10 କେଲାପା, ମାପ୍ରୁ କାଲାଆଃ ନେ ଏଃତେ ଲେଃନେ ମାପ୍ରୁ ବପୁନେ ରକମ୍ ପାଙ୍ଗ୍ଏ ଆରି ମେଁନେ ଜେବା ମେଇଂନେ ଆତ୍ଲା ସାସନ୍ ଡିଂଏ; କେଲାପା, ମେଁ ଏତେ ମେଁନେ ଇନାମ୍ ଲେଃକେ ଆରି ମେଁ ସେଃମଁ ମେଁନେ ଇସାବ୍ ବିଏ । 11 ମେଁ ତୁର୍ତ୍ୟାମିଃରେ ରକମ୍ ନିଜର୍ ରାସି ତୁର୍ତ୍ୟାଏ, ଉଙ୍ଗ୍ମେଣ୍ଡାଇଂକେ ମେଁ ନିଜର୍ ଜେବା ଏଃତେ ରାଃସିଙ୍ଗ୍ଏ ଆରି ନିଜର୍ ବୁଲୁଅରିଆ ଆମେଇଂକେ ଡୁଙ୍ଗ୍ରାଙ୍ଗ୍ୱେଏ, ଆରି ତ୍ରାଃଡ଼୍ୟାଃ ଆଃଉଗ୍ନେ ମେଣ୍ଡାକେ ଲେଃଗା ଲେଃଗା ଗାଲି ଆଃସୁଏଃଏ ।