ହାଗାର୍ ଆର୍ ଇସ୍ମାଏଲ୍
1 ଅବ୍ରାମାର୍ ଡକୁର୍ସି ସାରିର୍ ହିଲା ନଃରିଲାୟ୍, ଆରେକ୍, ହାଗାର୍ ନାଉଁଆର୍ ତାର୍ ଗଃଟେକ୍ ମିସରାର୍ ଦାସି ରିଲି। 2 ତଃବେ ସାରି ଅବ୍ରାମକେ କୟ୍ଲି, "ଦଃକ୍, ମାପୁର୍ ମକେ ବାଞ୍ଜି କଃରିଆଚେ; ଇତାର୍ଗିନେ ମୁୟ୍ ଗଃଉଆରି କଃରୁଲେ, ତୁୟ୍ ମର୍ ଇ ଦାସିର୍ ସଃଙ୍ଗ୍ ସଃଉଆବଃସା କଃର୍; କେଜାଣ୍ ମୁୟ୍ ଇତାର୍ ଗିନେ ହଃଅ ହାଉଁ ହାରି।" ତଃବେ ଅବ୍ରାହାମ୍ ସାରିର୍ କଃତାୟ୍ ରାଜି ଅୟ୍ଲା। 3 ଅବ୍ରାହାମ୍ କିଣାନ୍ ଦେସେ ଦଃସ୍ ବଃର୍ସ୍ ବାସା କଃଲା ହଃଚେ ତାର୍ ଡକୁର୍ସି ସାରି ଅଃହ୍ଣାର୍ ମିସରାର୍ ଦାସି ହାଗାର୍କେ ନଃୟ୍ ନିଜାର୍ ଡକ୍ରାସି ଅବ୍ରାମାର୍ ସଃଙ୍ଗ୍ ବିବା କଃରାଇଲି।