1 କେଲାପା, ନେଙ୍ଗ୍ ଆପେକେ ବାସଙ୍ଗ୍ ଣ୍ଡିଙ୍ଗ୍ । ମାପ୍ରୁ ସାପାଟୁ ବପୁକ୍ନେ ମାପ୍ରୁ ଯିହୁଦା ବାରି ଯିରୂଶାଲମ ଜା ଆଡ଼ାତ୍ରା ଆସା ଡିଙ୍ଗ୍ମ୍ୟାଃଆର୍କେ, ଆତାନ୍ ସାପା ଜିନିସ୍ ଜଗ୍ରାଙ୍ଗ୍ଡଏ । ପର୍ମେସର୍ ସାପା କାଦି ଆରି ଣ୍ଡିଆ ସ୍ଲ ରାଙ୍ଗ୍ଡଏ ।
2 ପର୍ମେସର୍ ସାପା ବିରକେ ବାରି ସନ୍ୟକେ, ବିଚାର୍ ଡିଂଣ୍ଡ୍ରେନେ ବାରି ବବିସତ୍ ବକ୍ତାକେ ମନ୍ତର୍ ଡିଙ୍ଗ୍ନେ ରେମୁଆଁକେ ଆରି ମ୍ନାରେଇଂକେ ଆଃସ୍ଲ ବିଃଏ ।
3 ପର୍ମେସର୍ ପଚାସ୍ଟା ସେନାଇଂନେ ସେନାପତିକେ ବାରି ମ୍ନାରେକେ, ମନ୍ତ୍ରୀକେ ବାରି ସାପା ତିଆର୍ ଡିଙ୍ଗ୍ନେ ମ୍ୟାଃଲାଏଃକ୍ନେ ବାଡ଼େଇ ବାରି ଜଗ୍ କେନେ ବିରବାରଇଂକେ ଆଃସ୍ଲ ବିଃଏ ।
4 ବାରି ନେ ଗଡ଼େଇଂକେ ମେଇଂନେ ମ୍ନାଃ ରେମୁଆଁ ନେରାଃଡିଙ୍ଗ୍ଏ ଆରି ଉଂଡେଇଂ ମେଇଂନେ ଆଡ଼ାତ୍ରା ସାସନ୍ ଡିଙ୍ଗ୍ଆର୍ଏ ।
5 ବାରି, ରେମୁଆଁଇଂ ମୁଇଂଜା ବାରି ମୁଇଂଜା ବାନ୍ ଆରି ସାପାରେ ମେଙ୍ଗ୍ନେ ସାଇପଡ଼ିସା ରେମୁଆଁ ଏଃତେ ଦୁକ୍ ଡିଙ୍ଗ୍ଆର୍ଏ । ଗଡ଼େଅ ମ୍ନାଃରେଇଂନେ ବିରୁଦ୍ରେ ଆରି ମୁର୍କ ରେମୁଆଁ ବପୁଲେଃକ୍ନେ ରେମୁଆଁ ବିରୁଦ୍ରେ ଗର୍ବ ଆଡିଙ୍ଗ୍ ଣ୍ଡୁ ।
6 ଆତାନ୍ ବେଲା ଜାଣ୍ଡେ ମୁଇଂ ରେମୁଆଁ ନିଜର୍ ପରିବାର୍ ବିତ୍ରେ ମୁଇଂଜାକେ ସାଃଚେ ବାସଙ୍ଗ୍ଏ, "ଅ ବୟାଁ, ନାଁନେ ସକା ଲ୍ଲେକେ, ତେସା ନାଁ ନେନେ ସାସନ୍କର୍ତା ଡିଙ୍ଗ୍ । ନାଁ ଏନ୍ ଚିନ୍ବିନ୍ ଡିଙ୍ଗ୍ଲାଏକ୍ନେ ରାଜିକେ ନାନେ ନ୍ତିନିଆ ଡୁଙ୍ଗ୍ୱେଲା ।"
7 ମାତ୍ରମ୍ ଆତାନ୍ ବୟାଁ ୱାସାର୍ଚେ ବାସଙ୍ଗ୍ଏ, "ନେଙ୍ଗ୍ ଆପେକେ ସାଇଜ ଡିଙ୍ଗ୍ ନାୟା ଣ୍ଡୁ । ନେଙ୍ଗ୍ନେ ଡୁଆ ଜାବର୍ କାଦି ବାରି ପାଟାଇ ଣ୍ଡୁ । ପେ ଆନେଙ୍ଗ୍କେ ରେମୁଆଁଇଂନେ ସାସନ୍କର୍ତା ଆରାଃଡିଙ୍ଗ୍ଗ୍ପା ।"
8 ମେଃଡାଗ୍ଲା ଯିରୂଶାଲମ ନସ୍ଟ ଆରି ଯିହୁଦା ଚିନ୍ଚତର୍ ଡିଙ୍ଗ୍ଲେକେ । ମେଃଡାଗ୍ଲା ସଦାପ୍ରବୁନେ ତାରାସ୍ ଲେକ୍ନେ ମ୍ମୁଆଃକେ ରିସା ଆଃଡିଙ୍ଗ୍ସା ମେଙ୍ଗ୍ନେ ନ୍ଲିୟା ଆରି ସ୍ଲେ ମେଙ୍ଗ୍ନେ ବିରଦ୍ରେ ଡିଙ୍ଗ୍ଲେକେ ।
9 ମେଇଂନେ ତୁମୁଆଃବାନ୍ ବାସଙ୍ଗ୍ନେ ସାମୁଆଁ ମେଙ୍ଗ୍ନେ ସାମ୍ନାରେ ସାକି ବିଏ । ବାରି, ମେଇଂ ସଦୋମନେ ନିଆୟ୍ ମେଙ୍ଗ୍ନେ ପାପ୍ କୁଲାକୁଲି ବାବ୍ରେ ବାସଙ୍ଗ୍ଚେ ବୁଃଡ଼ିଚେଃ ଆବଆର୍ ଣ୍ଡୁ । ଆୟ ! ମେଙ୍ଗ୍ନେ ଜିବନ୍ ଦଣ୍ଡ୍ ବାଏ । ମେଃଡାଗ୍ଲା ମେଇଂ ମେଙ୍ଗ୍ନେ କରାପ୍କାମ୍ ମେଇଂ ନିଜେ ଡିଙ୍ଗ୍ବଆର୍କେ ।
10 ପେଇଂ ଦରମ୍ ରେମୁଆଁନେ ବିସଏରେ ବାସଙ୍ଗ୍ପେମ୍ୟାଃକେ ଜେ, ମେଁନେ ମଙ୍ଗଲ୍ ଡିଙ୍ଗ୍ଏ । ମେଃଡାଗ୍ଲା ମେଇଂ ନିଜର୍ ନିଜର୍ନେ କରାପ୍ କାମ୍ନେ ଚୁ ଉଙ୍ଗ୍ଆର୍ଏ ।
11 ଦୁସ୍ଟ ରେମୁଆଁ ଡଣ୍ଡ୍ ବାଆର୍ଏ । ମେଁନେ ଅମଙ୍ଗଲ ଗଟେଏ, ଡାଗ୍ଲା ମେଁ ଡିଙ୍ଗ୍କ୍ନେ କରାପ୍ କାମ୍ ନ୍ସା ଆମେକେ ଡଣ୍ଡ୍ ବିଃଆର୍ଏ ।
12 ଗଡ଼େଇଂ ନେଙ୍ଗ୍ନେ ରେମୁଆଁଇଂକେ କେଲା, କରାପ୍ ବେବଆର୍ ଡିଙ୍ଗ୍ଆର୍ଏ ବାରି ସେଲାମ୍ବୁଏଃ ଇଂ ନେଙ୍ଗ୍ନେ ରେମୁଆଁଇଂକେ ସାସନ୍ ଡିଙ୍ଗ୍ଆର୍ଏ । ଅ ନେଙ୍ଗ୍ନେ ରେମୁଆଁଇଂ ପେଇଂନେ ଗାଲି ଆଃସୁଏଃଣ୍ଡ୍ରେ ଆପେକେ ବିନ୍ଗାଲି ୱେନ୍ସା ଆଃସୁଏଃ ବିଃଏ ଆରି ନା ଅଲେଙ୍ଗ୍ନେ ଗାଲି ନସ୍ଟ ଆଃଡିଙ୍ଗ୍ବିଃଏ ।
13 ସଦାପ୍ରବୁ ରେମୁଆଁଇଂନେ ବିଚାର୍ ଡିଙ୍ଗ୍ସା ତୁଆଁ ଲ୍ଲେକେ । କୁଟୁମ୍ନେ ରେମୁଆଁଇଂନେ ନିଆୟ୍ ଡିଙ୍ଗ୍ ନ୍ସା ତୁଆଁ ଲ୍ଲେକେ ।
14 ସଦାପ୍ରବୁ ମେଁନେ ରେମୁଆଁଇଂକେ ଆରି ମ୍ନାରେକେ ବାରି ନେତାଇଂ ଏତେ ବିଚାର୍ ଡିଙ୍ଗ୍ନେ ଅରିଆ ପାଙ୍ଗ୍ଏ । "ପେ ଆଃ ଅଙ୍ଗୁର୍ ଲିଜକେ ଡୁଙ୍ଗ୍ଡ ପେବକେ । ଗରିବ୍ ରେମୁଆଁଇଂନେ ଦନ୍କେ ଡଙ୍ଗା ପେବକେ ବାରି ଆତାନ୍ ଦନ୍ ଏବେ ଡିଗ୍ ପେଇଂନେ ଡୁଆ ଲ୍ଲେକେ ।
15 ପେଇଂ ଜାଣ୍ଡେନେ ଅଦିକାର୍ରେ ନେଙ୍ଗ୍ନେ ରେମୁଆଁଇଂକେ ଅତ୍ୟାଚାର୍ ପେଡିଙ୍ଗ୍କେ ? ଜାଣ୍ଡେନେ ଅଦିକାର୍ରେ ଗରିବ୍ଇଂନେ ତୁମୁଆଃକେ ରେତେଚେ ମୁନ୍ଦା ଆଃଡିଙ୍ଗ୍ପେବିଃକେ ?" ନେଙ୍ଗ୍ନେ ମାପ୍ରୁ, ସର୍ବସକ୍ତିମାନ୍ ସଦାପ୍ରବୁ ଏନ୍ସାପା ବାସଙ୍ଗ୍ବକେ ।
16 ସଦାପ୍ରବୁ ବାସଙ୍ଗ୍ଡିଙ୍ଗ୍କେ, "ସିୟୋନନେ ସେଲାମ୍ବୁଏଃଇଂ ଜାବର୍ ଆଙ୍କାର୍ ଡିଙ୍ଗ୍ଆର୍ଡିଂକେ । ମେଇଂନେ ବାଃଆ ଟେକେଚେ ଆରି ମୁଆଁ ଆଙ୍କ୍ ଆନ୍ତ୍ ଆଃଡିଙ୍ଗ୍ଚେ ଅଲେଙ୍ଗ୍ମ୍ୟାଃଆର୍କେ, ଅଲେଙ୍ଗ୍ନେ ବେଲା ମେଙ୍ଗ୍ନେ ସବାକ୍ନେ ଞ୍ଚକେ ଆରି ଞ୍ଚନେ ପାଞ୍ଜୁଲ୍କେ ଜୁଲୁର୍ ଜୁଲୁର୍ ସବଦ୍ ଆଡିଙ୍ଗ୍ମ୍ୟାଃକେ ।"
17 ତେସା ମାପ୍ରୁ ସିୟୋନନେ ସେଲାମ୍ବୁଏଃଇଂକେ ବାଃଆନ୍ୟା ଇରିଃ ଆଡିଙ୍ଗ୍ଏ । ସଦାପ୍ରବୁ ଆତାନ୍ ସେଲାମ୍ବୁଏଃଇଂନେ ବାଆଃକେ କୁଆର୍ଚେ ଆନ୍ତାର୍ବିଏ ।
18 ଆତାନ୍ ବେଲା, ମାପ୍ରୁ ଆତାନ୍ ସେଲାମ୍ବୁଏଃଇଂ ଗରବ୍ ଡିଙ୍ଗ୍କ୍ନେ ଜିନିସ୍ ଆଣ୍ଡେଙ୍ଗ୍ ମେଇଂବାନ୍ ଜଗ୍ରାଙ୍ଗ୍ଡଏ । ମେଁ ମେଇଂନେ ନ୍ତିନିଆ ତାଙ୍ଗ୍ନେ କାଙ୍ଗଲା ବାରି ବାଆଃନିଆ ସଃନେ ଚିପ୍ନାଇଂ ଆରି ଲୁଗଃନିଆ ତଗଃନେ ମାଲା ।
19 ଚ୍ନଗ୍ଲୁଗ୍ନେ, ଗାଜୁଲ୍, ଅଡ଼ନି
20 ବାଆଃନେ ମୁକୁଟ୍, ଞ୍ଚନେ ଜୁମ୍କା, ନ୍ସାଃନେ ବେଲ୍ଟୁ, ବାସ୍ନା ବିନେ ଦିପ୍ସରା, ନ୍ତିନିଆ ତାଙ୍ଗ୍ନେ ବିଦ୍ ।
21 ମୁଦି, ଚ୍ନଗ୍ମୁ ।
22 ପାଣ୍ଡୁଏଃ କାଲା ସଃନେ ପାଟାଇ, ସକା ଆଡ଼ାତ୍ରା ସନେ ଜାକେଟ୍, ସାଲ୍ ବାରି ବେସ୍ନିମୁନା;
23 ଦାର୍ପନ୍ ବାରି ତୁଲୁଏକ୍ନେ ପାଟାଇ ବାରି ବାଆଃନିଆ ସଃନେ ସାଜ ବାରି ଅଡ଼ନି ତଃବିଏ ।
24 ଆତ୍ଡାଗ୍ରା ବାସ୍ନା ଜିନିସ୍ ବାଦୁଲ୍ରେ ମଃନେ ଲିସେ, ନ୍ସାଃ ଗାଗ୍ନେ ବେଲ୍ଟୁ ବାଦୁଲ୍ରେ ଗେହେଃ, ସୁନ୍ଦର୍ ଉଗ୍ବ ବାଦୁଲ୍ରେ ଉଗ୍ବ ବାଆଃନିଆ ଆଲେ ଣ୍ଡୁ ବାରି ସକା ଆଡ଼ାତ୍ରା ଜାକେଟ୍ ସଃନେ ପାଟାଇ ବାଦୁଲ୍ରେ ଡାଆଁ ପାଟେଇ ସଃଆର୍ଏ । ସୁନ୍ଦର୍ ବାଦୁଲ୍ରେ ପଟ୍କା ତାର୍ଚେ ଇରିଃଏ ।
25 ପେନେ ଙ୍ଗିର୍ବଏଃଇଂ କାଣ୍ଡା ଏଃତେ ବାରି ଙ୍ଗିରେଇଂ ଜୁଦ୍ନ୍ୟା ଗୁଏଃଆର୍ଏ ।
26 ସିୟୋନ ଇନିନେ ବାଜାର୍ ସାପା ଦୁକ୍, ଆରି ଗ୍ରି ବଗ୍ ବଗ୍ଚେ ଅଃଆର୍ଏ ବାରି ମେଁ ମୁଇଂଜା ଡିଙ୍ଗ୍ଚେ ତୁବନ୍ୟା କଏ ।