11 ତଃବେ ମସା ଅଃହ୍ଣାର୍ ମାପୁର୍ ଇସ୍ୱର୍କେ ଗଃଉଆରି କଃରି କୟ୍ଲା, "ଏ ମାପୁର୍ ତୁୟ୍ ନିଜାର୍ ଜୁୟି ଲକ୍ମଃନ୍କେ ବଃଡ୍ ସଃକ୍ତିଏ ଆର୍ ଡେଣାର୍ ବଃଳେ ମିସର୍ ଦେସେ ହୁଣି ବାର୍କଃରି ଆଣିଆଚ୍ସି, ସେମଃନାର୍ ବିରୁଦେ ତର୍ ରିସା କାୟ୍କଃରୁକେ ଜୟ୍ ଲାଗ୍ଲା ହର୍ ଅୟ୍ଦ୍? 12 ସେ ହଃର୍ବାତେ ସେମଃନ୍କେ ନାସ୍ କଃରି ହୁର୍ତିବିଏ ହୁଣି କୁଳ୍ ବଃଉଁସ୍ ବୁଡାଉଁକେ ଅଃନିସ୍ଟି ହାଁୟ୍ ବାର୍କଃରି ଆଣ୍ଲା, ଇ ରଃକମ୍ କଃତା ମିସରାର୍ ଲଃକ୍ମଃନ୍ କାୟି କଃରୁକେ କଃର୍ତି? ତୁୟ୍ ନିଜାର୍ ରିସା ଚାଡି ହୁଣି ମଃନ୍ ବାଦ୍ଲାଉ ଆର୍ ନିଜାର୍ ଲକ୍ମଃନାର୍ ବିରୁଦେ ଇ ରଃକମ୍ ନଃସ୍ଟ୍ ନଃକେରି ଦଃୟାକାରି ଅଃଉ। 13 ନିଜାର୍ ଦଃଙ୍ଗ୍ଳା ଅବ୍ରାହାମ୍ ଆର୍ ଇସାକ୍ ଆର୍ ଜାକୁବ୍କେ ଏତାଉ, ତୁୟ୍ ନିଜାର୍ ନାଉଁଏ ସଃୟ୍ତ୍ କଃରି ସେମଃନ୍କେ କୟ୍ରିଲିସ୍, ମୁୟ୍ ଅଃଗାସାର୍ ତାରାମଃନାର୍ ହର୍ ତୁମାର୍ ବଃଉଁସ୍ ବୁତେକ୍ କଃରିନ୍ଦ୍ ଆର୍ ଇ ଜୁୟି ସଃବୁ ଦେସାର୍ କଃତା କୟ୍ଲିସ୍, ସେରି ତୁମିମଃନାର୍ ବଃଉଁସ୍କେ ଦଃୟ୍ନ୍ଦ୍। ସେମଃନ୍ ଜୁଗ୍ ଜୁଗ୍ ହଃତେକ୍ ସେରି ଅଃଦିକାର୍ କଃର୍ତି।" 14 ତଃବେ ମାପୁର୍ ନିଜାର୍ ଲକ୍ମଃନାର୍ ଜୁୟି ଅନିସ୍ଟ୍ କଃର୍ତା କଃତା କୟ୍ରିଲା, ସେତିହୁଣି ମଃନ୍ ବାଦ୍ଲାୟ୍ଲା।