6 ସେତାର୍ ଗିନେ ଅବ୍ରାହାମ୍ ସାରିକେ କଃୟ୍ଲା,"ଦଃକ,ତର୍ ଦାସି ତର୍ ଆତେ ଆଚେ; ତକେ ଜାୟ୍ରି ନିକ ଲାଗୁଲି, ସେରି ତାକେ ତୁୟ୍ କଃର୍।" ସେତାକ୍ ସାରି ହାଗାର୍କେ ଇନସ୍ତା କଃରୁକ୍ ଦଃର୍ଲି, ସେତାର୍ ଗିନେ ସେ ତାର୍ ତଃୟ୍ ହୁଣି ହଃଳାୟ୍ ଗଃଲି 7 ଇତାର୍ ହଃଚେ ଇସ୍ୱରାର୍ ଦୁତ୍ ମରୁବଃଟାୟ୍ ଗଟେକ୍ ଜଃର୍ନିୟା ହାଣି ବାରାଉତା ଚଃମେ,ବଃଲେକ୍, ସୁର ଦେସ୍ ଜାତାବାଟେ ଜୁଣ୍ ଜଃର୍ନିୟା ହାଣି ବାରାଉଁଲି, ସେତାର୍ ଚଃମେ ତାକ୍ ଦଃକି କୟ୍ଲା, 8 "ଏଗା ସାରିର୍ ଦାସି ହାଗାର୍, ତୁୟ୍ କୁୟ୍ତି ହୁଣି ଆୟ୍ଲିସ୍ ଆରେକ୍ ତୁୟ୍ କୁୟ୍ତି ଜାସି" ସେତାକ୍ ସେ କୟ୍ଲି,"ମୁୟିଁ ନିଜାର୍ ତଳା ସାରି ଚଃମେ ହୁଣି ହଃଳାୟ୍ ଜଃଉଁଲେ।"