆ ଅଞ୍ଜି, ଞେନ୍ ଇନ୍ସୟ୍ଞେନ୍ ଡକୋଲିଁୟ୍, ବନଣ୍ଡିବାନ୍ ଡକୋଲିଁୟ୍ ତିଆଡିଡ୍ ଞେନ୍ ଏଡ଼େତେଅଡ଼େନେ ବଲେଲାୟ୍, କେନ୍ଆନିଞ୍ଜି ଅଡ଼୍କୋନ୍ ଆନା କୋଡେଞ୍ଜି ? ଆରି କେନ୍ ଆନିଞ୍ଜିଆଡଙ୍ ଜୁବାୟେ ? ଗିୟ୍ବା, ଞେନ୍ ଇନ୍ସୟ୍ଞେନ୍ ଡକୋଲିଁୟ୍; କେନ୍ ଆନିଞ୍ଜି ଅଙ୍ଗାଲୋଙ୍ ଡକୋଲଞ୍ଜି ?"
22 ପ୍ରବୁ, କେନ୍ ଆବର୍ନେ ବର୍ତନେ, "ଗିୟ୍ବା, ଞେନ୍ ଆନ୍ନା ଡେସାନ୍ଆମନ୍ରଞ୍ଜି ଆସନ୍ ଅସିଞେନ୍ ତେକେତାୟ୍ ଆରି ଅଡ଼୍କୋ କେଜ୍ଜାନ୍ ଆସନ୍ ଞେନ୍ ପତକାନ୍ ତେକ୍କେତାୟ୍; ଏତ୍ତେଲ୍ଡେନ୍ ଡାଙ୍ଗାଡ଼ାଅନ୍ବେଞ୍ଜି ଲାକ୍କୋଲେ ଓରୋଙ୍ତାଜି ଆରି ଡାଙ୍ଗଡ଼ିଅନ୍ବେଞ୍ଜି ଆ ତାରଙ୍ଲୋଙଞ୍ଜି ବୋୟ୍ତଜି । 23 ଆରି ରାଜାଞ୍ଜି ଆମ୍ବେଞ୍ଜିଆଡଙ୍ ଜନୁବାୟ୍ ଆପ୍ପେୟବେନ୍ ଆରି ଆ ରାଣିଞ୍ଜି ଜନୁବାୟ୍ ଅୟୁଙ୍ବେଞ୍ଜି ଡେତଜି; ଆନିଞ୍ଜି ଡୁଙ୍ଗୁଡାଲେ ଆମ୍ବେନ୍ଆଡଙ୍ ଲୋମ୍ତବେଞ୍ଜି ଆରି ତାଲ୍ଜଙ୍ଲୋଙ୍ବେନ୍ ଆଜାବ୍ଜାବନ୍ ଆରଡ଼ିଲ ଜାଲ୍ତଜି; ତିସିଲଡ୍ ଞେନ୍ ପ୍ରବୁବେନ୍ ଆରି ଜନଗ୍ଗେମରଞ୍ଜି ଅଃଗରଜେଜି, କେନ୍ଆତେ ଆମ୍ବେନ୍ ଏଜନାତେ ।"
24 ବୋର୍ସାମରନ୍ ଆମଙ୍ ସିଲଡ୍ ଜନୁରୁ ଆଜନବଜି ରନୁଜନ୍ ଡେତେ, ଆରି ଆମନ୍ ଡନଣ୍ଡାୟନ୍ ଆବଣ୍ଡିମରଞ୍ଜି ଡୋବ୍ଲେ ରପ୍ତିତେ ପଙ୍ ? 25 ବନ୍ଡ ପ୍ରବୁନ୍ କେନ୍ ଆବର୍ନେ ବର୍ତନେ, "ସିପ୍ପାୟଞ୍ଜିଆଡଙ୍ ବନଣ୍ଡିନ୍ ଡେତେ ଆରି ବରନ୍ତଙନ୍ ଆମନ୍ରାଜି ଆ ଜନୁରୁ ଆଜନବ୍ଜି ତନାଣ୍ଡେନ୍ ଡେତେ; ଇନିଆସନ୍ଗାମେଣ୍ଡେନ୍ ଅବ୍ତାଡ଼ନ୍ ଞେନ୍ ଏବିରୁଦବାଜି ଆରି ପସିୟ୍ବେଞ୍ଜି ଞେନ୍ ଏଡୋବ୍ତାୟ୍ । 26 ଆରି ଆନାଜି ଆମ୍ବେନ୍ ସରିନ୍ ଗୋଡ଼େନ୍ଆନମ୍ଡୁଙ୍ମରଞ୍ଜିଆଡଙ୍ ରମ୍ମଙ୍ ଆଜେଲ୍ଲୁ ଗାଗାନେ ଏତିୟ୍ବା ଡ ଆବନ୍ନୁଲ୍ ମରଞ୍ଜି ଅନ୍ତମ୍ ଆମିଞାମ୍ଲୋଙଞ୍ଜି ମଗାଡ୍ତଜି । ତିଆସନ୍ ଞେନ୍ ପ୍ରବୁ ତନାଣ୍ଡେମର୍ ଆରି ଅନୁର୍ମର୍, ଜକୁବନ୍ ଆବୋର୍ସା ଅଡ଼୍କୋ ମନ୍ରାନ୍ ଜନାତଜି ।"