1 ପ୍ରବୁନ୍ ବର୍ତନେ, ଆନାଜି ଗୋଡ଼େନ୍ ଆରମ୍ଡୁଙ୍ତାଞଞ୍ଜି ଆଅଞ୍ଜି କଡାଡ଼ିତଞ୍ଜି, ବନ୍ଡ "ଞେନ୍ ବାତ୍ତେ ତଡ୍; ଆରି ଅଙ୍ଗା ଆମନ୍ରାଜି ଇର୍ସେନ୍ ଲୁମର୍ ଲୁମ୍ତଜି ଆରି ଇର୍ସେନ୍ ଅବ୍ସସତଜି, ବନ୍ଡ ପୁରାଡ଼ାଞେନ୍ ବାତ୍ତେ ତଡ୍, ଆନିଞ୍ଜିଡନଣ୍ଡାୟନ୍ ଞାଙ୍ତଜି । 2 ଆନିଞ୍ଜି ଞେନ୍ଆଡଙ୍ ଏର୍ବନରନ୍ ପାରୋନ୍ ଆ ବୋର୍ସା ବାତ୍ତେ ଆନିଞ୍ଜିଡମ୍ ଅବ୍ବୋର୍ସାଡମ୍ତଞ୍ଜି ଆରି ମିସରନ୍ ଡେସାନ୍ ଲୋଲୋନେନ୍ ଆସନ୍ ଜନିର୍ ଆସନ୍ ତଙରନ୍ ସାୟ୍ତଜି । 3 ତିଆସନ୍ ପାରୋନ୍ ଆବପ୍ପୁ ଆମ୍ବେନ୍ ଆସନ୍ ଗରନ୍ୟର୍ଡାନ୍ ଡେତେ ଆରି ମିସରନ୍ ଆଉଲୁମ୍ମୁଲୋଙ୍ ଲୋଲୋତମ୍ବୋ ଆମ୍ୱେଞ୍ଜି ଆସନ୍ ଅଲ୍ଲଗନ୍ଡ୍ରୟ୍ ଡେତେ । 4 ଇନିଆସନ୍ଗାମେଣ୍ତେନ୍ ଆ ସୋଡ଼ାମରଞ୍ଜି ସୋୟନଲୋଙ୍ ଡକୋଜି ଆରି ଆ ରାଜଦୁତଞ୍ଜି ଆନେସନ୍ ଜିର୍ରାଜି ।" 5 ଅଙ୍ଗା ଆକେଜ୍ଜା ଆନିଞ୍ଜିଆଡଙ୍ ଉପ୍କାର ଏମ୍ମେଲେ ଅଃର୍ରପ୍ତିଏଜି; ଆ ବିସୟଲୋଙଞ୍ଜି ତି ଅଡ଼୍କୋଞ୍ଜି ଗରନ୍ରଜନ୍, ତି ଆକେଜ୍ଜା ସନାୟ୍ସିମର୍ ଅଡ଼େ ଇନ୍ନିଙ୍ ବରାଁୟ୍ବାଁୟ୍ତଡ୍ ଡେତେ, ବନ୍ଡ ଗରୟ୍ ଡ ଡୁର୍ନାମ ଅନ୍ତମ୍ଜି । 6 ଅର୍ଜଡ଼ୋମ୍ଗଡ୍ ଆଜନ୍ତୁଜି ଆ ବିସୟ ପୁର୍ବାଃତେବର୍ । ଅଙ୍ଗା ଆ ଡରକୋନେ ସିଲଡ୍ ଆ ଅନ୍ ସିଅଁକିଡନ୍ ଡ ଆବୁଡା ସିଅଁକିଡନ୍, ବିସଜଡନ୍, ଆରି ତଗୋନ୍ ଅନ୍ତମ୍ ଆରେଙ୍ତେନ୍ ଆ ଜାଆଡ୍ ଜିର୍ତାୟ୍, କେନ୍ଅନ୍ତମ୍ ଗେଗେ ଡ ପରାନ୍ଡଣ୍ଡନ୍ ଡେସାଗଡ୍, ଅଙ୍ଗା ଆଜାତିଜି ବାତ୍ତେ ଆନିଞ୍ଜି ସନାୟୁମନ୍ ଅଃଞାଙେଜି, କେନ୍ ଅନ୍ତମ୍ ଆମନ୍ରାଜି ଆମଙ୍ବା ଆନିଞ୍ଜି ଡାମ୍ୱଡ଼ା ଗୋଡୋଁୟଞ୍ଜି ଆକୁନ୍ଡୋଙ୍ଲୋଙ୍ ଆନିଞ୍ଜି ଆନର୍ଜେଞ୍ଜି ଡ ଓଟନ୍ ଆ କୁଜାଡୋଙ୍ଲୋଙ୍ ଆନିଞ୍ଜି ଆନର୍ଜେଞ୍ଜି ଅଃବୋୟ୍ଲେ ପାଙ୍ତଜି । 7 ଇନିଆସନ୍ଗାମେଣ୍ତେନ୍ ମିସରନ୍ ପାତ୍ୟା ଆରି କାଜ୍ଜାନ୍ ସାୟ୍ସିତେ; ତିଆସନ୍ ଞେନ୍ ତି ଆ ଜାତିଆଡଙ୍ ଆଡ଼ସା ରାଆବ୍ ଗାମ୍ଲେ ଅବ୍ଞୁମ୍ଲାୟ୍ ।
8 ନମି ଜିର୍ବା, ଆତେମଡଞ୍ଜି ଅବୟ୍ ଅରେଙ୍ ପଟାଲୋଙନ୍ ତିଆତେ ଇଡା ଆରି ତିଆତେ ଏଙ୍ଗାଲେ ଆଜିର୍ତାଞନ୍ ଆଜୋଗା ଆସନ୍, ଅଃନଞିଡେନ୍ ଆଜୋଗା ଜାୟ୍ ଡକୋତନ୍, ତିଆସନ୍ ଅବୟ୍ ଆଏଡେଡ୍ ବଇଲୋଙନ୍ ଇଡ୍ଲେ ଡକ୍କୋଆ । 9 ଇନିଆସନ୍ଗାମେଣ୍ତେନ୍ ଆନିଞ୍ଜି ଗୋଡ଼େନ୍ ଆନମ୍ଡୁଙ୍ କେଜ୍ଜା, ପାତ୍ୟାମରନ୍ ଆଅନ୍, ଆନିଞ୍ଜି ପ୍ରବୁନ୍ ଆ ବନାଁୟ୍ବର୍ ଆନମ୍ଡଙ୍ ଅଃନଡ଼େଏଞ୍ଜି ଆଅନ୍ । 10 ଆନିଞ୍ଜି ତନାଲ୍ମଡ୍ଗିୟ୍ମରଞ୍ଜିଆଡଙ୍ ବର୍ତଜି, "ଆମ୍ୱେଞ୍ଜି ତନାଲ୍ମଡନ୍ ଏଗିୟ୍ଡଙ୍" ଆରି ପୁର୍ବାଃତେବର୍ମରଞ୍ଜିଆଡଙ୍ ବର୍ତଜି, "ଆମ୍ୱେଞ୍ଜି ଅମଙ୍ବାଲେନ୍ ଆଜାଡ଼ିବରନ୍ ଏଅପ୍ପୁଙ୍ଡଙ୍ଲେନ୍, ଇନ୍ଲେଞ୍ଜିଆଡଙ୍ ଲମାଡ୍ବରନ୍ ବର୍ନାବା ଆରି କଣ୍ତାୟ୍ ପୁର୍ବାଃତେବରନ୍ ଅପ୍ପୁଙ୍ବା । 11 ଆମ୍ବେଞ୍ଜି ତଙରନ୍ ସିଲଡ୍ ଡୁଙ୍ଲନ୍ ଜିର୍ବା, ତଙରନ୍ ଉମ୍ରେଙ୍ବା, ଇସ୍ରାଏଲନ୍ ଆ ଇସ୍ୱରଆଡଙ୍ ଅମଙ୍ବାଲେନ୍ ସିଲଡ୍ ସବ୍ଙାୟ୍ବା ।" 12 ତିଆସନ୍ ଇସ୍ରାଏଲନ୍ ଆ ଇସ୍ୱର କେନ୍ ଆବର୍ନେ ବର୍ତନେ, "ଆମ୍ୱେଞ୍ଜି କେନ୍ ଆବର୍ନେ ଏଆଲ୍ଲେତେ, ଆରି ପାତ୍ୟା ଡ ସଙ୍ଗତାନ୍ଲୋଙନ୍ ଏଡର୍ତନେ ଆରି ତେତ୍ତେ ଏଆସାତନେ । 13 ତିଆସନ୍ ଡେଙ୍ଗା କିନ୍ତାଲନ୍ ଅବ୍ବାମ୍ମୁଙ୍ ପଡ଼ାର୍ରେ ଏରବ୍ବୋମଙ୍ ଆବସାଣ୍ଡନ୍ ଗୋଙ୍ତେ, ଆନିନ୍ ଅନ୍ତମ୍ କେନ୍ ଡୋସା ଆମ୍ୱେଞ୍ଜି ଆସନ୍ ଡେତେ । 14 ଆରି ଏଙ୍ଗାଲେ କୁମ୍ୱିଜନ୍ ଆସୁତି ପନାଲନ୍ ଡେତେ, ତି ଅନ୍ତମ୍ ଆନିନ୍ ଇନ୍ନିଙ୍ ଏର୍ସାୟୁମନ୍ ତିଆତେ ଅବ୍ରଡ଼ିଲେ ପାଲ୍ତଜି, ସିଲତ୍ତେ କୋଡ଼ାତୁଡନ୍ ସିଲଡ୍ ତଗୋନ୍ ଅଡ଼େ କୁଣ୍ତନ୍ ସିଲଡ୍ ଡାଆନ୍ ଆପ୍ରାଙ୍ତେନ୍ ଅନ୍ତମ୍ ବରେବ୍ରେବ୍ ଗରିଜନ୍ ତେତ୍ତେ ସିଲଡ୍ ଅଃଞାଙ୍ନେ ।"
15 ଇନିଆସନ୍ଗାମେଣ୍ତେନ୍ ପ୍ରବୁ ପ୍ରବୁନ୍ ଇସ୍ରାଏଲନ୍ ଆ ଇସ୍ୱର ବର୍ତନେ, "ଏୟର୍ରନାୟ୍ଡେନ୍ ଆରି ଆବ୍ୟର୍ବୁଡ୍ଡିଲନ୍ ଏସବ୍ୟୁଲନ୍ଡେନ୍ ଆମ୍ୱେଞ୍ଜି ଅନୁରନ୍ ଏଞାଙ୍ତେ; ଲବଡ୍ଡି ଆରି ଡର୍ନେଲୋଙନ୍ ରନପ୍ତିବେନ୍ ଡେତେ," ଆରି, ଆମ୍ୱେଞ୍ଜି ଏଡ୍ମାନେଲୋ । 16 ବନ୍ଡ ଆମ୍ୱେଞ୍ଜି ଏବର୍ରନେ, ଇଜ୍ଜା, ଇନ୍ଲେଞ୍ଜି କୁର୍ତ୍ତାଲୋଙନ୍ ଏଜିର୍ତେ; ତିଆସନ୍ ଆମ୍ୱେଞ୍ଜି ଜିର୍ଜିରିୟ୍ମର୍ଜି ଡେତବେନ୍; ଆରି ଏବର୍ରନେ ଇନ୍ଲେଞ୍ଜି ଜବ୍ର ଉପ୍ପୁଡ୍ ଆଜିର୍ତେନ୍ ଆଗୋଡୋଁୟ୍ ଏଡାୟ୍ତାୟ୍; ତିଆସନ୍ ଆସ୍ରନ୍ଡୋଙ୍ତବେଞ୍ଜି ଆମନ୍ରାଜି ଜବ୍ର ଅପ୍ପୁଡ୍ତଜି, 17 ଅବୟ୍ନେ ଆବନବ୍ତଙ୍ଲୋଙ୍ ଅଜାର ମନ୍ରାନ୍ ଜିର୍ତଜି; ମନ୍ଲୟ୍ ମନ୍ରା ଆବନବ୍ତଙ୍ଲୋଙ୍ ଆମ୍ୱେଞ୍ଜି ଅଡ଼୍କୋମନ୍ରାନ୍ ଏଜିର୍ତେ; ତିସିଲଡ୍ ଆମ୍ୱେଞ୍ଜି ଆଗନେଡ଼େଙ୍ ବରୁଲୋଙନ୍ ଅବୟ୍ ଅରମ୍ମଡନ୍ ଅନ୍ତମ୍ ଆରି ବରୁନ୍ ଆତୋଣ୍ତୋଲୋଙ୍ ପତକାନ୍ ଅନ୍ତମ୍ ଅସୋୟ୍ ଡକୋତବେନ୍ । 18 ଆରି ତିଆସନ୍ ପ୍ରବୁନ୍ ଆମ୍ୱେଞ୍ଜିଆଡଙ୍ ସନାୟୁମନ୍ ଆସନ୍ ଜଗ୍ଗେତବେନ୍, ଆରି ତିଆସନ୍ ଆମ୍ୱେଞ୍ଜିଆଡଙ୍ ସନାୟୁମନ୍ ଆସନ୍ ଆନିନ୍ ମରଙ୍ତେ; ଇନିଆସନ୍ଗାମେଣ୍ତେନ୍ ପ୍ରବୁନ୍ ଆଜାଡ଼ି ପନ୍ସୁଆତିନ୍ ଆ ଇସ୍ୱର; ଅଙ୍ଗା ଆମନ୍ରାଜି ଆନିନ୍ଆଡଙ୍ ଜଗ୍ଗେତଜି, ତି ଅଡ଼୍କୋଞ୍ଜି ଆସିର୍ବାଦନ୍ ଞାଙ୍ତଜି ।
19 ଏ ଜିରୁସାଲମ୍ବାଜି ସିଓନନ୍ ଆମନ୍ରାଜି, ଆମ୍ୱେନ୍ ଆରି ଏଃୟେୟେଡାନେ ୟନେବେନ୍ ଆସନଡ୍ଡା ଅମ୍ଡଙ୍ଡାଲେ ଆନିନ୍ ଆମ୍ୱଞ୍ଜିଆଡଙ୍ ସାୟୁମ୍ତବେନ୍, ଆନିନ୍ ଲଅମ୍ଡଙ୍ତେ ଆରି ଆମ୍ୱେଞ୍ଜିଆଡଙ୍ ଜାଲଙ୍ତବେନ୍ । 20 ଆରି, ପ୍ରବୁନ୍ ଆମ୍ବେଞ୍ଜିଆଡଙ୍ ଡୁକ୍କନ୍ ଅନ୍ତମ୍ ଆ ଜନୋମ୍ଜୋମ୍ ଡ ପରାନ୍ଡଣ୍ଡନ୍ ଅନ୍ତମ୍ ଆ ଡାଆ ତିୟ୍ଲବେନ୍ଡେନ୍, ଡେଲୋଜନଙ୍ଡେନ୍ ଞନଙ୍ତିୟ୍ମର୍ବେଞ୍ଜି ଆରି ସଲନ୍ ଅଃଡକୋନେଜି, ବନ୍ଡ ଅମଡ୍ବେନ୍ ଞନଙ୍ତିୟ୍ମର୍ବେନ୍ଆଡଙ୍ ଅମଡ୍ବେନ୍ ଗିୟ୍ତେ । 21 ଆରି ଅର୍ଜଡ଼ୋମ୍ଗଡ୍ ଅଡ଼େ ଅର୍କାବଡ଼ିଗଡ୍ ଏୟର୍ତନାଞନ୍ ଆଡିଡ୍ ଅଲୁଡ୍ବେନ୍ କିନ୍ଡୁଙ୍ବାବେନ୍ ସିଲଡ୍ କେନ୍ ଆବର୍ନେ ଏଅମ୍ଡଙ୍ତେ, "ତଙରନ୍ କେନ୍, କେନ୍ଗଡ୍ ମା ଆମ୍ୱେଞ୍ଜି ତଙିୟ୍ନାବା ।" 22 ସିଲତ୍ତେ ଆମ୍ୱେନ୍ ରୁପ୍ପାନ୍ ଆବନଲନ୍ ଆ କୁଣ୍ଡାୟ୍ବେଞ୍ଜି ଆରି ସୁନାନ୍ ଆବନଲନ୍ ଆ ରନୁରୁଜି ଏର୍ମଡ଼ିର୍ ଏମ୍ମେତେ, ଆମ୍ୱେନ୍ ତି ଅଡ଼୍କୋନ୍ ଏର୍ମଡ଼ିର୍ ଜିନିସନ୍ ଅନ୍ତମ୍ ଏଏମ୍ମେତେ, ଆମ୍ବେନ୍ ଏବର୍ତନେ, "ତେନ୍ନେ ସିଲଡ୍ ଡୁଙ୍ଲନ୍ ଜିରା ।" 23 ଆମ୍ୱେନ୍ ଲବଲୋଙନ୍ ଇନିଜି ଆ ଜମ୍ମଲ୍ ଏବୁଡ୍ତେ, ତିଆସନ୍ ଆନିନ୍ ତରୁବନ୍ ଆପ୍ପାୟ୍ତାୟ୍ । ଆରି ଆନିନ୍ ଲବନ୍ ସିଲଡ୍ ଜନ୍ର୍ରୋମନ୍ ଆରମ୍ଡୁଙ୍ତେନ୍ ଆଜନୋମ୍ ଡ ତିଆତେ ମନଙ୍ ଡ ଗୋଗୋୟ୍ଡମ୍ ଡେତେ; ତି ଆଡିନ୍ନାଲୋଙ୍ ଜନ୍ତୁନମ୍ଞ୍ଜି ଲାଆଙ୍ ତରୁର୍ତାଙନ୍ ଆବସେଙ୍ଲୋଙ୍ ଜୋମ୍ଜୋମ୍ତଞ୍ଜି । 24 ଆରିନିୟ୍ ଅର୍ରତାଙନ୍, ଡାମ୍ୱଡ଼ା ଗୋଡୋଁୟଞ୍ଜି ସାଲ୍ଲୁଣିନ୍ ଆରି ଅଃୟେରନ୍ ବାତ୍ତେ ଆଗନୁମ୍ ଆକୁନାମ୍ଜି ଜୋମ୍ତଜି । 25 ଆରି ସୋଡ଼ା ରନବ୍ବୁ ଡିନ୍ନାଇଙନ୍ ମରେଲ୍ସିଙନ୍ ଅଡ଼୍କୋନ୍ ଅସେତ୍ତେ, ତିଆଡିନ୍ନା ଡିଲେ ଡେଙ୍ଗା ବରୁଲୋଙନ୍, ଡିଲେ ଡେଙ୍ଗା ଆଗନେଡ଼େଙ୍ବୁର୍ଲୋଙନ୍ ଅଲନ୍ ଆରି ଡୁଙ୍ଡମ୍ନେଡାନ୍ ପେତାୟ୍ । 26 ଆରି ଅଙ୍ଗା ଆଡିଡ୍ ପ୍ରବୁନ୍ ଆମନ୍ରାଞ୍ଜି ଆପନାରା ବେଣ୍ଡାତେ ଡ ଆନିଞ୍ଜି ଆ ପାରା କନୋଓଙନ୍ ମବ୍ନଙ୍ତେ, ତି ଆଡିନ୍ନା ଆଙ୍ଗାଜନ୍ ଆସନାଆର୍ ଓୟୋଙନ୍ ଆସନାଆର୍ ଅନ୍ତମ୍ ଡେତେ, ଆରି, ଓୟୋଙନ୍ ଆସନାଆର୍ ସାତ ଡିନ୍ନା ଆସନାଆର୍ ଅନ୍ତମ୍ ସାତଗୁନ ଡେତେ ।
27 ଗିୟ୍ବା, ପ୍ରବୁନ୍ ଆଞୁମ୍ ଆବନ୍ରାବ୍ନ୍ ଆଡୁଡୁତୋଡନ୍ ଡ ବରନ୍ତଙନ୍ ଓମୋଡନ୍ ଆଡ୍ରୋତନ୍ ଅନ୍ତମ୍ ସଙାୟ୍ ସିଲଡ୍ ଜିର୍ତାୟ୍, ଆରି ଆଉସାଲ୍ତମ୍ଲୋଙନ୍ ଆବନ୍ର୍ରାବନ୍ ବରିୟ୍ତେ ଆରି ଆଲାଙନ୍ ଆଜ୍ରୋମ୍ତୋଡ୍ତେନ୍ ଆତଗୋ ଅନ୍ତମ୍; 28 ଆରି ଆ ତନଙ୍ୟମନ୍ ଗଗଡାନ୍ ଆପ୍ରେତେନ୍ ଅନ୍ତମ୍, ଅଡ଼୍କୋ ଡେସାନ୍ ଆମନ୍ରାଞ୍ଜିଆଡଙ୍ ଏର୍ମଡ଼ିର୍ ସାଲ୍ଲୁଣିଲୋଙନ୍ ଆ ସନଲାୟ୍ ଆସନ୍ ଆ ମୋର୍ଡୋକାନ୍ ଜାୟ୍ ଡୋଲନେ; ଆରି ଅଡ଼୍କୋ କେଜ୍ଜାନ୍ ଆତଅଡ୍ଲୋଙ୍ କନଣ୍ତାୟ୍ ଲଗାମନ୍ ତନିୟନ୍ ଡେତେ । 29 ମଡ଼ିର୍ ପୁରିଙନ୍ ଏପାଡ଼େତେନ୍ ଆ ତଗଲ୍ ଏଙ୍ଗାଲେ, ତିଅନ୍ତମ୍ ଆମ୍ୱେଞ୍ଜି ଏକନନନ୍ତନ୍; ଆରି, ମନ୍ରାଞ୍ଜି ଏଙ୍ଗାଲେ ପ୍ରବୁନ୍ ଆ ବରୁନ୍ଆଡଙ୍, ଇସ୍ରାଏଲନ୍ ଆରେଙ୍ ଆତୁୟାୟ୍ ଆଜନିର୍ ଆସନ୍ ପିରୋଡ଼ୋଜନ୍ ପେଡ୍ଲେ ତଙିୟ୍ତଞ୍ଜି, ତିଅନ୍ତମ୍ ଉଗର୍ବେନ୍ ସର୍ଡାତନେ ।
30 ଆରି ପ୍ରବୁନ୍ ଆଜାଆଙ୍ତୋଡ୍ ବନ୍ଡ୍ରାବନ୍ ବାତ୍ତେ ଡ ଜୋମ୍ଲେ ଆସରେଡ୍ତେନ୍ ଆଡୁଡୁତୋଡ୍, ଗାବ୍ୟାର୍ରିଙନ୍, ରିଙ୍ଗେତିରନ୍ ଡ ଆଡ଼େର୍ତିରନ୍ ବାତ୍ତେ ଆନିନ୍ଡମ୍ ଆ ଗନୁଗୁ ପନେମେଙ୍ ଆସର୍ରଙ୍ ଅବ୍ନମ୍ଡଙ୍ତେ ଆରି ଆସିଡମନ୍ ଆ ମନରଙ୍ ଅବ୍ତୁୟ୍ତେ । 31 ଇନିଆସନ୍ଗାମେଣ୍ତେନ୍ ପ୍ରବୁନ୍ ଆସର୍ରଙ୍ ବାତ୍ତେ ଅସୁରନ୍ ରେୟ୍ରେୟ୍ଲନ୍ ଲଗଡ୍ତେ, ଆନିନ୍ ଆନିନ୍ଆଡଙ୍ ଡାଙ୍ଗୋନ୍ ବାତ୍ତେ ଅବ୍ଡଣ୍ଡାୟ୍ତଜି । 32 ଆରି ଅଙ୍ଗା ଆଗବ୍ରି ଡାଙ୍ଗୋନ୍ ପ୍ରବୁନ୍ ତି ଆତୋଣ୍ଡୋ ଡକ୍କୋତେ, ତେତ୍ତେଡକୋନ୍ ଅଡ଼୍କୋମନ୍ରାନ୍ ଡଣ୍ଡାୟ୍ତଜି ତିଆଡିଡ୍ ଡାମ୍ପନ୍ ଡ ବିନାରାଜନ୍ ସଡ୍ଡାତେ ଆରି ଆନିନ୍ ଆନିଞ୍ଜି ସରିନ୍ ଅଲ୍ଜ୍ଜୁଜେତଜି । 33 ଇନିଆସନ୍ଗାମେଣ୍ଡେନ୍ ତୋପତନ୍ ତଗୋକୁଣ୍ଡନ୍ ପୁର୍ବାନ୍ମା ସିଲଡ୍ ଆତୁବ୍ତୁବ୍ ଡକୋଏନ୍ ଆରି ତିଆତେ ରାଜାଞ୍ଜି ଆସନ୍ ଆତୁବ୍ ତୁବ୍ ଡକୋ । ଆନିନ୍ ତିଆତେ ଜରୁ ଆରି ଲାଆଙ୍ ଡକୋ, ଅଙଲନ୍ ବାତ୍ତେ ସୋଡ଼ା ତନୁମନ୍ । ପ୍ରବୁନ୍ କେନ୍ଆତେ ତଗୋନ୍ ବାତ୍ତେ ସନୟନ୍ ଆସନ୍ ଅବୟ୍ ତଗୋନ୍ ଆତନଙ୍ୟମ୍ ଏମ୍ମେତେ ।