18 ଇସ୍ୱର୍ କୟ୍ଲା, "ମାନାୟ୍ ଅଃବ୍କା ଗଟେକ୍ ଲକ୍ ରେତାର୍ ନିକ ନାୟ୍, ମୁୟ୍ ତାର୍ ଗିନେ ତାର୍ ରୁହ୍ ହର୍ ସଃଙ୍ଗ୍ଉଆଳି ମାୟ୍ଜି ହାଜିନ୍ଦ୍।" 19 ଆରେକ୍ ଇସ୍ୱର୍ ବୁୟେଁ ଚଃର୍ତା ଜିବ୍ଜଃତୁ ଆର୍ ଅଃଗାସେ ଉଡ୍ତା ଚେଳେମଃନ୍ ହାଜିକଃରି ଆଦମ୍ ସେମଃନ୍କେ ନାଉ ସଃଙ୍ଗାଉଁକେ, ଆର୍ ଜାଣୁକେ ସଃବ୍କେ ତାର୍ ହାକ୍ ଆଣ୍ଲା ସେତାକ୍ ଆଦମ୍ ଜାକେ ଜୁୟି ନାଉ ଦିଲା ସେରି ଅୟ୍ଲି। 20 ଇହର୍ ଆଦମ୍ ହସୁ, ଅଃଗାସେ ଉଡ୍ତା ଚେଳେ ଆର୍ ବୁୟେଁ ଚଃରାବୁଲା କଃର୍ତା ସଃବୁ ଜିବ୍ଜଃତୁମଃନାର୍ ନାଉ ଦିଲା; ମଃତର୍, ମାନାୟ୍ ଗିନେ ତାର୍ ହର୍ ରୁହାର୍ ମାୟ୍ଜିଟକି ଦଃକୁ ନଃହାର୍ଲା 21 ମାପୁର୍ ଆଦମ୍କେ ନିଦ୍କଃରାୟ୍ ନିଦ୍ କଃଲାବଃଳ୍ ତାର୍ ଗଟେକ୍ ହଃଞ୍ଜ୍ରା ଆଡ୍ ନଃୟ୍ ମାସ୍ ସଃଙ୍ଗ୍ ସେ ଜଃଗା ହୁରୁଣ୍ କଃଲା। 22 ଆର୍ ଇସ୍ୱର୍ ଆଦମ୍ ତଃୟ୍ ହୁଣି ଜୁୟି ହଃଞ୍ଜ୍ରା ଆଡ୍ ନିଲା, ସେ ଆଡ୍ ସଃଙ୍ଗ୍ ଗଃଟେକ୍ ମାୟ୍ଜିଟକି ହାଜିକଃରି ଆଦମାର୍ ଚଃମେ ଆଣ୍ଲା। 23 ସେତାକ୍ ଆଦମ୍ କୟ୍ଲା, "ଅଃବେ ଅୟ୍ଲି; ଇରି ମର୍ ଆଡାର୍ ଆଡ୍ ଆର୍ ମାସାର୍ ମାସ୍; ଇତାର୍ ନାଉ ଅୟ୍ଲି ମାୟ୍ଜି,କାୟିତାକ୍ ବଃଲେକ୍ ଅଃଣ୍ଡ୍ରା ମାନାୟ୍ ତଃୟ୍ ହୁଣି ଇରି ଆସି ଆଚେ।" 24 ଇତାର୍ ଗିନେ ମାନାୟ୍ ନିଜାର୍ ଆୟା ଉବାକେ ଚାଡି ଅଃହ୍ଣାର୍ ମାୟ୍ଜି ସଃଙ୍ଗ୍ ଜତାୟ୍ ରଃୟ୍ଦ୍, ଆର୍ ସେମଃନ୍ ଗଟେ ଗଃଗାଳ୍ ଅଃଉତି।