1 ବେଲ୍ ଦେବ୍ତା ବ୍ରିଙ୍ଗ୍ ୱେଗେ, ନବୋ ଲୁୱେ ୱେଗେ; ମେଇଂନେ ମୁର୍ତିଇଂ ଜନ୍ତୁ ଆରି ପସୁଇଂନେ ଆଡ଼ାତ୍ରା ବବ୍ନ; ଆଣ୍ଡିନେ ଜିନିସ୍ଇଂ ପେ ଡୁଙ୍ଗ୍ଚେଃ ପେଅଲେଙ୍ଗ୍କେ, ଆତେନ୍ ଅଜନ୍ ଡିଂଲାଏଃକେ, ହାଲିଆ ଡିଂକ୍ନେ ପସୁ ରକମ୍ ଅଜନ୍ ଡିଂଲାଏଃକେ । 2 ମେଇଂ ବ୍ରିଙ୍ଗ୍ ଡିଙ୍ଗ୍ଲେ ଆର୍କେ, ମେଇଂ ଏକାତର୍କେ ବ୍ରିଙ୍ଗ୍ ଡିଙ୍ଗ୍ ମ୍ୟାଃଆର୍କେ; ମେଇଂ ଅଜନ୍ ରକ୍ୟା ଡିଂ ଆୟାଆର୍କେ ଣ୍ଡୁ, ମାତର୍ ମେମନ୍କେ ବନ୍ଦି ଡିଂୱେଲେଃଆର୍କେ । 3 ଅ ଯାକୁବ ବଂସ, ଅ ଇସ୍ରାଏଲ୍ ବଂସନେ ବାକି ସାପାରେ, ନେନେ ସାମୁଆଁ ଦ୍ରିଗ୍ପା; ପେ ସୁଲୁଏଃ ବିତ୍ରେ ଲାଏଃନେବାନ୍ ନେନେ ନ୍ତି ଆନାକେ ସାଃଲେକେ, ପେ ଗର୍ବେବାନ୍ ଆଃଡୁଙ୍ଗ୍ବ୍ନ; 4 ବାରି, ନେ ପେନେ ଡକ୍ରା ଡୁକ୍ରି ଡିଂ ଜାକ ନେ ନେଲାଏଃକେ ଆରି ଉଗ୍ବଃ ବ୍ଲେ ଜାକ ଆଃ ନେ ପେ ଏଃତେ ନେଲେଏ; ନେ ଆଃରେନେବକେ ଆରି ନେ ନେଡୁଙ୍ଗ୍ଏ ଆରି ଉଦାର୍ ନେଡିଂଏ । 5 ପେ ଆନିଂକେ ଜା ରକମ୍ ଆରି ସମାନ୍ ପେରାଃଡିଂଏ ଆରି ଜା ଏଃତେ ଆନେକେ ତୁଲନା ଡିଙ୍ଗ୍ଲା, ନେ ସମାନ୍ ନେଡିଂଏ ? 6 ମେଇଂ ମୁନାନିଆ ସୁନା କିଗ୍ମ୍ୟାଃଆର୍କେ ଆରି କିଜିଅରିଆ ରୁପା ଅଜନ୍ ଆଃଡିଂମ୍ୟାଃଆର୍କେ, ମେଇଂ ସୁନାରିକେ ଆଜ୍ରି ବିଃମ୍ୟାଃଆର୍କେ ଆରି ମେଁ ମୁଇଂ ଦେବ୍ତା ଆଃରେଏ; ମେଇଂ ମୁଣ୍ଡିଆ ବଗ୍ଚେଃ ପୁଜା ଡିଂମ୍ୟାଃଆର୍କେ । 7 ମେଇଂ ଆମେକେ ଜେବାଅରିଆ ଡୁଙ୍ଗ୍ ରାଙ୍ଗ୍ୱେଆର୍ଏ ଆରି ଆମେକେ ଡୁଙ୍ଗ୍ଚେଃ ମେଁନେ ଜାଗାଅରିଆ ଆମେକେ ବଆର୍ଏ, ତେଲା ମେଁ ତୁଆଁଏ; ମେଁ ନିଜର୍ ଜାଗାବାନ୍ ଆଗୁଚେ ଣ୍ଡୁ; ଆରି, ଜାଡିଗ୍ ଆମେକେ ୱାଲା ଡିଗ୍ ମେଁ ଉତର୍ ବିଃଆୟା ଣ୍ଡୁ, କି ବିପଦ୍ବାନ୍ ରକ୍ୟା ଡିଂଆୟା ଣ୍ଡୁ । 8 ଅ ପାପି ଇଂ ନେଙ୍ଗ୍ ମେଁନେ ଡିଙ୍ଗ୍ମ୍ୱକେ ପେ ଆତେନ୍ ସାମୁଆଁ ମନେ ବପା । ଆରି ରୁଦୟ୍ନିଆ ଚିନ୍ତା ଡିଙ୍ଗ୍ପା । 9 ବାୱିର୍ ସାମୁଆଁ ସାପା ଏତେପା; ମେଃଡାଗ୍ଲା ନେ ଆଃ ପର୍ମେସର୍, ଆରି ଜା ଡିଗ୍ ଣ୍ଡୁ; ନେ ପର୍ମେସର୍, ନେ ରକମ୍ ଜାଡିଗ୍ ଣ୍ଡୁ; 10 ନେ ସାରାସାରି ସାମୁଆଁ ଅଃସେଆଃ ନେବାସଙ୍ଗ୍ଏ, ବାରି ମେଁ ପୁରନ୍ ଡିଂଆଲାଏଃକେ, ଆତେନ୍ ବାୱିର୍ ଜୁଗ୍ବାନ୍ ଆଃମ୍ୟାଃନେଡିଂକେ, ଆରି ବାସଙ୍ଗ୍ନେଡିଂକେ, ନେନେ ଉପାୟ୍ ପୁରନ୍ ଡିଂଏ ଆରି ନେ ନିଜର୍ ସାପା ଇକ୍ଚା ପୁରନ୍ ନେରାଃଡିଂଏ । 11 ନେ ପୁରୁବ୍ ଦିଗ୍ବାନ୍ ହାନାଲ୍ୟା ପିଗ୍କେ ନେୱାଏ, ସ୍ଲ ଦେସ୍ବାନ୍ ନେନେ ଉପାୟ୍ ଡିଙ୍ଗ୍ବକ୍ନେ ରେମୁଆଁକେ ନେୱାଏ; ନେ ବାସଙ୍ଗ୍ନେବକେ, ଆରି ନେ ଆତେନ୍ ପୁରନ୍ ନେରାଃଡିଂଏ; ନେ ବାବେ ନେବକେ, ଆରି ନେ ଆତେନ୍ ପୁରନ୍ ନେରାଃଡିଂଏ । 12 ଅ ଦରମ୍ ସାମୁଆଁବାନ୍ ସ୍ଲ ଡିଂପେଲାଏଃକ୍ନେ ରେମୁଆଁଇଂ ଆରି ଡାଟ୍ ମନ୍ ରେମୁଆଁଇଂ, ନେନେ ସାମୁଆଁ ଦ୍ରିଗ୍ପା । 13 ନେ ନେନେ ଦରମ୍ ସାମୁଆଁ ଡାଗ୍ରା ଡୁଙ୍ଗ୍ପାଙ୍ଗ୍ନେଡିଂକେ, ଆତେନ୍ ସ୍ଲ ଆଡିଂ ଆରି ନେ ଉଦାର୍ ଡିଂନେ ସ୍ଲ ଆଡିଙ୍ଗ୍ ଣ୍ଡୁ; ନେନେ ମହିମାନେ ଇସ୍ରାଏଲ୍ନେ ନ୍ସାଃ ନେ ସିୟୋନଅରିଆ ଉଦାର୍ ନେଡିଂଏ ।
Publicidade
Publicidade