5 ଇତାର୍ ହଃଚେ ଲଃକ୍ମଃନ୍ ଜୁୟି ଗଃଳ୍ ଆର୍ ମେଳ୍ ହାଜ୍ତି ରିଲାୟ୍, ସେରି ଦଃକୁକେ ମାପୁର୍ ଉତ୍ରି ଆୟ୍ଲା। 6 ଆରେକ୍ ମାପୁର୍ କୟ୍ଲା, "ଜାଣା, ଇ ଲଃକ୍ମଃନ୍ ସଃବୁ ଲକ୍ ଏକ୍ ଆର୍ ସେମଃନାର୍ ବାସା ହେଁ ଏକ୍, ଆରେକ୍ ଅଃବେ ଇମଃନ୍ କାମ୍ କଃରୁକେ ମଃନ୍ ଦେଉଁଲାୟ୍; ସେମଃନ୍ ଜୁଣ୍ ଜୁଣ୍ରି କଃରୁକେ ମଃନ୍କଃରୁଲାୟ୍ ସେରି କଃରୁକେ ନଃଚାଡ୍ତି।" 7 ଇତାର୍ ଗିନେ ସେମଃନ୍ ଜଃନ୍କଃରି ତାକାର୍ ତାକାର୍ ବିତ୍ରେ ବାସା ବୁଜୁ ନାହାର୍ତି, ଇତାର୍ ଗିନେ, ମୁଁୟ୍ ଉତ୍ରି ଜାୟ୍ ସେ ଜଃଗାୟ୍ ସେମଃନାର୍ ବିତ୍ରେ ବିନ୍ବିନ୍ ବାସା ଉବ୍ଜାୟ୍ନ୍ଦ୍। 8 ଇ ହଃର୍କାରେ ମାପୁର୍ ସେଟାଣେ ହୁଣି ସେମଃନ୍କେ ହୁର୍ତିବିର୍ ସଃବୁହାକ୍ ଜଃତ୍କଃତ୍ କଃଲା; ତଃବେ ସେମଃନ୍ ମେଳ୍ ବଃନାଉଁକେ ଚାଡ୍ଲାୟ୍। 9 ସେତାର୍ଗିନେ ସେ ଗଃଳାର୍ ନାଉ ବାବିଲ୍ ୧୧:୯ ବାସା ବିନ୍ବିନ୍ ଅୟ୍ଲି,ଅୟ୍ଲି; ଜୁଣ୍ତାର୍ ଗିନେ ମାପୁର୍ ସେଟାଣେ ହୁଣି ସଃବୁ ହୁର୍ତିବିର୍ ବିନ୍ବିନ୍ ବାସାମଃନ୍ ଉବ୍ଜାଣ୍ କଃଲା, ଆରେକ୍, ସେଟାଣେ ହୁଣି ସେମଃନ୍କେ ହୁର୍ତିଜାକ ଚିନ୍ବିନ୍ କଃଲା।
Publicidade