7 ଇ ସଃବୁ ଆୟ୍ଲା ହଃଚେ ତାର୍ ସାଉକାରାର୍ ଡକୁର୍ସି ଜସେପାର୍ ଉହ୍ରେ ଆକି ହଃକାୟ୍ଲି; ସେତାକ୍ ତାକ୍ କୟ୍ଲି "ତୁୟ୍ ମର୍ ସଃଙ୍ଗ୍ ସଃଉ।" 8 ମଃତର୍ ଜସେପ୍ ନିଜାର୍ ସାଉକାରାର୍ ଡକୁର୍ସିକେ ନାୟ୍ ବଃଲି କୟ୍ ତାକେ କୟ୍ଲା, "ଦଃକ୍ ଇ ଗଃରେ ଜୁୟି ଜିମା ଆଚେ ସାଉକାର୍ ସେରି ସେ ନଃୟ୍ ନଃକେରି ମର୍ ଆତେ ସଃବୁ ବୁଜୁକେ ଦଃୟି ଆଚେ। 9 ଇ ଗଃରେ ମର୍ ତଃୟ୍ହୁଣି କେଏ ବଃଡ୍ ଲକ୍ ନାୟ୍; ତୁୟ୍ ତାର୍ ଡକୁର୍ସି, ଇତାର୍ ଗିନେ ତକେ ଚାଡି କାୟିରି ହେଁ ବାଦା ନାୟ୍। ଇତାର୍ଗିନେ କଃନ୍କଃରି ଅଃଡେକ୍ ବଃଡ୍ ଦୁସ୍ଟ୍ ଆର୍ ଇସ୍ୱରାର୍ ବିରୁଦେ କାମ୍ କଃରିନ୍ଦ୍।" 10 ଅୟିଲେକ୍ ହେଁ ସେ ମାୟ୍ଜି ଦିନ୍କେ ଦିନ୍ ଇ ରଃକମ୍ କୟ୍ ଲାଗ୍ଲି; ମଃତର୍ ଜସେପ୍ ତାର୍ ସଃଙ୍ଗ୍ ସଃଉଁକେ କି ତାର୍ ଚଃମେ ରେଉଁକେ ରାଜି ନୟ୍ଲା।
11 ଗଟ୍ଦିନ୍ ଜସେପ୍ ନିଜାର୍ କାମ୍ କଃରୁକେ ଗଃର୍ ବିତ୍ରେ ଗଃଲା, ସେଡେବଃଳ୍ ଗଃରାର୍ ଚାକର୍ମଃନ୍ କେହେଁ ଗଃରେ ନଃରିଲାୟ୍। 12 ସେତାକ୍ ଜସେପାର୍ ବଃସ୍ତର୍ ଦଃରି "ମର୍ ସଃଙ୍ଗ୍ ସଃଉ ବଃଲି ଜିକାଟାଣା କଃଲି;" ମଃତର୍ ଜସେପ୍ ତାର୍ ଆତେ ନିଜାର୍ ବଃସ୍ତର୍ ଚାଡିଦଃୟ୍ ହଃଦାୟି ହଃଳାୟ୍ଲା।