20 ଇତାର୍ହଃଚ ଇସ୍ୱର୍ କୟ୍ଲା, "ଜାଣାୟି ରେତା ଜିବ୍ ହୁର୍ନ୍ ଅଃଉଅତ୍ ଆର୍ ହୁର୍ତିବି ଉହ୍ରାର୍ ଅଃଗାସ୍ ମଃଣ୍ଡଳେ ଚେଳେମଃନ୍ ଉଡତ୍।" 21 ଆରେକ୍ ଇସ୍ୱର୍ ବଃଡ୍ ମାଚ୍ ଆର୍ ନିଜ୍ନିଜ୍ ଜାତି ହଃର୍କାରେ ହାଣିର୍ ବଃଡ୍ଜିବ୍ ଆର୍ ବୁୟିଁର୍ ଜିବ୍ଜଃତୁ ଆର୍ ନିଜ୍ନିଜ୍ ଜାତି ହଃର୍କାରେ ଚେଳେମଃନ୍ ଉବ୍ଜାଣ୍ କଃଲା। ଇସ୍ୱର୍ ଇ ସଃବୁ ଦଃକ୍ଲା ସଃବୁ ନିକ ଅୟ୍ଲି। 22 ଆରେକ୍ ଇସ୍ୱର୍ ସେମଃନ୍କେ ଆସିର୍ବାଦ୍ କଃରି କୟ୍ଲା, "ହିଲା ଜାତ୍ କଃରା ଆର୍ ବୁତେକ୍ ବଃଉଁସ୍ ଅୟ୍କଃରି ସଃମ୍ନ୍ଦାର୍ ହାଣିୟେ ହୁର୍ନ କଃରା, ଆରେକ୍ ହୁର୍ତିବିର୍ ଚେଳେ ବୁତେକ୍ ଅଃଉଅତ୍।" 23 ସଃଞ୍ଜ୍ ଆର୍ ସଃକାଳ୍ ଅୟି ହାଞ୍ଚ୍ଦିନ୍ ଅୟ୍ଲି। 24 ଇତାର୍ହଃଚ ଇସ୍ୱର୍ କୟ୍ଲା, "ହୁର୍ତିବିୟେ ନିଜ୍ନିଜ୍ ଜାତି ଅୟି ଜିବ୍ଜଃତୁମଃନ୍ ବଃଲେକ୍ ଗାଉଁଲି ହସୁମଃନ୍ ଉବ୍ଜାଣ୍ ଅଃଉଅତ୍" ସେତାର୍ ହାୟଁ ସେସଃମାନ୍ ଅୟ୍ଲି।
Publicidade