8 ଇତାର୍ ହଃଚେ ଜେଏ ଜସେପ୍କେ ଜାଣି ନଃରିଲା ଇରଃକମ୍ ଗଟେକ୍ ନଃଉଁଆ ରଃଜା ମିସର୍ ଦେସେ ରଃଜା ଅୟ୍ଲା। 11 ତାର୍ ହଃଚେ ସେମଃନ୍ ନଃହାର୍ତା ବଃଜ୍ ବଳାୟ୍କଃରି ସେମଃନ୍କେ କଃସ୍ଟ ଦେଉଁକେ ସେମଃନାର୍ ଉହ୍ରେ ଟିକାଦାର୍କେ ରଃକ୍ଲାୟ୍, ଆରେକ୍ ସେମଃନ୍ ପିତମ୍ ଆର୍ ରାମିସେସ୍ ବଃସ୍ତିଏ ତିଆର୍ କଃରାୟ୍ଲାୟ୍, ଜୁୟ୍ତି କି ପାର୍ ରଃଜା ତାସ୍ ସଃଙ୍ଗାଉତି ରିଲା।