1 ଅଡ଼୍କୋ ଜାତି ମରଞ୍ଜି ଜିରାୟ୍ବା, ରୁକ୍କୁନାବା ଆରି ଅମ୍ଡଙ୍ବା । ସମ୍ପରା ପୁର୍ତିନ୍ ଆରି ତେତ୍ତେ ଆଡ୍ରକୋତଞ୍ଜି ଅଡ଼୍କୋନ୍ ତେନ୍ନେ ଜିର୍ରେ ଆୟ୍ନମ୍ଡଙେତଜି । 2 ଇନିଆସନ୍ଗାମେଣ୍ଡେନ୍ ଅଡ଼୍କୋ ବଡେସାବାଜିଆଡଙ୍ ଇସ୍ୱରନ୍ ଆରି ସିପ୍ପାୟଞ୍ଜି ଆଉପରେଙ୍ ବରାବ୍ତେ । ଆନିନ୍ ଆନିଞ୍ଜିଆଡଙ୍ ଅନବ୍ସେଡନ୍ ଆସନ୍ ସରୋପ୍ପାୟ୍ତଜି । 3 ଆନିଞ୍ଜି ଆର୍ରବୁତେଞ୍ଜି ଆମନ୍ରାଜି ତିଲ୍ତିଲନ୍ ଅଃଡେଏ, ବନ୍ଡ ଆମଡ଼ାଞ୍ଜି ସଅତେ ଆରି ସନଅନ୍ ଡୁଙ୍ତନା; ଆରି ଆମିଞାମଞ୍ଜି ଡୁଙ୍ଡମ୍ନେଡାନ୍ ଅନ୍ତମ୍ ବରୁନ୍ ସିଲଡ୍ ପେତାୟ୍ । 4 ଓୟୋଙନ୍, ଆଙ୍ଗାଜନ୍, ଡ ତୁତୁଜଞ୍ଜି ଅସେଡ୍ତଜି । ଆଏଡେଡନ୍ ଆବଇ ଅନ୍ତମ୍ ରୁଆଙନ୍ ଏଡେଲନ୍ ମାୟାଏନ୍, ଆରି ତୁତୁଜଞ୍ଜି ଦ୍ରାକ୍ୟାନୁବନ୍ ଡ ଲୁଆନୁବନ୍ ଆଗୁରଲନ୍ ଅନ୍ତମ୍ ଅସେତାଜି ।
5 ଇନିଆସନ୍ଗାମେଣ୍ଡେନ୍ ଇସ୍ୱରନ୍ ଆ କଡ଼ିବ୍ ରୁଆଙ୍ଲୋଙନ୍ ଆକାବ୍ବାଡ଼ା ଆଲନୁମ୍ ଆବ୍ସୁଜେଏନ୍ ସିଲଡ୍ଡେନ୍ ଇଦୋମ୍ଗଡ଼ାନ୍ ପନ୍ସୁଆତିତେ, ତେତ୍ତେ ଆମନ୍ରାଜିଆଡଙ୍ ଅନବ୍ସେଡନ୍ ଆସନ୍ ବନାୟଁନ୍ ତିୟ୍ତଜି । 6 ଆକଡ଼ିବ୍ଲୋଙନ୍ ମିଞାମନ୍ ଆଜାବ୍ଜାବ୍ କିମେଡନ୍ ଡ ମେଣ୍ଡାନ୍ ଆ ଅନ୍ ଆକରି ଆବଲ୍ନେନ୍ ଅନ୍ତମ୍, ମନ୍ରାନ୍ ଆମିଞାମ୍ ଡ ଆକରିନ୍ ଆବଲ୍ନେ ଡକୋତନ୍ । ଇସ୍ୱରନ୍ ବସ୍ରାଲୋଙନ୍ ଅବୟ୍ ଅନମଙ୍ ତନମ୍ପେଲନ୍ ଡ ଇଦୋମ ଡେସାଲୋଙନ୍ ଅବୟ୍ ସନମ୍ବବ୍ କାବ୍ବାଡ଼ାନ୍ ଲୁମ୍ତଜି। 7 ମନ୍ରାଞ୍ଜି ସରିନ୍ ଜାଡ଼ିଆତାଙନ୍ ଡ ଆସଣ୍ଡତାଙନ୍ ଡାମ୍ବାଡ଼ାତାଙନ୍ ଜିର୍ତାଜି, ଆରି ଆ ଡେସାଲୋଙଞ୍ଜି ମିଞାମଞ୍ଜି ଡ ଆକରିଞ୍ଜି ପୁର୍ତିଲୋଙନ୍ ବରିୟ୍ ଡେତେ । 8 ତିଆଡିଡ୍ ମା ଇସ୍ୱରନ୍ ସିଓନନ୍ ଡଙ୍ଡଙ୍ତେ ଆରି ଆ ବନେରାମରଞ୍ଜି ଆବିରୋଦଲୋଙ୍ ଡୋତନେ । 9 ଇଦୋମନ୍ ଆଲଡାଜି ଅଡ଼୍କୋନ୍ ଟାରୁନ୍ ଅନ୍ତମ୍ ଡେତେ, ଆରି ଲବଞ୍ଜି ଗନ୍ଦକନ୍ ଅନ୍ତମ୍ ଡେତେ । ସମ୍ପରା ଡେସାନ୍ ଟାରୁନ୍ ଅନ୍ତମ୍ ଡୁଡୁତେ । 10 ତିଆତେ ତମ୍ବାତଗଲ୍ ଆଡୁଡୁନ୍ ଡକୋତନ୍, ଓମୋଡନ୍ ଡୁଙ୍ଡୁଙ୍ ଲତନାୟ୍ । ଆ ଅନଞ୍ଜି ସିଲଡ୍ ଆ ଅନଞ୍ଜି ଜାୟ୍ ତିଆତେ ଲକିୟ୍ସଲନ୍ ଅନ୍ତମ୍ ଡକୋତେ ଆରି ଅଡ଼୍କୋ ଡିନ୍ନାନ୍ ତି ଆଲବଗଡ୍ ଆନ୍ନିଙ୍ ଅଃଜିରେଜି । 11 ବନ୍ଡ ଡାଆଲୋଙନ୍ ଆ ଅନ୍ତିଡ୍ ଡ କଞ୍ଜିଙନ୍ ଆଡ୍ରକୋନେଞ୍ଜି ଡେତେ ଆରି କିନ୍ତୋଜନ୍ ଡ କାକାନ୍ ତେତ୍ତେ ଡକୋତଞ୍ଜି । ଆରି ଇସ୍ୱରନ୍ ତି ଆଡ୍ରକୋନେରେଙ୍ ଆମ୍ମୁଙ୍ମା ଅନ୍ତମ୍ ଆରିଙ୍ରିଙ୍ ଏମ୍ମେତେ । ଆରି ତେତ୍ତେ ଜିନିସତଡନ୍ ଅନ୍ତମ୍ ଇନ୍ନିଙତଡନ୍ ଆ ଓଡ଼ୋମ୍ ଡିଙ୍ତଜି । 12 ଡେସାନମ୍ ଆ ସାସନ ଆସନ୍ ରାଜାନ୍ ଅଃଡକୋଏଜି, ଆରି ସୋଡ଼ାମରଞ୍ଜି ଅଡ଼୍କୋନ୍ ଆନ୍ନିଙ୍ ଅଃଡକୋଏଜି । 13 ରାଜାସିଙ୍ରେଙନ୍ ଅଃବାଙନ୍ ଡ ଅସିଙ୍ରେଙନ୍ ଜନାବ୍ଗତରନ୍, କାନ୍ତେସିଗାଜନ୍ ସୋଡ଼ାତେ ତେତ୍ତେ ବୋଡ଼ାଞ୍ଜି ଆଡ୍ରକୋନେ ଆରି କିନ୍ତିଜଞ୍ଜି ଆଜରୋମ୍ଜୋମ୍ନେ ଡେତେ । 14 ଆରି ତେତ୍ତେ ଜାଡ଼ିଆ ଜନ୍ତୁଜି ସରିନ୍ ବୋଡ଼ାଞ୍ଜି ଅଲ୍ରବାଙ୍ତଜି, ଆରି ଜାଡ଼ିଆ ମେଡଞ୍ଜି ତର୍ଡମ୍ ଆଗଡ଼ିଞ୍ଜି ଅଲ୍ନୋଡେତଜି । ଆରି ତଗଲ୍ ଜନ୍ତୁଜି ତେତ୍ତେ ଡକୋଡାଲନ୍ ଲୁଲ୍ଲୁଡନ୍ ଆସନ୍ ଡରକୋନେନ୍ ଞାଙ୍ତଜି । 15 ତେତ୍ତେ କିନ୍ତୋଜନ୍ ଅସିଙ୍ଡାଲନ୍ ଅର୍ରେତନ୍ ଆରି ସେସେଲେ ଆ ଅନଞ୍ଜି ଆନିନ୍ ଡୁମ୍ଡୁମ୍ତେ । ଅଡ଼ାଙଞ୍ଜି ରମ୍ମଙ୍ ଆଗଡ଼ିଞ୍ଜି ସରିନ୍ ତେତ୍ତେ ମାୟ୍ଲନ୍ ଡକୋତଞ୍ଜି ।
16 ଆମ୍ବେଞ୍ଜି ଆଏଡ଼ର୍ ପ୍ରବୁନ୍ ଆବଇ ସାୟ୍ଲେ ପଡ଼େନାବା । କେନ୍ ଆମଙ୍ଲୋଙଞ୍ଜି ସିଲଡ୍ ଆନ୍ନିଙ୍ ଅଃନାଡ଼ଏ, ଆରି ଅବୟ୍ଜନଙ୍ ଆନ୍ନିଙ୍ ଅଃଡକୋନେଜି ଇନିଆସନ୍ଗାମେଣ୍ଡେନ୍ କେନ୍ଆତେ ପ୍ରବୁନ୍ ଆତଅଡ୍ ବାତ୍ତେ ବନାଞନ୍ଡେଏନ୍; ଆପୁରାଡ଼ାନ୍ ଆନିଞ୍ଜିଆଡଙ୍ ଅବ୍ରୁକ୍କୁଏନ୍ । 17 ଇସ୍ୱରନ୍ ଆନିଞ୍ଜି ଆସନ୍ ଲବନ୍ ବାନ୍ତେଲଞ୍ଜି ଆରି ଆନା ଆବାଗଲୋଙ୍ ଡିଅଙ୍ଗା ପଡ଼େତେ ତିୟ୍ତଜି । ଆନିଞ୍ଜି ଆ ଅନଞ୍ଜି ଆ ଅନ୍ଞ୍ଜି ଜାୟ୍ ଡେସାଲୋଙନ୍ ଡକୋତଞ୍ଜି, ଆରି ଅଡ଼୍କୋ ଡିନ୍ନାନ୍ ଆସନ୍ ଡେସାନ୍ ଆନିଞ୍ଜିଆତେ ଡେତେ ।