3 ଏ଼ୱାରି ଏଲେଇନେରି, "ମା଼ମ୍ବୁ ଏ଼ନାଆଁତାକି ଉପାସା କିହିମାନମି ଅ଼ଡ଼େ ନୀନୁ ସିନିକିହି ହିଲଅତି ?" ମା଼ମ୍ବୁ ଏ଼ନାଆଁତାକି ଜାହା ଜାହାରା ଜୀୱୁତି କସ୍ତ ହୀହିମାନମି ଅ଼ଡ଼େ ନୀନୁ ମ଼ନ ହୀହି ହିଲଅତି ? ମେହ୍ଦୁ, ମୀରୁ ଉପାସା ଦିନା ଜାହାରା ସୁକୁ ଅଣ୍ପିମାଞ୍ଜେରି ଅ଼ଡ଼େ ବା଼ଡ଼୍ୟୁ ତଲେ ବାରେ କାମା କିହିମାଞ୍ଜେରି। 4 ମେହ୍ଦୁ, ମୀରୁ ବା଼ଦ୍ରି ଅ଼ଡ଼େ ଗଡ଼୍ହା ତାକି, ଅ଼ଡ଼େ ଲାଗେଏତି ଗୁମ୍ସା ତଲେ ୱେ଼ଚାଲି ତାକି ଉପାସା କିହିମାଞ୍ଜେରି; ମୀ ହା଼ଡା ଲାକପୂରୁ ଏ଼ନିକିଁ ୱେଣ୍ମ୍ବିଆ଼ନେ, ଇଲେତି ଉପାସା ନୀଞ୍ଜୁ ମୀରୁ କିହି ହିଲଅତେରି। 5 ଇଲେତି ଉପାସା, ମାଣ୍ସି ଜାହାରା ଜୀୱୁତି କସ୍ତ ହୀହାଲି ତାକି ଇଲେତି ଦିନା, ନା଼ନୁ ଏ଼ନାଆଁ ଆ଼ଚାମାଇଁ ? ର଼ ନା଼ଡା ଲେହେଁ ତା଼ର୍ୟୁଁ ଲେ଼ହ୍ନାୟି, ଇଞ୍ଜାଁ ଗ଼ଣି ବାସ୍ତା ଅ଼ଡ଼େ ଦାର୍ମ୍ବୁ ଜାହାରା ଡ଼଼ଇ ପା଼ହ୍ନାୟି, ଈଦାନି ମୀରୁ ଉପାସା ଅ଼ଡ଼େ ପ୍ରବୁତି ତାକି ଅ଼ପିନି ଦିନା ଇଞ୍ଜିଁ ଏଲେଇଞ୍ଜେରି ?
6 ଏମିନି ଉପାସା ନା଼ନୁ ରା଼ହାଁ ଆ଼ଇଁ, ଏ଼ଦି କି ଈଦି ଆ଼ଏ ? ଉଜେ ଉଜେଏ ଆ଼ହାମାନି ହ଼ଲେଏସି, ଅ଼ଡ଼େ ବ଼ଜୁଗାଟି ଲ଼କୁଣି ଜୁୱେଡ଼ି ହୁକ୍ହାଁ ପିସ୍ପି କିନାୟି, ଇଞ୍ଜାଁ, ବାରେ ଜୁୱେଡ଼ିତି କୁଟୁକାଟା କିନାୟି।