ମସାର୍ ଜଃଲମ୍
1 ଇତାର୍ ହଃଚେ ଲେବି ବଃଉଁସାର୍ ଗଟ୍ଲକ୍ ରିଲା। ସେ ଲେବି ବଃଉଁଁସାର୍ ଗଟେକ୍ କଃନ୍ୟାକେ ବିବା ଅୟ୍ଲା। 2 ସେ ମାୟ୍ଜି ଆଙ୍ଗେ ଅୟି ଗଟେକ୍ ଅଃଣ୍ଡ୍ରାହିଲାକେ ଜଃର୍ନ୍ କଃଲି, ତାର୍ ଆୟ୍ସି ଦଃକ୍ଲି ତାର୍ ସେ ହୟିସି ବେସି ସୁନ୍ଦୁର୍ ଅୟିଆଚେ। ସେତାକ୍ ସେ ତାକ୍ ତିନି ମାସ୍ ହଃତେକ୍ ଲୁକାୟ୍କଃରି ରଃକ୍ଲି। 3 ତାର୍ ହଃଚେ ଆରେକ୍ ଲୁକାଉଁକେ ନଃହାର୍ଲି, ସେ ଗଟେକ୍ ବାସ୍ହେଳି ତିଆର୍କଃରି ମାଟିଆ ଚିକଣ୍ ଆର୍ ଲାକ୍ ଲିହିକଃରି ସେ ହେଳି ବିତ୍ରେ ସେ ହିଲାକେ ହୁରାୟ୍ ନିଳ୍ ଗାଡେ ହାଣିଗାଟେ ସଃର୍ଣ୍ତି ବୁଟା ବିତ୍ରେ ସଃଙ୍ଗାୟ୍ଲି। 4 ସେ ହିଲାର୍ ବେଣ୍ସି ତାକ୍ ଦୁରିକ୍ ହୁଣି ଦଃକ୍ତି ରିଲି, ହିଲାର୍ କାୟିରି ଅୟ୍ଦ୍ ଇରି ଜାଣୁକ୍ ସେ ଜାଗି ରିଲି।
5 ସଃଡେବଃଳ୍ ପାର ରଃଜାର୍ ଜିସି ଗଃଦାଉଁକେ ସେ ଗାଡେ ଆୟ୍ଲି, ତାର୍ ଦଃଙ୍ଗ୍ଳିମଃନ୍ ଗାଡ୍କଃଣ୍ଡାୟ୍ ବୁଲ୍ତି ରିଲାୟ୍, ସଃଡେବଃଳ୍ ସେ ସଃର୍ଣ୍ତି ବଃନେ ଗଟେକ୍ ହେଳି ଦଃକି ସେରି ଆଣୁକେ ତାର୍ ଦଃଙ୍ଗ୍ଳିମଃନ୍କେ ହଃଟାୟ୍ଲି। 6 ତାର୍ ହଃଚେ ସେ ହେଳି ଉଗାଳି ସେ ହିଲାକ୍ ଦଃକ୍ଲି, ଆର୍ ସେ ହିଲା କାନ୍ଦ୍ତି ରିଲା; ସେ ଦୁକ୍କଃରି କୟ୍ଲି, "ଇରି ଗଟେକ୍ ଏବ୍ରିୟ ହିଲା।"
7 ସଃଡେବଃଳ୍ ସେ ହିଲାର୍ ବଃଡ୍ ବେଣ୍ସି ପାରର୍ ଜିସିକେ କୟ୍ଲି, "ମୁୟ୍ ଜାୟ୍କଃରି ତର୍ହାୟ୍ଁ ଇ ହିଲାକେ ଦୁଦ୍ କାଳାଉତା ହାୟ୍ଁ ଏବ୍ରିୟା ମାୟ୍ଜିମଃନାର୍ ବିତ୍ରେ ଗଟେକ୍ ଆୟାକେ କୁଦି ଆଣିନ୍ଦ୍ କି?" 8 ତଃବେ ପାରର୍ ଜିସି କୟ୍ଲି, "ଜାଆ" ତଃବେ ସେ ଟକି ଜାୟ୍ ସେ ହିଲାର୍ ଆୟ୍ସିକେ କୁଦିକଃରି ଆଣ୍ଲି। 9 ତଃବେ ପାରର୍ ଜିସି ତାକେ କୟ୍ଲି, "ତୁୟ୍ ଇ ହିଲାକେ ନଃୟ୍ ମର୍ ଗିନେ ଦୁଦ୍ କାଳାୟ୍ ବାଡାଉ; ମୁୟ୍ ତଃକେ ବଃର୍ତାନ୍ ଦଃୟ୍ନ୍ଦ୍," ସେତାକ୍ ସେ ମାୟ୍ଜି ସେ ହିଲାକେ ନଃୟ୍ ଦୁଦ୍ କାଳାୟ୍ ବାଡାୟ୍ଲି। 10 ତାର୍ ହଃଚେ ସେ ହିଲା ବଃଡ୍ ଅୟ୍ଲାକେ ସେ ତାକ୍ ନଃୟ୍କଃରି ପାରର୍ ଜିସିକେ ଦିଲି। ସେତାକ୍ ସେ ହିଲା ତାର୍ ହୟିସି ଅୟ୍ଲା। ତଃବେ ସେ ତାର୍ ନାଉ ମସା ସଃଙ୍ଗାୟ୍ଲି; ବଃଲେକ୍ ସେ କୟ୍ଲି, ମୁୟ୍ ଜାଣାୟି ହୁଣି ଆକେ ବାର୍କଃରି ଆଣି ଆଚି।