1 ବାବିଲ୍ ଆଡ଼ାତ୍ରା ପର୍ମେସର୍ନେ ସାମୁଆଁ ମ୍ନା କେଣ୍ଡିଆନେ ମରୁବୁମିନେ ବିସଏରେ ବାବବାନି । ଆତାନ୍ ଦକିନ୍ ଦିଗ୍ବାନ୍ ମୁଇଂ ବୟଙ୍କାର୍ ୱେଡ଼୍ୟାଃଗୁର୍ୟାଃ ରକମ୍ କଣ୍ଡାବାନ୍ ମୁଇଂ ବୟାଙ୍କାର୍ ଦେସ୍ବାନ୍ ପାଙ୍ଗ୍ଡିଙ୍ଗ୍କେ ।
2 ନେଙ୍ଗ୍ କେଣ୍ଡିଙ୍ଗ୍ ମୁଇଂ ବୟାଙ୍କାର୍ ଦୁକ୍ ରକମ୍ନେ ଗଟ୍ନା ଗଟେଏ । ବିସ୍ବାସ୍ ଡିଙ୍ଗ୍ଣ୍ଡ୍ରେ ପେଇଂନେ ଆଡ଼ାତ୍ରା ବିସାସ୍ଗାତ୍ ଡିଙ୍ଗ୍ଡିଂକେ ବାରି ଡଙ୍ଗାରେ ଡଙ୍ଗା ଡିଂକେ । ଅ ଏଲମ୍ ୱେଲା ଜୁଦ୍ ଡିଙ୍ଗ୍ । ଅ ମାଦୀୟ, ନାଁ ସନ୍ୟଇଂନେ ବାନ୍ ଇନିକେ ଅଦିକାର୍ ଡିଙ୍ଗ୍ପା ବାରି ଜିତେପା । ନେଙ୍ଗ୍ ଆତାନ୍ ଇନିବାନ୍ ଦୁକ୍ ବାରି ୱାସାର୍ନେ ସ୍ଲ ଆଡିଙ୍ଗ୍ ମ୍ୱକେ ।
3 ଆତାନ୍ ବୟାଙ୍କାର୍ କସ୍ଟ କେଚେ ନେଙ୍ଗ୍ନେ ନ୍ସା ଦୁକାସୁକା ଡିଙ୍ଗ୍କେ । ଆତାନ୍ ଦୁକା ଣ୍ଡିଆକୁମାନେ ସେଲାମ୍ବୁଏଃ ଇଂନେ ଦୁକାସୁକା ରକମ୍ ଆନେଙ୍ଗ୍ କସ୍ଟ ବିଃଡିଂକେ । ନେଙ୍ଗ୍ ଆତାନ୍ ସାପା ଅଁଚେ ବୁଟମେଗ୍ ଡିଙ୍ଗ୍ୱେ ନ୍ଲେକେ । ନେଙ୍ଗ୍ ଅଃକେନ୍ ବୁଟମେଗ୍ ନ୍ଲେକେ ଜେ ବୁଟଚେ ଜୁର୍ ଣ୍ଡିଙ୍ଗ୍କେ ।
4 ନେଙ୍ଗ୍ନେ ମନ୍ ଜୁର୍ଡିଙ୍ଗ୍କେ, ମ୍ନାଃ ମ୍ନାଃ ଦୁକ୍ ଆନେଙ୍ଗ୍ ବେସି ବୁଟ ଆଡିଙ୍ଗ୍କେ । ଆଣ୍ଡିନେ ନେଙ୍ଗ୍ ସାପାଦିନା ବୁଟନେ କାରନ୍ ଡିଙ୍ଗ୍ଲେଃକେ ।
5 ମେଇଂ ଟେବୁଲ୍ ଆଃସଜେଆର୍ଏ, ମେଇଂ ଉର୍ଣ୍ଡ୍ରେକେ ସ୍ରିଆର୍ଏ, ମେଇଂ ଚଙ୍ଗ୍ଉଗ୍ଆର୍ଏ । ଅ ମ୍ନାଃ ରେମୁଆଁଇଂ, ତଡ଼୍ୟାପା, ଜୁଜ୍ ଡିଂନେ ବେଲା ଗ୍ରି ପାଟାକେ ପବିତ୍ର ଆଃଡିଙ୍ଗ୍ଚେଃ ତିଆର୍ ଡିଙ୍ଗ୍ପା ।
6 ନେଙ୍ଗ୍ନେ ମାପ୍ରୁ ଆନେଙ୍ଗ୍ ବାସଙ୍ଗ୍କେ, "ୱେଲା ମୁଇଂଜା ଉର୍ଣ୍ଡ୍ରେକେ ସ୍ରି । ମେଁ ମେଁନି କେଏ ଆତାନ୍ ବାସଙ୍ଗ୍ବିଃଏ ।
7 ମେଁ ଉଡ଼ିବେଲା ମ୍ୱାର୍ ଦଲ୍ ଗଡ଼ାଅରିଆନେ ସନ୍ୟ କେଏ ମୁଇଂ ଦଲ୍ ଗଦଅରିଆନେ ସନ୍ୟ କେଏ ଣ୍ଡୁଲା ମୁଇଂ ଦଲ୍ ଉଁଟ୍ଅରିଆନେ ସୈନ୍ୟ କେଏ, ଆତାନ୍ ବେଲା ଆତାନ୍ ଉର୍ଣ୍ଡ୍ରେ ମନ୍ଦ୍ୟାନ୍ ବିଃଚେ ଜାବର୍ ଜାଗ୍ରତ୍ରେ ଦ୍ରିଗ୍ଏ ।"
8 ଏହେନେ ଇଡ଼ିଙ୍ଗ୍ ମେଃସୁଆ, ଆତାନ୍ ଜାଗୁଆଲ୍ ସିଂଅଁ ରକମ୍ ୱାସାର୍ଚେ ବାସଙ୍ଗ୍କେ, "ଅ ନେଙ୍ଗ୍ନେ ମାପ୍ରୁ, କାଲାଆଃ ଦିନ୍ ବେଲା ନେଙ୍ଗ୍ ସାପାଦିନା ଉର୍ନେ ଇଃସାଙ୍ଗ୍ ଡୁଆନିଆ ତୁଆଁଚେ ଉର୍ ନ୍ଲେଃଏ, ବାରି କାଲାଆଃ ମିଡିଗ୍ ବ ନେଙ୍ଗ୍ ନିଜର୍ ଉର୍ନେ ଜାଗାନ୍ୟା ତରକ୍ ଡିଙ୍ଗ୍ଚେ ଉର୍ ନ୍ଲେଏ ।
9 ବାରି କେଲା, ଆକ୍କେ ମୁଇଂ ଦଲ୍ ରେମୁଆଁ ବାରି ଗଡ଼ାନ୍ୟା ସନ୍ୟ ପାଙ୍ଗ୍ଆର୍ଙ୍କେ ।" ଏନ୍ ଇଡ଼ିଙ୍ଗ୍ ମୁଇଂ ଦୁତ୍ ବାସଙ୍ଗ୍କେ, "ବାବିଲ୍ ଆରେ ୱେଲେଃକେ ବାରି ବାବିଲ୍ ଦଂସ ଡିଙ୍ଗ୍ ୱେଲେଃକେ । ମେଁନେ ମୁର୍ତି ଆଣ୍ଡେଙ୍ଗ୍ ପାକ୍ଚିଚେ ତୁବଃନ୍ୟା ମିସୁଃ ୱେଲାଏଃକେ ।"
10 "ଅ ନେଙ୍ଗ୍ନେ ଇସ୍ରାଏଲ୍ନେ ରେମୁଆଁଇଂ କିଆଉଁଆଃ ଲାଏଃକ୍ନେ ଡୁଆନିଆ ରାଃସିଙ୍ଗ୍ନେ ରେମୁଆଁ ରକମ୍ ଡିଙ୍ଗ୍ପେଲେ, ନେଙ୍ଗ୍ ଇସ୍ରାଏଲ ପର୍ମେସର୍ ସାପାବାନ୍ ବପୁ ମାପ୍ରୁ ବାନ୍ ମେଁନି ସାପା ଅଁ ନ୍ଲାଏଃକେ, ଆତାନ୍ ଆପେକେ ନ୍ନାଃମ୍ୟାଃକେ ।"
11 ଦୁମା ବିସଏରେ ବବିସତ୍ ସାମୁଆଁ । ମୁଇଂଜା ସେୟୀରବାନ୍ ଆନେଙ୍ଗ୍ ୱାଚେ ବାସଙ୍ଗ୍କେ, "ଅ ଜାଗୁଆଲି, ଉଃଡ଼ି ମିଡିଗ୍ ଡିଙ୍ଗ୍ଗେ ? ଅ ଜାଗୁଆଲ୍, ଉଡ଼ି ମିଡିଗ୍ ଡିଙ୍ଗ୍ଗେ ?"
12 ଜାଗୁଆଲି ବାସଙ୍ଗ୍କେ, "ତାରାଃ ଡିଂକେ, ମାତର୍ ଏନ୍ ଇଡ଼ିଙ୍ଗ୍ ମିଡିଗ୍ ପାଙ୍ଗ୍ଏ । ଜଦି ପେଇଂ ମେଃଡିଗ୍ ସାଲିଆକୁନେ ଲ୍ଲେକେ । ତେଲା ପେଇଂ ଆଣ୍ଡେ ପାଙ୍ଗ୍ଲାପା ବାରି ସାଲିଆକୁପା ।"
13 ଆରବ ବିସଏରେ ବବିସତ୍ ସାମୁଆଁ । ଅ ଦଦାନୀୟନେ ଅଲେଙ୍ଗ୍ ଅଲେଙ୍ଗ୍ ୱେଣ୍ଡ୍ରେ ଆରବ ବାଲିଲଃନେ କଣ୍ଡା ବିତ୍ରେ ମୁଇଂ ମିଡିଗ୍ ଲେଃଆର୍ଗେ ।
14 ମେଇଂ ଉଡ଼ିରୁଆ ଉଗ୍ଡ୍ୟାଡକ୍ନେ ରେମୁଆଁଇଂକେ ଣ୍ଡିଆ ବିଃଆର୍କେ । ତେମା ଦେସ୍ଣ୍ଡ୍ରେ ଉଡ଼ିରୁଆ ବୁଡ଼ିଚେ ଲାଗ୍ଡଣ୍ଡ୍ରେକେ କାଦି ବିଃକେ ।
15 ଡାଗ୍ଲା ମେଇଂ କାଣ୍ଡାବାନ୍, ଡିଗ୍ଲାଏଃକ୍ନେ କାଣ୍ଡାବାନ୍ ଆରି ଆୟାଁ ରାବକ୍ନେ ବାନ୍ ଆରି କସ୍ଟନେ ଯୁଦ୍ ବାନ୍ ରକ୍ୟା ବାନ୍ସା ଲାଗ୍ଡ ଆର୍କେ ।
16 ନେଙ୍ଗ୍ନେ ମାପ୍ରୁ ସଦାପ୍ରବୁ ଆନେଙ୍ଗ୍ ଆତାନ୍ ଆଣ୍ଡେଙ୍ଗ୍କେ ଗଟେଏ ଡାଗ୍ଚେ ବାସଙ୍ଗ୍କେ । "ମୁଇଂ ମୁଆଁ ଆତ୍ଲା ସ୍ଲେନେ ଇସାବ୍ରେ କେଦାରନେ ସାପା ମଇମା ନସ୍ଟ ଡିଙ୍ଗ୍ଏ ।
17 ଆତାନ୍ ବେଲା କେଦାରନେ ବିରବାରଇଂନେ ବାନ୍ ଗଣ୍ଡା ଉଡ଼ିରୁଆ ଆଁୟାଃ ସାଃଣ୍ଡ୍ରେ ରକ୍ୟା ବାଆର୍ଏ ।" ଡାଗ୍ଲା ସଦାପ୍ରବୁ ଇସ୍ରାଏଲ୍ନେ ପର୍ମେସର୍ ଏନ୍ ବାସଙ୍ଗ୍ ବକେ ।