ଇସାକ୍ ଗେରା ତଃୟ୍ ବାସ୍ କଃଲା
1 ହୁର୍ବେ ଅବ୍ରାହାମାର୍,ସମୟେ ଜଃନ୍କଃରି କଃତାର୍ ଅୟ୍ରିଲି, ସେ ଦେସେ ଆରେକ୍ ଗଃଟ୍ତର୍ ସେହର୍ କଃତାର୍ ଅୟ୍ଲି, ଇସାକ୍ ଗଃରେ ରଃୟ୍ ପଲେସ୍ଟିୟ୍ମଃନାର୍ ରଃଜା ଅବିମେଲକାର୍ ଚଃମେ ଗଃଲା। 2 ସଃଡେବଃଳ୍ ମାପୁର୍ ତାକେ ଦର୍ସନ୍ ଦଃୟି କୟ୍ଲା, "ତୁୟ୍ ମିସର୍ ଦେସ୍କେ ଜାଆ ନାୟ୍; ମୁୟ୍ ତକେ ଜୁଣ୍ ଦେସ୍ ଦଃକାୟ୍ନ୍ଦ୍ ସେଟାଣେ ବାସ୍ କଃର୍। 3 ତୁୟ୍ ଇ ଦେସେ ବାସ୍ କଃର୍, ସେତି ମୁୟ୍ ତର୍ ସାହା ଅୟି ତଃକେ ଆସିର୍ବାଦ୍ କଃରିନ୍ଦ୍, ଆରେକ୍, ତକେ ଆର୍ ତର୍ ବଃଉଁସ୍କେ ଇ ସଃବୁ ଦେସ୍ ଦଃୟ୍ନ୍ଦ୍ ଆର୍ ତର୍ ଉବାଦି ଅବ୍ରାହାମ୍ ଚଃମେ ନିଜେ କଃଲା ସଃୟ୍ତାର୍ ନିୟମ୍ କଃରିନ୍ଦ୍। 4 ମୁୟ୍ ଅଃଗାସାର୍ ତାରା ହର୍ ତର୍ ବଃଉଁସ୍ ବାଡାୟ୍ ସେମଃନ୍କେ ଇ ସଃବୁ ଦେସ୍ ଦଃୟ୍ନ୍ଦ୍ ଆର୍ ତର୍ ବଃଉଁସ୍ ଦଃୟି ହୁର୍ତିବିୟେ ରେତା ସଃବୁ ଜାତି ଆସିର୍ବାଦ୍ ହାଉତି। 5 ମୁଁୟ୍ ତକେ ଆସିର୍ବାଦ୍ କଃରିନ୍ଦ୍ ଅବ୍ରାହାମ୍ ମଃର୍ ଆଦେସ୍, ବିଦି ଆର୍ ନିୟମ୍ ମାନିଆଚେ।"
6 ସେତାକ୍ ଇସାକ୍ ଗରାର୍ ଦେସେ ବାସ୍ କଃଲା। 7 ସେତାକ୍ ସେ ଜଃଗାର୍ ଲଃକ୍ମଃନ୍ ତାର୍ ଡକୁର୍ସିର୍ କଃତା ହଃଚାର୍ଲାକ୍, ସେ କୟ୍ଲା, " ସେ ମର୍ ବେଣି," ଜୁୟ୍ତାର୍ଗିନେ ସେ ଜଃଗାର୍ ଲଃକ୍ମଃନ୍ ରିବିକାର୍ ଲାଗି ମକେ କେଜାଣ୍ ମଃର୍ନେ ମାର୍ତି, ଇରି ବାବି ସେ ତାକେ ନିଜାର୍ ମାୟ୍ଜି ବଃଲି କଃଉଁକେ ଡିର୍ଲା; ବଃଲେକ୍ ରିବିକା ବେସି ସୁନ୍ଦୁର୍ ରିଲି। 8 ଆରେକ୍, ସେ ଜଃଗାୟ୍ ବୁତେକ୍ ଦିନ୍ ବାସା କଃଲା ହଃଚେ ଗଟ୍ଦିନ୍ ପଲେସ୍ଟିୟ୍ ରଃଜା ଅବିମେଲକ୍ ଜର୍କାବାଟ୍ ବଃଲ୍କଃରି ଦଃକ୍ଲା ଇସାକ୍ ତାର୍ ଡକୁର୍ସି ରିବିକା ସଃଙ୍ଗ୍ ମିସ୍ତିରିଲା।