17 ଆରେକ୍ ସେ ଆଦମ୍କେ କୟ୍ଲା,"ଜୁଣ୍ ଗଃଚାର୍ ହଃଳ୍ ନଃକାଉଁକେ ମୁୟ୍ କୟ୍ ରିଲେ, ତୁୟ୍ ତର୍ ଡକୁର୍ଦିର୍ କଃତା ମାନି ସେରି କାୟି ଆଚ୍ସି; ଇତାର୍ ଗିନେ ବୁୟ୍ଁ ସାୟିପ୍ ହାୟ୍ଲି; ତୁୟ୍ ଜିବନ୍ ଜାକ କଃସ୍ଟ୍କଃରି ସେତି ହୁଣି କାଦି ହାଉସି।" 18 ସେତି କାଟା ଗଃଚ୍ମଃନ୍ ଆର୍ ବଃନ୍ ଗଃଚ୍ ଜାତ୍ ଅୟ୍ଦ୍ ଆର୍ ବୁୟାଁର୍ ସାଗ୍ କାସି। 19 "ତୁୟ୍ ଜୁଣ୍ ଦୁଳି ତଃୟ୍ହୁଣି ତିଆର୍ ଅୟ୍ରିଲିସ୍, ସେତି ମିସ୍ତା ହଃତେକ୍ କଃସ୍ଟ କଃରି କାମାୟ୍ କାସି; କାୟିତାକ୍ ବଃଲେକ୍ ତୁୟ୍ ଦୁଳି ଆରେକ୍ ଦୁଳାୟ୍ ମିସିଜାସି।"