ଜସେପ୍ ବାୟ୍ମଃନ୍କେ ଚିନାୟିଅୟିଲା
1 ଇତାର୍ ହଃଚେ ଜସେପ୍ ନିଜ୍କେ ସଃମ୍ୱାଳୁ ନାହାରି ନିଜାର୍ ଚଃମେ ଟିଆ ଅୟ୍ରିଲା ଲକ୍ମଃନାର୍ ଚଃମେ ବେଲ୍କିଅୟ୍ କୟ୍ଲା, ମର୍ ମୁୟେଁ ହୁଣି ସଃବୁ ଲକ୍ମଃନ୍କେ ବାର୍କଃରା। ସେତାକ୍ କେଏ ହେଁ ସେତି ନଃରିଲାକେ ଜସେପ୍ ବାଇସିମଃନାର୍ ମୁୟେଁ ସେ ନିଜେ ତାକାର୍ ବାଇସି ବଃଲି କୟ୍ଲା। 2 ସେ ଜଃବର୍କଃରି କାନ୍ଦୁକେ ଦଃର୍ଲା ଜେ, ମିସ୍ରିୟମଃନ୍ ଆର୍ ପାର୍ର୍ ଗଃରାର୍ ଲଃକ୍ମଃନ୍ ସେରି ସୁଣୁକେ ହାର୍ଲାୟ୍। 3 ଜସେପ୍ ନିଜାର୍ ବାୟ୍ସିମଃନ୍କେ କଃଉଁକେ ଦଃର୍ଲା, ମୁୟ୍ ଜସେପ୍; ମର୍ ଉବା କି ଆଜି ହଃତେକ୍ ବଚି ଆଚେ? ସେତାକ୍ ତାର୍ ବାଇସିମଃନ୍ ତାର୍ ମୁୟେଁ ଡିର୍ଲାକେ କାୟି ଉତୁର୍ ଦେଉଁ ନଃହାର୍ଲାୟ୍।