1 ମାପ୍ରୁ ଆକେନ୍ ସାମୁଆଁ ବାସଙ୍ଗ୍ଡିଂକେ, ପେ ନ୍ୟାୟ୍ ବିଚାର୍ ପାଲନ୍ ଡିଂପା; ଦରମ୍କରମ୍ ଡିଂପା; ମେଃଡାଗ୍ଲା ନେନେ ଉଦାର୍ ତେଃପାଙ୍ଗ୍କେ ଆରି ନେନେ ଦର୍ମ ଆଃସୁଏଃନ୍ସା ଡାଗ୍ରା ପାଙ୍ଗ୍ଡିଂକେ । 2 ମୁଃଡ଼ି ରେମୁଆଁ ଆକେନ୍ ଡିଂଏ ଆରି ମୁଃଡ଼ି ରେମୁଆଁନେ ସାନ୍ତି ଏନ୍ ଡାଟ୍ ବାବ୍ରେ ମାନେଃଏ; ଜା ପୁଣ୍ଡେନେ ଦିନ୍ ମାନେଃଚେ ଆତେନ୍ ଅସୁଚି ଆରାଃଡିଂ ଆରି ସାପା ରକମ୍ କାରାପ୍ କାମ୍ବାନ୍ ନିଜର୍ ନ୍ତିକେ ମନା ଡିଂଏ, ମେଁ ନିମାଣ୍ଡା । 3 ଡିଲାଡିଗ୍ ସଦାପ୍ରବୁ ନିଜର୍ ରେମୁଆଁଇଂନେବାନ୍ ଆନିଂକେ ବିନେ ଆଃଡିଂଏ, ଆକେନ୍ ମାପ୍ରୁଅରିଆ ପାଙ୍ଗ୍ଣ୍ଡ୍ରେ ବିଦେସି ରେମୁଆଁ ଆଡାଗ୍ଲେଃ; ଣ୍ଡୁଲା କେଲା, ନିଂ ମୁଇଂ ନ୍ସୁଆର୍କ୍ନେ ସ୍ଲାଃ, ଆକେନ୍ ଆଣ୍ଡାରି ଆଡାଗ୍ଲେଃ । 4 ମେଃଡାଗ୍ଲା ଆଣ୍ଡାରି ବିସଏରେ ମାପ୍ରୁ ଆକେନ୍ ସାମୁଆଁ ବାସଙ୍ଗ୍ଡିଂକେ, ଜାଜା ନେନେ ପୁଣ୍ଡେନେ ଦିନା ମାନେଃଆର୍ଏ ଆରି ନେନେ ଇକ୍ଚାନେ ସାମୁଆଁ ସ୍ରିଆର୍ଏ ଆରି ନେନେ ନିଅମ୍ ପାଲନ୍ ଡିଙ୍ଗ୍ଆର୍ଏ; 5 ଆମେଇଂକେ ନିଂ ନେ ଡୁଆ ବିତ୍ରେ ଆରି ନେନେ ତୁରାଃ ବିତ୍ରେ ଙ୍ଗିର୍ବୁଏଃଉଂ ସେଲାମ୍ବୁଏଃଉଂ ବାନ୍ ନିମାଣ୍ଡାଃ ମନେ ଏତେ ନ୍ସାଃ କୁଡ଼ିଆ ଆରି ମ୍ନି ନେବିଃଏ; ନେ ଆମେଇଂକେ ମାଡାନେ କାଲ୍ ଜାକ ଲେଃନେ ମ୍ନି ନେବିଃଏ, ଆତେନ୍ କାଟେନେ ଆଡିଂ ଣ୍ଡୁ । 6 ଆରି, ମୁଃଡ଼ି ବିଦେସିଇଂ ମାପ୍ରୁନେ ସେବା ଡିଂନ୍ସାଃ ଆରି ମାପ୍ରୁନେ ମ୍ନିକେ ଆଲାଦ୍ ଡିଂ ନ୍ସାଃ ଆରି ମେଁନେ ଦାସ ଡିଂ ନ୍ସାଃ ମାପ୍ରୁ ଡାଗ୍ରା ପାଙ୍ଗ୍ଆର୍ଏ, ଡାଗ୍ଲା ପୁଣ୍ଡେନେ ଦିନା ମାନେଃଚେ ଆତେନ୍ ଅସୁଚି ଆରାଃଡିଂଆର୍ ଆରି ନେନେ ନିଅମ୍ ପାଲନ୍ ଡିଙ୍ଗ୍ଆର୍ଏ; 7 ତେନ୍ ସାପାରେକେ ନେ ନିଜର୍ ପବିତ୍ର କଣ୍ଡାଅରିଆ ଡୁଙ୍ଗ୍ନେପାଙ୍ଗ୍ଏ ଆରି ନେନେ ପାର୍ତନା ଡୁଆଅରିଆ ଆମେଇଂକେ ସାର୍ଦା ନେରାଃଡିଂଏ; ମେଇଂନେ ସୁଆ ବଲି ଆରି ପାପ୍ କେମା ନ୍ସାଃ ବଲି ସାପା ନେନେ ବଲି ବେଦି ଆଡ଼ାତ୍ରା ନେବାଏ; ମେଃଡାଗ୍ଲା ନେନେ ଡୁଆ ସାପା ଜାତିନେ ରେମୁଆଁଇଂନେ ପାର୍ତନା ଡୁଆ ଡାଗ୍ଚେଃ ଉଡ୍ରା ଡିଂଏ । 8 ଜା ଇସ୍ରାଏଲ୍ନେ ସ୍ଲ ଡିଂଲେଃଆର୍କ୍ନେ ରେମୁଆଁଇଂକେ ରାଃସିଙ୍ଗ୍ଆର୍ଏ, ଆତେନ୍ ମାପ୍ରୁ, ମାପ୍ରୁ ବାସଙ୍ଗ୍ଡିଂକେ, ମେଁନେ ରାଃସିଙ୍ଗ୍ବ୍ନ ନିଜର୍ ରେମୁଆଁ ଆନ୍ତାର୍ଚେ ନେ ବିନ୍ ରେମୁଆଁଇଂକେ ମେଁ ଡାଗ୍ରା ନେରାଃସିଙ୍ଗ୍ଏ ।
9 ଅ ତୁବଃନେ ପସୁ ସାପା, ଅ କଣ୍ଡା ଲେଃଆର୍କ୍ନେ ସାପା ପସୁ, ପେ ଚଙ୍ଗ୍ସା ପାଙ୍ଗ୍ଲାପା । 10 ମେଁନେ ଉର୍ଣ୍ଡ୍ରେ କାନା, ତେନ୍ ସାପାରେ ଗିଆନ୍ ଆଲେଃକ୍ନେଣ୍ଡ୍ରେ; ତେନ୍ ସାପାରେ କନ୍ଦାସୁଃ, ମେଇଂ ବା ଆୟାଆର୍ ଣ୍ଡୁ; ମେଇଂ ମୁଃସୁଃଡ଼ିଙ୍ଗ୍ କିକେଣ୍ଡ୍ରେ, ଜୁଗ୍ଡିଃମୁଁଆଃରେ, ଜୁଗ୍ଡିଃମୁଁଆଃ ନ୍ସାଃ ବଲ୍ ବାମ୍ୟାଃଆର୍କେ । 11 ଆରି, ଆତେନ୍ ଗୁସୁଃଇଂ ପେଟ୍କା, ମେଇଂକେ ଅଃନାଡିଗ୍ ସୁଲୁଏଃ ଆବ୍ସେ ଣ୍ଡୁ; ଆରି, ଆକ୍ମେଇଂ ଚିନ୍ତା ଡିଂନେ ବପୁ ଆଲେଃକ୍ନେ ସେବକଇଂ, ତେନ୍ ସାପାରେ କ୍ଲିଗ୍ପାକାବାନ୍ ନିଜର୍ ନିଜର୍ ଲାବ୍ ଆଃଡିଂନେ ଚେସ୍ଟାରେ ନିଜର୍ ନିଜର୍ ଗାଲି ପାକା ଆଣ୍ଡେ ଲେଃଆର୍କେ । 12 ସାପାରେ ବାସଙ୍ଗ୍ଡିଂଆର୍କେ,ଏଃଲାପା, ନେଃ ଦ୍ରାକ୍ୟା ରସ୍ ଡୁଙ୍ଗ୍ନେଃପାଙ୍ଗ୍ପା ଆରି ନେଃ ସାଗ୍ରା ଉଗ୍ଚେଃ ନେଃବୁସାଃପା; ବାରି, ଡିରକମ୍ ଏଃକେ, ଦେତ୍ରକମ୍ ଞ୍ଜଃଡ଼େ ଡିଂଏ, ଆତେନ୍ ଜାବର୍ ମ୍ନାଃ ଦିନ୍ ଡିଂଏ ।