7 ଇତାର୍ହଃଚ ଜସେପ୍ ନିଜାର୍ ଉବାସି ଜାକୁବକେ ପାରର୍ ଚଃମେ ଆଣ୍ଲା; ସେତି ଜାକୁବ ପାରକେ ଆସିର୍ବାଦ୍ କଃଲା। 8 ସଃଡେବଃଳ୍ ପାର ଜାକୁବକେ ହଃଚାର୍ଲା, ତର୍ କଃତି ବଃର୍ସ୍ ଅୟ୍ଲି।
9 ଜାକୁବ ପାରକେ କୟ୍ଲା, ମୁଁୟ୍ ସଏ ତିରିସ୍ ବଃର୍ସ୍ ବାଚ୍ଲେବେ; ମର୍ ବାଚ୍ତାର୍ ବଃର୍ସ୍ ଉଣା ଆଚେ ଆର୍ ବିଦେସେ ଆଚି; ଆର୍ "ଦାଦିବାବୁମଃନାର୍ ବଃୟ୍ସ୍ ହର୍ ଆୟ୍ସ୍ ନୟ୍।" 10 ଇତାର୍ ହଃଚେ ଜାକୁବ ପାରକେ ଆସିର୍ବାଦ୍ ଦଃୟି ତାର୍ ତଃୟ୍ହୁଣି ଜଃଉଁକେ ବାଟ୍ ଦଃର୍ଲା। 11 ସେତାକ୍ ଜସେପ୍ ପାରର୍ କୟ୍ଲା ହଃର୍କାରେ ମିସର୍ ଦେସାର୍ ସଃବ୍କେ ଉଟ୍ୟା ନିକ୍ ଜଃଗାୟ୍, ବଃଲେକ୍, ରାମିସେସ୍ ଦେସେ ଅଃଦିକାର୍ ଦଃୟି ନିଜାର୍ ଉବାସି ଆର୍ ବାୟ୍ସିମଃନ୍କେ ବାସା କଃରାୟ୍ଲା। 12 ଆରେକ୍, ଜସେପ୍ ନିଜାର୍ ଉବାସି ଆର୍ ବାୟ୍ସିମଃନ୍କେ ଆର୍ ସଃବୁ ଉବାସିର୍ ଗଃରାର୍ କୁଟୁମ୍ ହଃର୍କାରେ କାତା କାଦି ଦଃୟି ହସ୍ଲା।