6 ଚାଲିସ୍ ଦିନାର୍ ହଃଚେ ନହ ନିଜେ ହାଜ୍ଲା ଜାଜାର୍ କିଟ୍କି ଉଗାଳ୍ଲା, 7 ଆର୍ ଗଟେକ୍ କାଉଆକେ ଉଡାଇଲା। ହୁର୍ତିବିର୍ ହାଣି ଆଟ୍ତା ହଃତେକ୍ ସେ ଏଣେ ତେଣେ ଉଡି ବୁଲ୍ଲି। 8 ଆରେଗଟ୍ତର୍, ନହ ଦଃର୍ତିର୍ ହାଣି ଆଟ୍ଲିକି ନାୟ୍ ବଃଲି ଜାଣୁକେ ଗଃଟେକ୍ ହାଣ୍ଡ୍କା ଉଡାୟ୍ଲା; 9 ସଃଡେବଃଳ୍ ହୁର୍ତିବିଏ ହାଣି ହୁର୍ନ୍ ଅୟ୍ରିଲି ଗିନେ ହାଣ୍ଡ୍କା ବଃସୁକେ ଟାଣ୍ ନଃହାୟ୍ ଜାଜ୍ ଚଃମେ ନହର୍ ଲଃଗେ ବାଉଳି ଆୟ୍ଲି; ତଃବେ ସେ ହାଣ୍ଡ୍କାକେ ଆତେ ଦଃରି ଜାଜ୍ ବିତ୍ରେ ନିଲା। 10 ଆରେକ୍ ସାତ୍ ଦିନ୍ ଚାଡିକଃରି ସେ ହାଣ୍ଡ୍କାକେ ଆରେକ୍ ଗଟତର୍ ଜାଜେହୁଣି ଉଡାୟ୍ଲା। 11 ତଃବେ ହାଣ୍ଡ୍କା ସଃଞ୍ଜ୍ ବେଳା ତାର୍ ଚଃମେ ବାଉଳି ଆୟ୍ଲି; ଆରେକ୍ ତାର୍ ଚଣ୍ଡାୟ୍ ଜିତ୍ ଗଃଚାର୍ ନଃଉଆଁ କଃଉଁଣା ହଃତାର୍ ରିଲି; ଇତାର୍ ଗିନେ ନହ ଜାଣ୍ଲା, ହୁର୍ତିବିଏ ହାଣି ଉଣା ଅୟି ଆଚେ। 12 ଆରେକ୍ ସାତ୍ ଦିନାର୍ ହଃଚେ ସେ ଆରେଗଟ୍ତର୍ ସେ ହାଣ୍ଡ୍କାକେ ଉଡାୟ୍ଲା, ମଃତର୍ ସେ ହାଣ୍ଡ୍କା ଆରେକ୍ ତାର୍ ଚଃମେ ଲେଉଟି ନାୟ୍ଲିନି।
Publicidade
Publicidade