1 ଅ ସଦାପ୍ରବୁ, ନାଁ ନେଙ୍ଗ୍ନେ ପର୍ମେସର୍ । ନେଙ୍ଗ୍ ନାନେ ଗୌରବ୍ ଣ୍ଡିଙ୍ଗ୍ଏ ବାରି ନାଁ ମ୍ନିରେ ପ୍ରସଂସା ଣ୍ଡିଙ୍ଗ୍ଏ । ଡାଗ୍ଲା ନାଁ ସାପା ଇରିୟାତୁଗ୍ କାମ୍ ପୁରନ୍ ଆଃଡିଙ୍ଗ୍ନାବକେ । ନାଁ ଅଃସେ କାଲେ ମେଃନେ ବାସଙ୍ଗ୍ନାବକେ, ଆତାନ୍ ସାପା ସତ୍ ଡିଙ୍ଗ୍ଲାଏଃକେ । ନାଁ ମେଃନେ ସାପା ବାସଙ୍ଗ୍ନାବକେ, ଆତାନ୍ଆ ଗଟେଲେଃକେ ।
2 ମେଃଡାଗ୍ଲା ନା ଇନିକେ କତ୍ଗାଦି ରକମ୍ ଆଃଡିଙ୍ଗ୍ନାବକେ, ତୁରାଃ ପିତୁର୍ ଗେରେବକ୍ନେ ଇନିକେ ନାସ୍ ଆଃଡିଙ୍ଗ୍ନାବକେ । ବିଦେସି ରେମୁଆଁନେ ରାଜା ଡୁଆ ନାସ୍ ଆଃଡିଙ୍ଗ୍ପେବକେ । ଆତେନ୍ ଆରି ଅଃନା ତିଆର୍ ଆଡିଙ୍ଗ୍ ଣ୍ଡୁ ।
3 ଏହେନ୍ସା ବପୁଲେଃକ୍ନେ ରେମୁଆଁଇଂ ପେନେ ମହିମା ଡିଙ୍ଗ୍ଆର୍ଏ ବାରି ବୟାଙ୍କାର୍ ଜାତିଇଂନେ ଇନି ଆପେକେ ବୁଟଆର୍ଏ ।
4 ଡାଗ୍ଲା ନା ଗରିବ୍ ରେମୁଆଁକେ ଡାଟ୍ ତିଆର୍ ଡୁଆ, ଅର୍କିତ୍ଇଂନେ କସ୍ଟ ବେଲା ସାର୍ଦା ବିଃନେ ମାପ୍ରୁ, ବୟାଙ୍କାର୍ ରେମୁଆଁଇଂନେ ଜିବନ୍ ୱେଡ଼୍ୟାଃଗୁର୍ୟାଃ ରକମ୍ ଡିଙ୍ଗ୍ନାଡିଙ୍ଗ୍କେ ତୁରାଃନିଆ ସୁଆ ଗିଗ୍ଲାଃନେ ବେଲା ୱେଡ଼୍ୟାଃ ଗୁର୍ୟାଃ ପାଙ୍ଗ୍ଚେ ଆଃଲିଗ୍ନେ ମାପ୍ରୁ, ନ୍ନାଃନେ ବେଲା ନା ଲୁଡ଼୍ୟାଃ ଆଡିଙ୍ଗ୍ନେ ମାପ୍ରୁ ରକମ୍ ଡିଙ୍ଗ୍ନାଲେ ।
5 ଡିରକମ୍ ନା ନ୍ସୁଆର୍କ୍ନେ ଦେସ୍ନ୍ୟା ନ୍ନାଃକ୍ନେ ସୁଆକେ ସ୍ଲ ଆଡିଙ୍ଗ୍କ୍ନେ ରକମ୍ ବିଦେସିଇଂନେ କିରମରକେ ନାଁ ବନ୍ଦ୍ ଆଡିଙ୍ଗ୍ ନାବକେ । ତ୍ରିଗ୍ଡ୍ୟାନେ ନ୍ଲୁଡ଼୍ୟା ଡିରକମ୍ ଗରମ୍ ଦିନ୍ରେ ଗରମ୍କେ ସିତ୍ଲି ଆଡିଙ୍ଗ୍ଏ, ନାଁ ପର୍ମେସର୍ ବୟାଙ୍କାର୍ ରେମୁଆଁଇଂନେ ଅସ୍ମାର୍କେ ବନ୍ଦ୍ ଆଃଡିଙ୍ଗ୍ନାବିଃଏ ।
6 ବାରି, ସାପାବାନ୍ ବପୁ ମାପ୍ରୁ ଆକେନ୍ କଣ୍ଡାଆଡ଼ାତ୍ରା ସାପା କୁଟୁମ୍ ଆତ୍ଲା ନିମାଣ୍ଡା ନିମାଣ୍ଡା କାଦି ଜିନିସ୍ନେ ମୁଇଂ ବଜି ବିଏ, ବାଉଇର୍କ୍ନେ ଦାକ୍ଷାରସ୍, କ୍ରି ଲେକ୍ନେ ଚିଲି ନିମାଣ୍ଡା ନିମାଣ୍ଡା କାଦି ଜିନିସ୍, ନିରମଲ୍କ୍ନେ ବାୱିର୍ନେ ଅଙ୍ଗୁର୍ ରସ୍ ମୁଇଂ ବଜି ଆର୍ମେଏ ।
7 ଆରି, ସାପା କୁଟୁମ୍ଇଂନେ ଆଡ଼ାତ୍ରା ଆଣ୍ଡିନେ ଅଡ଼ନି ଡାବକେ ଆରି ସର୍ତେ ଦେଶ୍ନେ ଆଡ଼ାତ୍ରା ଆଣ୍ଡିନେ ମଡ଼୍କେ ଡାଃଚେ ବକେ ଆତେନ୍ ପାଟେଇ ଚ୍ଲେ ଲାଏଃକେ । ଆତେନ୍ ମେଁ ଆକେନ୍ କଣ୍ଡାନିଆ ବିନାସ୍ ଆଡିଙ୍ଗ୍ଏ ।
8 ମେଁ ମରନ୍କେ ଜୁଗ୍ ଜୁଗ୍ ନ୍ସାଃ ନାସ୍ ଆଡିଙ୍ଗ୍ବକେ ଆରି ମାପ୍ରୁ, ସଦାପ୍ରବୁ, ସାପାରେନେ ସାର୍ମୁଆଃବାନ୍ ଡେଃମୁଆଃକେ ଚୁଃ ବିଃଏ ଆରି କ୍ଲିଗ୍ ମଚ୍ପୁର୍ବାନ୍ ନିଜର୍ ରେମୁଆଁଇଂନେ କରାପ୍ କାମ୍ ସ୍ଲ ଆଃଡିଙ୍ଗ୍ଏ; ମେଃଡାଗ୍ଲା ମାପ୍ରୁ ଆକେନ୍ ସାମୁଆଁ ବାସଙ୍ଗ୍ବକେ ।
9 ଆତାନ୍ ବେଲା ରେମୁଆଁ ଏହେନେ ସାମୁଆଁ ବାସଙ୍ଗ୍ ଆର୍ଏ, "ଏହେନେ ନେଇଂନେ ପର୍ମେସର୍ ଜାଣ୍ଡେକେ ନେ ଗୁଲୁଏ ପର୍ ସାଚେ ଉର୍ନେଲେଃକେ । ମେଁ ଆନେକେ ଉଦାର୍ ଆଡିଙ୍ଗ୍ ନ୍ସା ପାଙ୍ଗ୍ଲ୍ଲେକେ । କିମେ ସଦାପ୍ରବୁ, ନେ ଆମେକେ ଉର୍ନେଲେକେ, ନେ ମେଁନେ ଡିଙ୍ଗ୍ବକ୍ନେ ପରିତ୍ରାନ୍ଅରିଆ ସାର୍ଦା ନେଃଡିଙ୍ଗ୍ପା ।"
10 ଏହେନେ ସିୟନ କଣ୍ଡା ଆଡ଼ାତ୍ରା ସଦାପ୍ରବୁନେ ନ୍ତି ଲେଃଏ । ଆରି ଡିରକମ୍ କାସ୍ରା କତ୍ଗାଦିନେ ଣ୍ଡିଆଃ ଏତେ ଞ୍ଚ ଏତେ ଟେଚାର୍ ଆର୍ଏ, ଦେତ୍ରକମ୍ ମୋୟାବ ନିଜର୍ ଜାଗାନ୍ୟା ଞ୍ଚ ଏତେ ଲେଚାର୍ଏ ।
11 ବାରି, ୱାଣ୍ଡ୍ୟାଃନେ ରେମୁଆଁ ଡିରକମ୍ ୱାଣ୍ଡ୍ୟାଃନେ ନ୍ସା ନ୍ତି ଆଃୱେଃଏ, ମୟାବନେ ରେମୁଆଁଇଂ ଦେତ୍ରକମ୍ ନିଜର୍ ନ୍ତିକେ ଆଃମେଲା ଆର୍ଏ । ମାତ୍ରମ୍ ମେଁନେ ନ୍ତିଏତେ ମେଁ ମେଁନେ ଗରବ୍କେ ପାକ୍ଚି ବିଃଏ ।
12 ବାରି ସଦାପ୍ରବୁ ନାନେ ତିଆର୍ ଡୁଆକେ ବିନାସ୍ ଆଡିଙ୍ଗ୍ଚେ ଡାଆଁ ଆଡିଙ୍ଗ୍ବକେ ଆରି ଆତେନ୍ ଦଂସ ଆଡିଙ୍ଗ୍ଚେ ଦୁଲିନିଆ ଆମିସୁ ବକେ ।