ଅବ୍ରାହାମ୍କେ ଇସ୍ୱରାର୍ ଡାକ୍ରା
1 ଇତାର୍ ହଃଚେ ଇସ୍ୱର୍ ଅବ୍ରାମ୍କେ କୟ୍ଲା, "ତୁୟ୍ ନିଜାର୍ ଦେସ୍ ଆର୍ ଜାତିକୁଟୁମ୍ ଆର୍ ଉବାଦିର୍ ଗଃର୍ ଚାଡିକଃରି, ମୁୟ୍ ଜୁଣ୍ ଦେସ୍ ତକେ ଦଃକାୟ୍ନ୍ଦ୍, ସେ ଦେସ୍କେ ଜାଆ," 2 ମୁଁୟ୍ ତର୍ ତଃୟ୍ହୁଣି ଗଟେକ୍ ବଃଡ୍ ଗସ୍ଟି ଉବ୍ଜାଣ୍ କଃରିନ୍ଦ୍; ଆରେକ୍, ମୁଁୟ୍ ତକ୍ ଆସିର୍ବାଦ୍ କଃରି ତର୍ ନାଉ ଡାକେହୁଟା କଃରିନ୍ଦ୍ ତୁୟ୍ ଆର୍ସିବାଦାର୍ ବର୍ ହାଉସି।
3 ଜୁଣ୍ଲକ୍ମଃନ୍ ତକେ ଆର୍ସିବାଦ୍ କଃର୍ତି, ମୁୟ୍ ସେମଃନ୍କେ ଆସିର୍ବାଦ୍ କଃରିନ୍ଦ୍; ଆରେକ୍ ଜୁଣ୍ ଲକ୍ ତକେ ସାୟ୍ପ୍ ଦଃୟ୍ଦ୍, ମୁୟ୍ ତାକେ ସାୟିପ୍ ଦଃୟ୍ନ୍ଦ୍; ଆରେକ୍ ତର୍ ତଃୟ୍ ହୁଣି ହୁର୍ତିବିର୍ ସଃବୁ ବଃଉଁସ୍କେ ଆର୍ସିବାଦ୍ କଃରିନ୍ଦ୍।