ବତ୍ସଲେଲ୍ ଆର୍ ଅହଲିୟାବର୍ ଦାୟିତ୍
1 ଇତାର୍ହଃଚ ମାପୁର୍ ମସାକେ ଇ କଃତା କୟ୍ଲା 2 "ଦଃକ୍ ମୁୟ୍ ଜିଉଦା ବଃଉଁସାର୍ ହୁରାର୍ ନାତି ଉରିର୍ ହୟିସି ବତ୍ସଲେଲ୍କେ ନାଉ ଦଃରି କୁଦି ଆଚି। 3 ମୁଁୟ୍ ମର୍ ଜିବନେ ବତ୍ସଲେଲ୍କେ ହୁର୍ନ୍କଃରି ଆଚି, ସଃବୁ ହଃର୍କାର୍ କାମ୍ କଃରୁକେ ମୁୟ୍ ତାକ୍ ସଃବୁ ବୁଜ୍ତାର୍ ଆର୍ ଗିଆନ୍ ଦଃୟ୍ଆଚି ବଃଲେକ୍ ସନା, ରୁହା, ଆର୍ ହିତୁଳେ କଦି କାଚ୍ତାର୍ ଆର୍ ହିରା ଟେଳାୟ୍ କଦି କାଚ୍ତାର୍ ଆର୍ କାଟ୍ ଲଃଗେ କଦି କାଚ୍ତାର୍ ଇହର୍ ବିନ୍ ବିନ୍ କାମ୍ କଃର୍ତାର୍ ଗିଆନ୍। 4 ସଃବୁ ରଃକମାର୍ ଜିନିସ୍ ବଃନାଉତା କାମ୍ କଃରୁକ୍ 5 ତାକ୍ ଗ୍ୟାନ୍, ବୁଦି, ବିଦ୍ୟା ଆର୍ କାମାର୍ ଉପାୟ୍କାରି ମାପୁରାର୍ ଆତ୍ମାୟ୍ ହୁର୍ନ୍ କଃରି ଆଚି।