3 ମେଇଂ ବାସଙ୍ଗ୍ମ୍ୟାଃଆର୍କେ, ନେ ମେଃନ୍ସାଃ ଉପାସ୍ ଡିଂନେଃଡିଂକେ ଆରି ନା କିକେ ନାଡିଂକେ ଣ୍ଡୁ ? ନେ ମେଃନ୍ସାଃ ନିଜର୍ ନିଜର୍ ପାରାନ୍କେ କସ୍ଟ ବିଃନେବକେ ଆରି ନା ଦିଆନ୍ ବିଃନାଡିଂକେ ଣ୍ଡୁ ? କେଲାପା, ପେ ଉପାସ୍ କାଲା ନିଜର୍ ସୁକ୍ ଚେସ୍ଟା ଡିଂପେଡିଂକେ ଆରି ରାଃଚେଃ ସାପା କସ୍ଟ କାମ୍ ରାଙ୍ଗ୍ଡପେଡିଂକେ । 4 କେଲାପା, ପେ ଜୁକ୍ତାଜୁକ୍ତି ଆରି ୱିଙ୍ଗ୍ଆଃ ନ୍ସାଃ, ଆରି ଦୁସ୍ଟ ରେମୁଆଁ ରକମ୍ ମୁଟା ଏଃତେ ବଗ୍ନ୍ସାଃ ଉପାସ୍ ଡିଂନାଡିଂକେ; ପେନେ ସାମୁଆଁ ଆଡ଼ାତ୍ରା ଡିରକମ୍ ନ୍ନାଙ୍ଗ୍ସାଏ, ଦେକ୍ରକମ୍ ଉପାସ୍ ଏଃକେ ପେ ଡିଂପେଡିଂକେ ଣ୍ଡୁ । 5 ଦେକ୍ରକମ୍ ଉପାସ୍, ରେମୁଆଁ ନିଜର୍ ଜିବନ୍କେ କସ୍ଟ ବିଃନ୍ସାଃ ଦେକ୍ରକମ୍ ଦିନ୍, ନେ ମେଃନେ ସ୍ରି ନେବକେ ? ଣ୍ଡିଆଃନିଆ ଲାଏଃକ୍ନେ ଚେଃମୁଆଁ ରକମ୍ ବାଆଃ ବ୍ରିଙ୍ଗ୍ନେ, ବାରି ଡାଆଁ ସକାପାଟାଇ ଆରି ଉକ୍ସ ନିଜର୍ ଆଲ ବିଗ୍ନେ, ଆକେନ୍କେ ପେ ଉପାସ୍ ଆରି ମାପ୍ରୁନେ ମ୍ନିରେ କି ଗ୍ରଅନ୍ ଡିଂଡିଂକ୍ନେ ଦିନ୍ ଡାଗ୍ଚେଃ ପେବାସଙ୍ଗ୍ଏ ? 6 ଆଣ୍ଡିନେ ଉପାସ୍ ବାନ୍ ନିଂ ଇକ୍ଚା ଡିଂଣ୍ଡିଂକେ, ଆତେନ୍ ମେଃନେ ଆକେନ୍ ଣ୍ଡୁ କି, ଅନ୍ୟାୟ୍ବାନ୍ ଆଃରେବ୍ନ ଦାସ୍ଇଂ, ଆରି ତାଙ୍ଗ୍କିଗ୍ଅରିଆ ଡୁଲେଗ୍ଣ୍ଡ୍ରେନେ ଦାମୁଆଁ ତେକ୍ଚିଚେଃ ଆମେଇଂକେ ଆଃଆନ୍ତାର୍ନେ, ଆରି, ସାପା ଦାମୁଆଁକେ ଗନ୍ଦା ଗନ୍ଦା ଆଃଡିଂବିଃନେ ?
Publicidade