17 ସଃଡେବଃଳ୍ ଇସ୍ୱର୍ ସେ ହିଲାର୍ କାନ୍ଦ୍ ସୁଣ୍ଲା; ଆରେକ୍, ଇସ୍ୱରାର୍ ଦୁତ୍ ଅଃଗାସେ ହୁଣି ହାଗାର୍କେ କୁଦି କଃୟ୍ଲା, "ଏଗା ହାଗାର୍, ତର୍ କାୟିରି ଅୟ୍ଲି? ଡିର୍ ନାୟ୍; କାୟିତାକ୍ବଃଲେକ୍, ଜୁୟି ଟାଣେ ହିଲା ଆଚେ, ସେ ଟାଣେ ଇସ୍ୱର୍ ତାର୍ କାନ୍ଦ୍ଣା ସୁଣିଆଚେ। 18 ତୁୟ୍ ଟିଆ ଅୟି ହିଲାକେ ଉଟାୟ୍ ଆତେ ଦଃର୍; ମୁୟ୍ ତାର୍ ତଃୟ୍ ହୁଣି ଗଟେକ୍ ବଃଡ୍ ଗସ୍ଟି ଉବ୍ଜାଣ୍ କଃରିନ୍ଦ୍।" 19 ସଃଡେବଃଳ୍ ଇସ୍ୱର୍ ତାର୍ ଆକି ଉଗାଳ୍ଲାକେ, ସେ ହାଣିରିଲା କୁୟିଁକେ ଦଃକୁକ୍ ଦିଲା ସେତି ଜାୟ୍ ଚାମ୍ମଣାୟ୍ ହାଣି ହୁରାୟ୍ ହିଲାକେ ସୁରାୟ୍ଲି।