3 ସେତାକ୍ ଅବ୍ରାହାମ୍ ମୁଉଁବାଟ୍ ତଃଳେ ଅଦୁର୍ଲା, ଇସ୍ୱର୍ ତାର୍ ସଃଙ୍ଗ୍ କଃତା ବାର୍ତା କଃରି କୟ୍ଲା, 4 "ମୁୟ୍ ତର୍ ସଃଙ୍ଗ୍ ନିଜାର୍ ନିୟମ୍ କଃରୁଲେ, ତୁୟ୍ ଅଲେକାର୍ ଗସ୍ଟିର୍ ଦାଦି ଅଃଉସି। 5 ଆରେକ୍, ତର୍ ନାଉ ଅବ୍ରାମ୍ ଆର୍ ରଃୟ୍ ନଃକେରେ, ମଃତର୍ ଅବ୍ରାହାମ୍ ଅୟ୍ଦ୍।" ଜୁୟ୍ତାର୍ ଗିନେ ମୁୟ୍ ତକେ ଅଲେକାର୍ ଗଃସ୍ଟିର୍ ମୁଳ୍ ଲକ୍ କଃଲେ। 6 ମୁୟ୍ ତକେ ଅଃପର୍ବଳ୍ ବଃଡ୍ କଃରିନ୍ଦ୍, ତର୍ତଃୟ୍ ହୁଣି ଗାଦେକ୍ ଗସ୍ଟି ଜାତ୍ କଃରାୟ୍ନ୍ଦ୍ ଆର୍ ରଃଜାମଃନ୍ ତର୍ତଃୟ୍ ହୁଣି ଜାତ୍ ଅଃଉତି।
7 ମୁୟ୍ ତର୍ ସଃଙ୍ଗ୍ ଆର୍ ତର୍ ଅଃବେ ଅଃଉତା ବଃଉଁସାର୍ ସଃଙ୍ଗ୍ ଜୁଣ୍ ନିୟମ୍ କଃରି ଆଚି, ସେରି ଜୁଗ୍ ଜୁଗ୍ ହଃତେକ୍ ଅୟ୍ଦ୍। ସେତାର୍ ଗିନେ ମୁୟ୍ ତର୍ ଅଃବେ ଅଃଉତା ବଃଉଁସାର୍ ଇସ୍ୱର୍ ଅୟ୍ନ୍ଦ୍। 8 ଆରେକ୍, ତୁୟ୍ ଅଃବେ ଜୁଣ୍ କିଣାନ୍ ଦେସେ ବାସା କଃରିଆଚ୍ସି, ସେତିର୍ ସଃବୁ ମୁୟ୍ ତକେ ଆର୍ ତର୍ ଅଃବେ ଅଃଉତା ବଃଉଁସ୍କେ ଜୁଗ୍ ଜୁଗ୍ ହଃତେକ୍ ଅଃଦିକାର୍ କଃରୁକେ ଦଃୟ୍ନ୍ଦ୍ ଆର୍ ମୁୟ୍ ସେମଃନାର୍ ଇସ୍ୱର୍ ଅୟ୍ନ୍ଦ୍। 9 ଇସ୍ୱର୍ ଅବ୍ରାହାମ୍କେ ଆରେକ୍ କୟ୍ଲା, "ତୁୟ୍ ମର୍ ନିୟମ୍ ମାନ୍ସି; ତୁୟ୍ ଆର୍ ତର୍ ଅଃବେ ଆସ୍ତା ବଃଉଁସ୍ ଟିକିକେ ଟିକି ସେରି ସଃବୁବଃଳ୍ ମାନିଆସ୍ତି" 10 ତର୍ ଆର୍ ତର୍ ଅଃବେ ଅଃଉତା ବଃଉଁସାର୍ ସଃଙ୍ଗ୍ ମୁୟ୍ କଃଲାର୍ ଜୁଣ୍ ନିୟମ୍ ତୁମି ମଃନ୍ ମାନି ଚାଲାସ୍ ସେରି ଅୟ୍ଲି, ତୁମିମଃନାର୍ ହଃତି ଅଃଣ୍ଡ୍ରା ହିଲା ସୁନତ୍ ଅଃଉତି। 11 ତୁମିମଃନ୍ ନିଜାର୍ ନିଜାର୍ ସୁନତ୍ ଚିନ୍ ମାନାସ୍; ଆରେକ୍ ସେରି ତୁମିମଃନାର୍ ସଃଙ୍ଗ୍ ମଃର୍ ନିୟମ୍ଚିନା ଅୟ୍ଦ୍।