1 ଅଙ୍ଗାଜାୟ୍ ସିଅନନ୍ ଆ ଡରମ୍ମ ସନ୍ନାଆର୍ ଆଜାଡ଼ିନ୍ ଡ ଆନିନ୍ ଅନୁରନ୍ ଆଡୁଡୁ ପିଙ୍ଗତୋଡନ୍ ଅନ୍ତମ୍ ଅପ୍ପଞିଡେ ତି ଜାୟ୍ ଞେନ୍ ଆନିନ୍ ଆସନ୍ ରିଙ୍ଲନ୍ ଅଃଡ୍ଡକୋନାୟ୍ ଡ ଜିରୁସାଲମନ୍ ଆସନ୍ ଅଲୋଲୋନାୟ୍ ।
2 ଆରି ଆନା ଡେସାମର୍ରଞ୍ଜି ଡରମ୍ମନମ୍ ଅଡ଼୍କୋନ୍, ରାଜାଞ୍ଜି ଅଡ଼୍କୋନ୍ ଆରାଜା ଗନୁଗୁନମ୍ ଗିୟ୍ତଜି;
ଆମନ୍ ପ୍ରବୁନ୍ ଆମୁକା ବାତ୍ତେ ଅବୟ୍ ରଙ୍ ଅଞୁମ୍ଲୋଙନ୍ ଜନାତଜି ।
3 ଆରି ଇସ୍ୱରନ୍ ଆସିଲୋଙ୍ ଆମ୍ବେନ୍ ମନଙ୍ ରନୁବ୍ବବ୍ ଅନ୍ତମ୍ ଡ ଇସ୍ୱରବେନ୍ ଆସିଲୋଙ୍ ଅବୟ୍ ରାଜାନ୍ ଆରନୁବ୍ବ ଅନ୍ତମ୍ ଡେତବେନ୍ ।
4 ଆମ୍ବେନ୍ ଆରି ଆନୁମ୍ରେଙ୍ମର୍ଜି ଗାମ୍ଲେ ଅଞୁମ୍ବେନ୍ ଏଃୟାଙେ, "ଅଡ଼େ ଡେସାବେନ୍ ଜୁଆର୍ବୟ୍ ଗାମ୍ଲେ ଅଃନଡ଼େବେଞ୍ଜି;
ଆମନ୍ ଇପ୍ପ୍ସିବା ଆରି ଡେସାନମ୍ ବିୟଲା ଆବିବାନେ ଗାମ୍ଲେ ଜନାତଜି;
ଇନିଆସନ୍ଗାମେଣ୍ତେନ୍ ଇସ୍ୱର ଅମଙ୍ବେନ୍ ସିଲଡ୍ ଗୋୟ୍ସର୍ରଡାତେ ଆରି ଡେସାଲେନ୍ ବିବାନେନ୍ ଡେତାୟ୍ ।"
5 ବେଣ୍ତିଆନ୍ ଏଙ୍ଗାଲେ ଡାଙ୍ଗଡ଼ିବଜନ୍ ବିବାତନ୍, ତିଅନ୍ତମ୍ ଅଅନ୍ବେଞ୍ଜି ବିବାନେତଜି; ବିବାନେମରନ୍
ଏଙ୍ଗାଲେ ଆବିବାନେବଜନ୍ ଆସନ୍ ସର୍ଡାତନ୍, ତି ଅନ୍ତମ୍ ଇସ୍ୱରବେନ୍ ଅମଙ୍ବେନ୍ ସର୍ଡାତନ୍ ।
6 ଏ ଜିରୁସାଲମ୍, ଞେନ୍ ଆମ୍ବେଞ୍ଜି ଆସନ୍ ପାଡ଼ିଆଲନ୍ ଆତୋଣ୍ତୋ ଜନ୍ଗେମରଞ୍ଜି ତିୟ୍ଲବେନ୍;
ଆନିଞ୍ଜି ତମ୍ୱା କି ତଗଲନ୍ ଆଙ୍ଗିୟ୍ଜା ରିଙ୍ଲନ୍ ଅଃଡ୍କୋନେଜି ।
7 ଇସ୍ୱର ଆମରନ୍ନେତେନ୍ ଆମନ୍ରାଜି,
ଏ ଇସ୍ୱର ଆମ୍ରନେଞେଞ୍ଜି ଆମନ୍ରାଞ୍ଜି ଅଙ୍ଗାଜାୟ୍ ଜିରୁସାଲମନ୍ ଅର୍ରଙ୍ଗଡେଲେନ୍ଜାୟ୍ କେନ୍ ପୁର୍ତିନଲୋଙନ୍ ଆନିନ୍ ଆଡଙ୍ ସନେନ୍ସେନନ୍ ତିୟ୍ଡଙ୍ଜିତଡ୍,
ତି ଜାୟ୍ ଆମ୍ବେଞ୍ଜି ଏ ଲୋଲୋନେଡଙ୍ନେ କି ଆନିନ୍ ଲୋଲୋନେନ୍ ଏତିୟ୍ଡଙ୍ ।
8 ଇସ୍ୱରନ୍ ଆର୍ଜଡ଼ୋମ୍ସିଗଡ୍ ଆବୋର୍ସାବାତ୍ତେ ପର୍ମାଡ଼ାଲନ୍,
"ଆଜାଡ଼ିନ୍ ଞେନ୍ ବର୍ରତନାୟ୍ ଜନ୍ରୋବେନ୍ ଡ ବନେରାମର୍ବେଞ୍ଜି ଆସନ୍ ଗାଗାନେ ଅଃତିୟ୍ବେନ୍,
ତି ଆସନ୍ ଆମ୍ବେନ୍ ଏକାବ୍ବାଡ଼ାତନ୍, ଆରି ଡ୍ରାକ୍ୟାଡାନ୍ ଆନ୍ନା ଡେସାମରଞ୍ଜି ଅଃଗାଏଜି।
9 ବନ୍ଡ ଆନାଜି ତର୍ରତୁମତଜି ତି ଆତେ ଆନିଞ୍ଜି ଜୋମଲେ ଇସ୍ୱରନ୍ ସନେନ୍ସେନନ୍ ତିୟ୍ତଜି ଡ ଆନାଜି ରୁକ୍କୁଏଞ୍ଜି, ଆନିଞ୍ଜି ଞେନ୍ ମଡ଼ିର୍ ଡୁଆରାଲୋଙନ୍ ତିଆତେ ଗାତଜି ।"
10 ଏ ଜିରୁସାଲମ୍ବାଜି ଆମ୍ବେଞ୍ଜି ଗଡ଼ାନ୍ ଆଡୁଆରାଗଡ୍ ଲଜିର୍ବା; ମନ୍ରାଞ୍ଜି ଆତଙର୍ ଅବ୍ଜାଡାବା;
ସୋଡ଼ାତଙରନ୍ ଅବ୍ଲାଆଙ୍ବା, ଆରେଙ୍ ଅଡ଼୍କୋନ୍ ଅମ୍ଡୁଙ୍ଡାଲେ ରୁକୁବା; କେଜ୍ଜାମରବେଞ୍ଜି ଆସନ୍ ଅବୟ୍ ପତକାନ୍ ତେକେବା ।
11 ଗିୟ୍ବା ଇସ୍ୱରନ୍ ପୁର୍ତିନ୍ ଆନେଙ୍ଜାୟ୍ କେନ୍ ଆବର୍ନେ ବର୍ରଞ୍ଜି,
"ଆମ୍ବେଞ୍ଜି ସିଅନନ୍ ଆଡାଙ୍ଗିଡ଼ିଅନ୍ ବର୍ବା, ଗିୟ୍ବା ଅନୁର୍ବେନ୍ ଜିର୍ତାୟ୍,
ଗିୟ୍ବା ଓଞୋଲ୍କୁୟ୍ବେନ୍ ଆସିଲୋଙନ୍ ଡକୋ ଡ ଆତନିୟ୍ତିୟନ୍ ଆମୁକ୍କାବାନ୍ ଡକୋ ।"
12 ଇସ୍ୱରନ୍ ଆମନ୍ରାଞ୍ଜି ମଡ଼ିର୍, ଅନୁରନ୍ ଗାମ୍ଲେ ଓଡ୍ଡେଲଙ୍ବେଞ୍ଜି, ଆରି କେନ୍ ଆଗଡ଼ା ଆମ୍ବେନ୍ ଡନୁଙ୍ୟମନ୍ ଏସାୟ୍ତେ ।