18 ଆରି, ସେଟାର୍ ପାଇଁ ସବୁବେଲର୍ ମାପ୍ରୁ ତମର୍ ଉପ୍ରେ ଦୟା କର୍ବାକେ ଜାଗି ରଇସି, ଆରି ସେଟାର୍ ପାଇଁ ତମ୍କେ ଦୟା କର୍ବାକେ ସେ ଉପର୍କେ ଉଟ୍ସି; କାଇକେବଇଲେ ସବୁବେଲର୍ ମାପ୍ରୁ ନିଆଇ ବିଚାର୍ କର୍ବା ପର୍ମେସର୍ ଅଇସି; ଜନ୍ ଲକ୍ମନ୍ ସବୁବେଲର୍ ମାପ୍ରୁକେ ଜାଗ୍ବାଇ, ସେ ଲକର୍ ଜିବନ୍ କେଡେକ୍ ନିମାନ୍ ।
Publicidade
Publicidade