13 ସେତାକେ ଇସ୍ୱର୍ ନହକେ କୟ୍ଲା, "ମଃର୍ ଜାଣ୍ତିଏ ସଃବୁ ଜିବ୍ଜଃତୁର୍ ସେସ୍ କାଳ୍ କେଟି ଆଚେ; କାୟିତାକ୍ ବଃଲେକ୍ ସେମଃନାର୍ ଗିନେ ହୁର୍ତିବି କଃରାପ୍ କାମେ ହୁର୍ନ୍ ଅୟି ଆଚେ, ଆରେକ୍ ଜାଣା, ମୁଁୟ୍ ହୁର୍ତିବିକେ ନାସ୍ କଃରିନ୍ଦ୍।" 14 ତୁୟ୍ ଗପର୍ ଗଃଚାର୍ କାଟ୍ ତଃୟ୍ ଗଟେକ୍ ଜାଜ୍ ବଃନାଉ ସେତାର୍ ବିତ୍ରେ ବିନ୍ବିନ୍ ବଃକ୍ରା କଃରି ଆରେକ୍ ସେବିତ୍ରେ ହଃଦାବାଟ୍ ଲାକ୍ ସଃଙ୍ଗ୍ ଲିହା। 15 ସେରି ଇ ରଃକମେ ହାଜ୍ସି ତିନିସଅ ଆତ୍ ଡେଙ୍ଗ୍, ଅଃସାର୍ ପଚାସ୍ ଆତ୍, ଉଚ୍ ତିରିସ୍ ଆତ୍। 16 ଉହ୍ରେ ଗଟ୍ ଆତ୍ ଚାଡି ଜର୍କା ବଃନାଉସି; ଆରେକ୍ ସେତି ଦୁଇ ତାଲା ଆର୍ ତିନି ତାଲା ବଃନାଉସି।
Publicidade
Publicidade