1 ପେ ବାଲିଲ ପାକା ୱେଚେ ସେଲାବାନ୍ ଦେଶ୍ନେ ମ୍ନାରେ ଆତ୍ଲା ସିୟୋନ ସେଲାନେ କଣ୍ଡାନିଆ ମୁଇଂ ମେଣ୍ଡା ବେ ।
2 ମୋୟାବନେ ସେଲାଇଂ ଅର୍ଣ୍ଣୋନ ୱେଚାନ୍ସା ଚେସ୍ଟା ଡିଙ୍ଗ୍ ଆର୍ଏ । ସାଇଜ ନ୍ସା ମେଇଂ ମୁଇଂ ଜାଗା ବାନ୍ ବିନ୍ ଜାଗା ୱେଆର୍ଏ । ପ୍ଲିଗ୍ନେ ଉଂଚ୍ୟା ପାକ୍ଚିଚେ ବୁନ୍ଦେ ଲଃକ୍ନେ ଇଡ଼ିଙ୍ଗ୍, ପ୍ଲିଗ୍ ଉଂଣ୍ଡେଇଂ ଆଙ୍କେ ଆନ୍ତେ ୱିର୍କେ ରକମ୍ ମେଇଂ ୱିର୍ ଆର୍ଏ ।
3 ଉପାୟ୍ ବିଲା, ବିଚାର୍ ଡିଙ୍ଗ୍ । ସ୍ମିକେଲା ନାଃସେଙ୍ଗ୍ନେ ଲୁଡ଼୍ୟାଃ ରକମ୍ ମିଡିଗ୍ ରକମ୍ ଆଡିଙ୍ଗ୍ । ଆନ୍ତାର୍ ବକ୍ନେ ରେମୁଆଁଇଂକେ ବୁଃଡିବିଃ । ଅଲେଙ୍ଗ୍ ଡିଙ୍ଗ୍କ୍ନେ ରେମୁଆଁଇଂକେ ଆତେନ୍ ଆବାସଙ୍ଗ୍କେ ନାମ ।
4 ନେ ବେବକ୍ନେ ରେମୁଆଁଇଂକେ ନା ଏତେ ବାସାନ୍ସା ବିଃ । କୁରୁପ୍ନାସ୍ ଆଡିଙ୍ଗ୍ନେ ରେମୁଆଁଇଂନେ ସାମ୍ନେବାନ୍ ନା ମୋୟାବ ଆତ୍ଲା ପୁଣ୍ଡେନେ ମୁଇଂ ଡୁଆ ସୁଗୁଆ ଡିଙ୍ଗ୍; ମେଃଡାଗ୍ଲା ରଗ୍ ବିଃନେ ରେମୁଆଁଇଂ ମେଃଡିଗ୍ ଆୟାଆର୍ ଣ୍ଡୁ । ବିରଦ୍ ଡିଙ୍ଗ୍ନେ ରେମୁଆଁଇଂ ଦେସ୍ବାନ୍ ଲାଗ୍ଡଆର୍ଡିଂକେ ।
5 ଏନ୍ ଇଡ଼ିଙ୍ଗ୍ ଦୟାରେ ମୁଇଂ ତ୍ମି ଇଃସାଙ୍ଗ୍ ପାଙ୍ଗ୍ଏ । ମେଁ ଇଃସାଙ୍ଗ୍ ଦାଉଦ ଡୁଆଣ୍ଡ୍ରେବାନ୍ ଡିଙ୍ଗ୍ଏ । ମେଁ ସତ୍ ଆରି ଦରମ୍ଣ୍ଡ୍ରେ ସାନ୍ତି ରେମୁଆଁ ଡିଙ୍ଗ୍ଏ । ମେଁ ସତ୍ ବିଚାର୍ ଡିଙ୍ଗ୍ଏ ବାରି ଦରମ୍ରେ ସାପା କାମ୍ ସମାନ୍ ଡିଙ୍ଗ୍ଏ ।
6 ନେ ମୋୟାବନେ ଗରବ୍ ବିସଏରେ ଅଁ ନେଲେକେ ଜେ, ମେଁ ଜାବର୍ ଗରବ୍, ମେଁନେ ଆଙ୍କାର୍ ବାରି ମେଁନେ ଗରବ୍ ବାରି ମେଁନେ ରିସା ଡିଙ୍ଗ୍ଚେ ବାସଙ୍ଗ୍ନେ ସାମୁଆଁ ଅଁ ନେଲେକେ । ମେଁନେ ବଡ଼୍ପନ୍ ମେଃଡିଗ୍ ଣ୍ଡୁ ।
7 ଏନ୍ ଆଙ୍କାର୍ ନ୍ସା ସାପା ମୋୟାବ କସ୍ଟ ବଗେଏ । ମୋୟାବନେ ସାପା ରେମୁଆଁ ଅଃଆର୍ଏ । ମେଇଂ ଦୁକ୍ ଡିଙ୍ଗ୍ଆର୍ଏ । ଅଃସେ ମେଇଂନେ ମେଁନେ ଲ୍ଲେକେ ଆତାନ୍ ଆଣ୍ଡେଙ୍ଗ୍ ମେଁ ଇକ୍ଚା ଡିଙ୍ଗ୍ଏ । ମେଇଂ କୀର୍ହେରସତନେ ଅଙ୍ଗୁର୍ ଜୁପାକେ ଇକ୍ଚା ଡିଙ୍ଗ୍ଏ ।
8 ମେଃଡାଗ୍ଲା ହିଷ୍ବୋନ୍ନେ ଲିଜ ସାପା ଆରି ଶିବ୍ମାନେ ଅଙ୍ଗୁର୍ ସ୍ଲାଃ ଲୁଏ ୱେଡିଙ୍ଗ୍କେ । କୁଟୁମ୍ନେ ନେତାଇଂ ସ୍ରିବକ୍ନେ ପାଃଡ଼ୁଇଂ ସାପାକେ ପାକ୍ଚି ଜଗ୍ତ୍ଲାଗ୍ବକେ । ଆତେନ୍ସାପା ଯାସେର୍ ଜାକ ୱେଲା, ଆରି କଣ୍ଡା ଆଡ଼ା ଆଡ଼ା ଆଙ୍କ୍ ଆନ୍ତ୍ ୱେଲା । ମେଁନେ କେନ୍ଦା ସାପା ପିତୁର୍ପାକା ଲମ୍ୱେୱେଗେ, ଆତେନ୍ସାପା ମ୍ନାକେଣ୍ଡିଆ ସୁଗୁଆ ଲମ୍ୱେୱେଗେ ।
9 ଏବେ ନେ ଯାସେର୍ ଅଃନେ ବେଲା ଶିବ୍ମାନେ ଅଙ୍ଗୁର୍ ସ୍ଲାଃ ଆତ୍ଲା ନେଅଃପା, ଅ ହିଷ୍ବୋନ୍, ଅ ଇଲୀୟାଲି ନେ ନାନେ ଡେଃମୁଆଃ ଣ୍ଡିଆଃ ରକମ୍ ଆନାକେ ନେରାଃଲୁବଙ୍ଗ୍ଏ ମେଃଡାଗ୍ଲା ପେନେ ବ୍ଲେ ଲାଏଃନେ ଚୁ ସିତଗ୍ ବକ୍ନେ ଚୁଚୁ ପେ ଆତ୍ଲା ମେଃ ସାର୍ଦା ଡିଙ୍ଗ୍ନେ ଲାଏଃକେ ଆତେନ୍ ଏବେ ଡାୱେଲେଃକେ ।
10 ବାରି, ସାର୍ଦା ଡିଙ୍ଗ୍ନେ ଆରି କତ୍ଲେକ୍ନେ ଲିଜବାନ୍ ସ୍ଲ ୱେଲାଏଃକେ । ଆରି, ଅଙ୍ଗୁର୍ ଲିଜନ୍ନିଆ ସାର୍ ଅସ୍ମାର୍ ଆରି ସାର୍ଦା ଆଡିଙ୍ଗ୍ ଣ୍ଡୁ । ଅଙ୍ଗୁର୍କେ କୁଣ୍ଡ୍ନ୍ୟା ଞ୍ଚ ଏତେ ଲେଚାର୍ଚେ ଜାଣ୍ଡେ ଅଙ୍ଗୁର୍ ରସ୍ ଆତାର୍ ଆୟା ଣ୍ଡୁ, ଡାଗ୍ଲା ନେ ଅଙ୍ଗୁର୍ ରାସିଙ୍ଗ୍ନେ ସାର୍ଦା ଡିଙ୍ଗ୍ନେ ବାନ୍ ସୁଲ ନେଲେକେ ।
11 ତେସା ନେଙ୍ଗ୍ନେ ମନ୍ ମ୍ୱାକ୍ଲିଗ୍ ଇନି ମୋୟାବ ବାରି କୀରହେରସ ନ୍ସା ଟଇଲା ବାଜା ସୁଗୁଆ ନ୍ନାଙ୍ଗ୍ପାଙ୍ଗ୍ଡିଙ୍ଗ୍କେ ।
12 ବାରି, ମୋୟାବ ନିଜେ ପାଙ୍ଗ୍ଚେ ଆରି ଉଚା ଜାଗାନ୍ନିଆ ନିଜ୍କେ ଅଲ୍ସୁଆ ଡିଙ୍ଗ୍ଚେ ପାର୍ତନା ଡିଙ୍ଗ୍ନ୍ସା ଦରମ୍ ଜାଗାନ୍ନିଆ ଗାନେ ବେଲା ମେଁ ମେଃଡିଗ୍ ଲାବ୍ ଆବା ଣ୍ଡୁ ।
13 ପାଙ୍ଗ୍ନେ ଦିନା ସଦାପ୍ରବୁ ଗୁଲୁଏ ତର୍ ମୋୟାବ ବିସଏରେ ଏନ୍ସାପା ବାସଙ୍ଗ୍ବକେ ।
14 ବାରି ଏବେ ଡିଗ୍ ସଦାପ୍ରବୁ ବାସଙ୍ଗ୍ଏ, "ଞ୍ଜି ମୁଆଁ ବିତ୍ରେ ଆତାନ୍ ସାପା ରେମୁଆଁଇଂ ବାରି ମୋୟାବନେ ଗଉରବ୍ ଡିଙ୍ଗ୍କ୍ନେ ଜିନିସ୍ ଆଣ୍ଡେଙ୍ଗ୍ ନସ୍ଟ ଡିଙ୍ଗ୍ ୱେଏ । ବାକି ଲାଏଃକ୍ନେ ରେମୁଆଁ ଜାବର୍ ଗଣ୍ଡା ଡିଙ୍ଗ୍ଏ ଆରି ଆମେଇଂକେ ଆଏଜାଆର୍ ।"