41 ଇ ହର୍ ଜାକୁବ ଅଃହ୍ଣାର୍ ଉବାସି ତଃୟ୍ହୁଣି ଆସିର୍ବାଦ୍ ହାୟ୍ଲାର୍ ଗିନେ ଏସାଉ ତାର୍ ଉହ୍ରେ ଅଃକାର୍ବାବ୍ ମଃନେ ହାଚ୍ଲା, "ମର୍ ଉବାର୍ ମଃର୍ନ୍କାଳ୍ ଚଃମେ ଅୟିଆଚେ, ତାର୍ ହଃଚେ ମୁୟ୍ ମର୍ ବାୟ୍ ଜାକୁବକେ ମଃର୍ନେ ମାରିନ୍ଦ୍।" 42 ମଃତର୍, ବଃଡ୍ ହଅ ଏସାଉର୍ ଇ ରଃକମ୍ କଃତା ରିବିକାର୍ କାନେ ହଃଳ୍ଲି: ତଃବେ ସେ ଲକ୍ ହଃଟାୟ୍ ସାନ୍ ହୟିସି ଜାକୁବକେ କୁଦାୟ୍ କୟ୍ଲି, ଜାଣ୍, ତର୍ ବାୟ୍ ଏସାଉ ତକେ ମଃର୍ନେ ମାରୁକ୍ ମଃନ୍ ହାଚିଆଚେ। 43 ଇତାର୍ଗିନେ, ହଅ, ମର୍ କଃତା ସୁଣ୍; ତୁୟ୍ ହାର୍ଣ ଦେସେ ମର୍ ବାୟ୍ ଲାବନାର୍ ଚଃମେ ଜାଆ। 44 ଆରେକ୍, ଜୁଣ୍ ଦିନ୍ ହଃତେକ୍ ତର୍ ବାୟ୍ଦିର୍ ରିସା ନଃଚାଡେ, ସେ ଦିନ୍ ହଃତେକ୍ ସେତି ରେଏ; 45 ଇତାର୍ହଃଚ ତର୍ ଉହ୍ରେ ତର୍ ବାୟ୍ଦିର୍ ରିସା ଚାଡ୍ଲେକ୍ ଆର୍ ତୁୟ୍ ତାର୍ ଉହ୍ରେ ଜୁଣ୍ରି କଃରି ଆଚ୍ସି, ସେରି ସେ ହାସୁର୍ଲେକ୍, ମୁୟ୍ ଲକ୍ ହଃଟାୟ୍ ସେତି ହୁଣି ତକେ ଆଣାୟ୍ନ୍ଦ୍; ଗଟେ ଦିନ୍ ତୁମି ଦୁୟ୍ଲକେ କାୟିତାକ୍ ଆରାୟ୍ଦ୍?