12 ବୁୟେଁ ତାସ୍ କାମ୍ କଃଲେକ୍ ହେଁ ସେରି ଅଃହ୍ଣାର୍ ସଃକ୍ତି ଦଃୟି ତର୍ ସେବା ନଃକେରେ,ତୁୟ୍ ହୁର୍ତିବିର୍ ହଃଳାୟ୍ ବୁଲ୍ତା ଲକ୍ ଆର୍ ଦେସ୍ବୁଲୁ ଅଃଉସି। 13 କୟିନ ମାପୁର୍କେ କୟ୍ଲା,"ମଃର୍ ଦଃଣ୍ଡ୍ ଅଃପର୍ବଳ୍ ଅୟ୍ଲି।" 14 ଜାଣ୍, ତୁୟ୍ ଆଜି ମକେ ଇ ଜଃଗାୟ୍ ହୁଣି କଃଦ୍ଲିସ୍ ସେତାକ୍ ତର୍ ମୁୟେଁ ଦଃକାୟ୍ ନୟ୍; ହୁର୍ତିବିଏ ହଃଳାୟ୍ ବୁଲ୍ତା ଲକ୍ ଆର୍ ଦେସ୍ ବୁଲୁ ଅୟିଲେକ୍ ଇରଃକମ୍ ଅୟ୍ଦ୍ ଜେ, ଜୁୟି ଲକ୍ ମକେ ବେଟ୍ ହାୟ୍ଲେକ୍ ମଃର୍ନେ ମାରେଦ୍। 15 ଆରେକ୍ ମାପୁର୍ ତାକ୍ କୟ୍ଲା, "ଇତାର୍ ଗିନେ କେଏ କୟିନକେ ମଃର୍ନେ ମାର୍ଲେକ୍, ସେ ସାତ୍ ଗୁଣ୍ ଦଃଣ୍ଡ୍ ହାୟ୍ଦ୍। ଆରେକ୍ କେଏ ତାକେ ଦଃକି ଜଃନ୍ କଃରି ମଃର୍ନେ ନଃମାରେ ଇତାର୍ ଗିନେ ମାପୁର୍ କୟିନର୍ ଗିନେ ଗଟେକ୍ ଚିନା ତିଆର୍ କଃଲା।" 16 ଇତାର୍ହଃଚ କୟିନ ମାପୁର୍ ତଃୟ୍ହୁଣି ଚାଡି କଃରି ଏଦନାର୍ ହୁର୍ବ ଦିଗେ ରେତା ନଦ ନାଉଁଆର୍ ଜଃଗାୟ୍ ବାସ୍ କଃଲା।