5 ମଃତର୍ ତୁମିମଃନ୍ ମକେ ଇତି ଆସୁକ୍ ବିକ୍ଲୁ ବଃଲି ଅଃବେ ଦଃକିକଃରି ନିଜେନିଜେ ଦୁକ୍ କି ଗାବ୍ରା ଅଃଉଆନାୟ୍; କାୟିତାକ୍ବଃଲେକ୍ ଇସ୍ୱର୍ ଜିବନ୍ ବାଚାଉଁକେ ତୁମିମଃନାର୍ ଆଗ୍ତୁ ହଃଟାୟ୍ଲା। 6 ଦଃକା ଅଃବ୍କା ଦୁଇ ବଃର୍ସ୍ ଅୟ୍ଲି ଆରେକ୍ ହାଞ୍ଚ୍ ବଃର୍ସ୍ ବାକି ଆଚେ, ସେତାକ୍ ତାସ୍ କି କାଟାବେଟା ନଃହୟ୍। 7 ସେତାକେ ଇସ୍ୱର୍ ହୁର୍ତିଏ ତୁମିମଃନ୍କେ ବାଚାଉଁକେ ଆର୍ ରକ୍ୟା କଃରୁକେ ତୁମିମଃନାର୍ ଆଗେ ମକେ ହଃଟାୟ୍ ଆଚେ। 8 ଇତାର୍ଗିନେ ତୁମିମଃନ୍ ମକେ ଇତି ହଃଟାୟ୍ ଆଚାସ୍ ସେରି ନୟ୍, ଇସ୍ୱର୍ ହଃଟାୟ୍ ଆଚେ; ଆରେକ୍ ସେ ମକେ ପାରର୍ ଗଃରାର୍ ମୁଳିକା ଆର୍ ରାଜିର୍ ମାଲିକ୍ ଆର୍ ସଃବୁ ମିସର୍ ଦେସାର୍ ମୁଳିକା କଃରିଆଚେ।