1 କେଲାପା, ସଦାପ୍ରବୁ ମଚ୍ପୁର୍କେ ଦଂସ ଆଡିଙ୍ଗ୍ଚେ ଉଜାଡ଼େବକେ, ଆରି ଆତେନ୍ କେ ପାଃଲେଗ୍ଚେ ଆତ୍ଅରିଆ ବାସାଲେକ୍ନେ ରେମୁଆଁଇଂକେ ଚିନ୍ଚତର୍ ଆଡିଙ୍ଗ୍ବକେ ।
2 ଆତ୍ବା ଡିରକମ୍ ରେମୁଆଁଇଂନେ, ଦେତ୍ରକମ୍ ପୁଜାରିନେ । ଡିରକମ୍ ଚାକର୍ନେ, ଦେତ୍ରକମ୍ ମେଁନେ ସାକାର୍ନେ । ଡିରକମ୍ ଚାକର୍ବୁଏଃନେ, ଦେତ୍ରକମ୍ ମେଁନେ ସାକାର୍ବୁଏଃନେ । ଡିରକମ୍ ବିଆର୍ଣ୍ଡ୍ରେନେ, ଦେତ୍ରକମ୍ ସଣ୍ଡ୍ରେନେ । ଡିରକମ୍ ଇସାବ୍ ଡିଙ୍ଗ୍ଣ୍ଡ୍ରେ, ଦେତ୍ରକମ୍ ଇସାବ୍ ବିଃଣ୍ଡ୍ରେ । ଡିରକମ୍ କଲନ୍ତର୍ ବିଃଣ୍ଡ୍ରେନେ, ଦେତ୍ରକମ୍ କଲନ୍ତର୍ ଗାଗ୍ଣ୍ଡ୍ରେନେ ଆଡ଼ାତ୍ରା ଗଟେଏ ।
3 ମଚ୍ପୁର୍ନିଆ ମେଃଡିଗ୍ ଆଲେକେ ଣ୍ଡୁ ଆରି ପୁରାପୁରି ବାବ୍ରେ ଡଙ୍ଗା ରାଙ୍ଗ୍ଡଆର୍ଏ, ମେଃଡାଗ୍ଲା ସଦାପ୍ରବୁ ଆକେନ୍ ସାମୁଆଁ ବାସଙ୍ଗ୍ଡିଙ୍ଗ୍କେ ।
4 ମଚ୍ପୁର୍ ସୁନ୍ୟ ଡିଙ୍ଗ୍ଏ ବାରି ଦୁକ୍ ଡିଙ୍ଗ୍ଏ । ମେଁ ନ୍ସୁଆର୍ଚେଃ ବାରି ଲୁୱେ ୱେଏ । ମଚ୍ପୁର୍ନେ ଉଚା ରେମୁଆଁଇଂ ନ୍ସୁଆର୍ ୱେଆର୍ଏ ।
5 ମଚ୍ପୁର୍ନ୍ୟା ବାସାଣ୍ଡ୍ରେ ମଚ୍ପୁର୍କେ ଅପବିତ୍ର ଆଃଡିଙ୍ଗ୍ବକେ । ଡାଗ୍ଲା ମେଇଂ ପର୍ମେସର୍ ଆଦେସ୍ଇଂ ଅମାନି ଡିଙ୍ଗ୍ବଆର୍କେ । ମେଇଂ ପର୍ମେସର୍ନେ ବିଦି ବାରି ନିଅମ୍ ପାଲନ୍ ଆଡିଙ୍ଗ୍ ଆର୍କେ ଣ୍ଡୁ । ସାପାଦିନା ଲେକ୍ନେ ନିଅମ୍କେ ଅମାନି ଡିଙ୍ଗ୍ବଆର୍କେ ।
6 ଆତେନ୍ସା ଅବିସାପ୍ ମଚ୍ପୁର୍କେ ନସ୍ଟ ଆଃଡିଂଡିଂକେ ଆରି ଆତ୍ଅରିଆ ବାସାକ୍ନେ ରେମୁଆଁଇଂ ଦସ୍ ଡିଙ୍ଗ୍ବଆର୍କେ, ତେସାଃ ମେଇଂ ବନ୍ଦି ଡିଂଲେଃଆର୍କେ, ଆତାନ୍ ନ୍ସାଃ ପର୍ମେସର୍ ଆମେଇଂକେ ବିନାସ୍ ଆଃଡିଂ ନ୍ସାଃ ପାର୍ମାନ୍ ଡିଙ୍ଗ୍ବକେ । ମେଇଂ ଡଣ୍ଡ୍ ବାଆର୍ଏ ଆରି ଗଣ୍ଡାଃ ରୁଆ ମ୍ୱ୍ର ଲେଃଆର୍କେ ।
7 ତ୍ମି ଅଙ୍ଗୁର୍ରସ୍ ନ୍ସାର୍ ୱେଡିଙ୍ଗ୍କେ, ଅଙ୍ଗୁର୍ ସ୍ଲାଃ ଲୁଏ ୱେଃଡିଙ୍ଗ୍କେ, ସାର୍ଦାରେ ଲାଏଃକ୍ନେ ରେମୁଆଁଇଂ ମ୍ନାଃ ପୁଣ୍ଡା ଆନ୍ତାର୍ ଡିଂଆର୍କେ ।
8 କାଣ୍ଡେଙ୍ଗ୍ନେ ସାର୍ଦା ଆରି ମେଁ ଅରିଆ ଣ୍ଡୁ । ସାର୍ଦାରେ ଲେକ୍ନେ ରେମୁଆଁଇଂନେ ଇଲ୍ଏଁ ଡାୱେଲାଏଃକେ, ଟଇଲା ବାଜାନେ ସାର୍ଦା ଆରି ମେଁ ଅରିଆ ଣ୍ଡୁ ।
9 ରେମୁଆଁଇଂ ଅସ୍ମାର୍ ସାର୍ଚେ ଅଙ୍ଗୁର୍ ରସ୍ ଆଉଗ୍ ଆର୍ ଣ୍ଡୁ । ଅଙ୍ଗୁର୍ ରସ୍ ଉଗ୍ଣ୍ଡ୍ରେନେ ଆତ୍ଲା ଆମେଇଂକେ ଅଙ୍ଗୁର୍ ରସ୍ ମେଙ୍ଗ୍ ଆତ୍ଲା ବ୍ସେ ଲାଗେଏ ।
10 ସାପା ଇନି ଦଂସ ଡିଙ୍ଗ୍ୱେ ଲ୍ଲେକେ । ଜାଣ୍ଡେ ଡିଗ୍ ରେମୁଆଁ ଡିରକମ୍ ଇନି ବିତ୍ରେ ୱେ ଆୟା ଣ୍ଡୁ, ଏନ୍ସା ସାପା ଡୁଆ ବନ୍ଦ୍ ଡିଙ୍ଗ୍ଲେଃକେ ।
11 ରେମୁଆଁଇଂ ଗାଲିନ୍ୟା ଅଙ୍ଗୁର୍ ରସ୍ନ୍ସା କିରମର ଡିଙ୍ଗ୍ଆର୍ଡିଂକେ । ମାତ୍ରମ୍ ସାପା ରକମ୍ନେ ସାର୍ଦା ତାଙ୍ଗ୍କିଗ୍ ଡିଙ୍ଗ୍ୱେଲାଏଃକେ, ଦେଶ୍ନେ ସାଇ ସାର୍ଦା ସାପା ଡା ଡିଙ୍ଗ୍କେ ।
12 ଆତେନ୍ ଇନି ଦଂସ ଡିଙ୍ଗ୍ଚେ ଲଃଲାଏଃକେ ଆରି କାପାଟ୍ ପାକ୍ଚିଚେ ନସ୍ଟ ଡିଙ୍ଗ୍ଲେକେ ।
13 ଡିରକମ୍ ଜୀତ ସ୍ଲାଃକେ ଜୁର୍ନେ ବେଲା ଡିରକମ୍ ଡିଙ୍ଗ୍ଏ ଆରି ଅଙ୍ଗୁର୍ ରାସିଙ୍ଗ୍ନେ ବେଲା ଡିରକମ୍ କି ବାକି ଲେକ୍ନେ ଅଙ୍ଗୁର୍କେ ତୁର୍ ଡିଙ୍ଗ୍ଏ, ଦେତ୍ରକମ୍ ମଚ୍ପୁର୍ନେ ଜାତିଇଂନେ ବିତ୍ରେ ଗଟେଏ ।
14 କିମେଇଂ ସାରସାଗାଃଏ, କିମେଇଂ ସାର୍ଦା ଡିଙ୍ଗ୍ ଆର୍ଏ । ସଦାପ୍ରବୁନେ ମହିମା ସା ମେଇଂ ଲଗ୍ସ୍ନି ଦିଗ୍ବାନ୍ ୱାଃସାର୍ଆର୍ଏ ।
15 ଆତାନ୍ ରେମୁଆଁଇଂ ବାସଙ୍ଗ୍ଏ, "ଅ ପୁର୍ବ ଦେସ୍ନେ ରେମୁଆଁଇଂ, ପେଇଂ ସଦାପ୍ରବୁନେ ପ୍ରସଂସା ଡିଙ୍ଗ୍ପା । ଅଃ ସ୍ଲ ଦେସ୍ନେ ରେମୁଆଁଇଂ, ଇସ୍ରାଏଲନେ ପର୍ମେସର୍ ସଦାପ୍ରବୁନେ ମିନିରେ କେଣ୍ଡିଆଃଅରିଆ ଲେକ୍ନେ କୁପ୍ଲିଇଂନିଆ ୱେଚେ ମେଁନେ ମହିମା ବାସଙ୍ଗ୍ପା ।"
16 ଦାର୍ମିକ୍ ରେମୁଆଁନେ ମହିମା ଆରି ମ୍ନାନେ, ଆକେନ୍ ଅସ୍ମାର୍ ନେ ପୁର୍ତିବିନେ ମୁଇଂ ଜାଗାବାନ୍ ଅଁଣ୍ଡିଂକେ । ମାତର୍ ନେଙ୍ଗ୍ ମ୍ୱାସଙ୍ଗ୍କେ, ନେଙ୍ଗ୍ ନ୍ସୁର୍ଆର୍ ୱେଣ୍ଡିଙ୍ଗ୍କେ, ନେଙ୍ଗ୍ ନ୍ସାର୍ ଣ୍ଡିଙ୍ଗ୍କେ ! ନେଙ୍ଗ୍ ଡଣ୍ଡ୍ ବାନେ ବାଦ୍ୟ ! ବିସ୍ବାସ୍ ଡିଙ୍ଗ୍ଣ୍ଡ୍ରେ ବିସ୍ବାସ୍ରେ ବିସ୍ ବିବଆର୍କେ ଅ ଅଃ, ବିସ୍ବାସ୍ ଡିଙ୍ଗ୍ଣ୍ଡ୍ରେ ବିସ୍ବାସ୍ରେ ବିସ୍ ବିବଆର୍କେ ।
17 ଅ ମଚ୍ପୁର୍ ବାସାକ୍ନେ ରେମୁଆଁଇଂ, ପେ ଆତ୍ଲା ବୁଟମେଗ୍ନେ କୁରୁ ବାରି ପାନ୍ଦ୍ ଆର୍ମେ ବ ଆର୍କେ ।
18 ଆରି ଦେକ୍ ରକମ୍ ଗଟେଏ, ଉଡ଼ିବେଲା ରେମୁଆଁଇଂ ବୁଟନେ ସବଦ୍ ଅଁଆର୍ଏ ବାରି ଲାଗ୍ଡ ଆର୍ଏ, ମେଇଂ ଆତାନ୍ ବେଲା କୁରୁନ୍ୟା ଲଃଆର୍ଏ । ମେଇଂନେ ବିତ୍ରେ ଉଡ଼ିରୁଆ କୁରୁବାନ୍ ତଡ଼୍ୟାଚେ ଆଡ଼ାତ୍ରା ପାଙ୍ଗ୍ଲା ପାନ୍ଦ୍ନ୍ୟା ଲଃଆର୍ଏ । ଡାଗ୍ଲା ଆଡ଼ାତ୍ରାନେ ଜର୍କା ସାପା ମେଲା ଡିଙ୍ଗ୍ଲେଃକେ ବାରି ମଚ୍ପୁର୍ନେ ମୁଲ୍ ପାଣ୍ଡୁସନ୍ ଜୁର୍ ଡିଙ୍ଗ୍କେ ।
19 ମଚ୍ପୁର୍ ପୁରାପୁରି ବାବ୍ରେ ଗନ୍ଦାଗନ୍ଦା ଡିଙ୍ଗ୍ୱେଡିଂକେ, ମଚ୍ପୁର୍ ପୁରାପୁରି ବାବ୍ରେ ତର୍ଲେ ୱେଲାଏଃକେ, ମଚ୍ପୁର୍ ପୁରାପୁରି ବାବ୍ରେ ତେରେପେତେ ଡିଙ୍ଗ୍ୱେଲେଃକେ ।
20 ମଚ୍ପୁର୍ ବୁସାଃରେ ରକମ୍ ୱେଏ ବାରି କୁଡ଼ିଆ ଡୁଆ ରକମ୍ ଆଙ୍କ୍ଆନ୍ତ୍ ୱେଏ । ବାରି ମେଁନେ ପାପ୍ ମେଁନେ ଆଡ଼ାତ୍ରା ଗଟେଏ, ଆତ୍ବା ମେଁ ଲଃଏ, ବାରି ଆତଡ଼୍ୟା ଣ୍ଡୁ ।
21 ବାରି, ଆତାନ୍ ଦିନ୍ ସଦାପ୍ରବୁ ଆଡ଼ାତ୍ରା ଲେଃକ୍ନେ ରେମୁଆଁଇଂନେ ସନ୍ୟ ଦଲ୍କେ ଆଡ଼ାତ୍ରା ଆରି ମଚ୍ପୁର୍ନିଆ ଲାଏଃକ୍ନେ ଇଃସାଙ୍ଗ୍କେ ଡଣ୍ଡ୍ ବିଃଏ ।
22 ବନ୍ଦି ରେମୁଆଁଇଂ କୁଇଁସାଲ୍ନ୍ୟା ମୁଇଂଡାଗ୍ରା ଡିଙ୍ଗ୍କେ ରକମ୍ ମେଇଂ ମୁଇଂଡାଗ୍ରା ଡିଙ୍ଗ୍ଆର୍ଏ । ମେଇଂନେ ବିତ୍ରେ ଉଡ଼ିରୁଆ ଜେଲ୍ ଡୁଆବାନ୍ ଗାଗ୍ଆର୍ଏ । ଗୁଲୁଏ ଦିନ୍ ଇଡ଼ିଙ୍ଗ୍ ଆମେଇଂକେ ଆନ୍ତାର୍ ବିଃଆର୍ଏ ।
23 ଆତାନ୍ ବେଲା ଆର୍କେ ତାରାସ୍ ଆବି ଣ୍ଡୁ କି ସ୍ନି ଆନ୍ନାଃସେଙ୍ଗ୍ ଣ୍ଡୁ ମେଃଡାଗ୍ଲା ସନ୍ୟାଦିପତି ମାପ୍ରୁ ସିୟୋନ କଣ୍ଡାନିଆ ଆରି ଯିରୂଶାଲମନିଆ ଆରି ମେଁନେ ମ୍ନାରେଇଂନେ ସାମ୍ନାରେ ମ୍ନା ମହିମାରେ ସାସନ୍ ଡିଙ୍ଗ୍ଏ ।